Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - TMC ବିଧାୟକ ପୁରୀରୁ ଗିରଫ; ମମତାଙ୍କ ସରକାରରେ ମନ୍ତ୍ରୀ ଥିଲେ ଦିଲ୍ଲୀପ

Odisha

TMC MLA Arrested / TMC ବିଧାୟକ ପୁରୀରୁ ଗିରଫ; ମମତାଙ୍କ ସରକାରରେ ମନ୍ତ୍ରୀ ଥିଲେ ଦିଲ୍ଲୀପ

Sushanta Sahoo
Browse all articles by Sushanta Sahoo
·2 hours ago·2 min read
TMC ବିଧାୟକ ପୁରୀରୁ ଗିରଫ; ମମତାଙ୍କ ସରକାରରେ ମନ୍ତ୍ରୀ ଥିଲେ ଦିଲ୍ଲୀପ
Former Minister Dilip Mondal Arrested

Key Points

ପୁରୀରୁ ପଶ୍ଚିମବଙ୍ଗର ପୂର୍ବତନ ପରିବହନ ମନ୍ତ୍ରୀ ଦିଲ୍ଲୀପ ମଣ୍ଡଳ ଗିରଫ । ଏକ ହୋଟେଲ୍‌ରୁ ଦିଲ୍ଲୀପଙ୍କୁ ଗିରଫ କରିଛି ପଶ୍ଚିମବଙ୍ଗ ଏସଟିଏଫ୍ । ପ୍ରାୟ ସପ୍ତାହେ ହେଲା ଦିଲ୍ଲୀପ ଫେରାର୍ ରହିଥିଲେ ।
ପୁରୀ: ଶ୍ରୀକ୍ଷେତ୍ରରୁ ବନ୍ଧାହେଲେ ଟିଏମ୍‌ସି ବିଧାୟକ । ପଶ୍ଚିମବଙ୍ଗର ପୂର୍ବତନ ପରିବହନ ମନ୍ତ୍ରୀ ଦିଲ୍ଲୀପ ମଣ୍ଡଳଙ୍କୁ ଗିରଫ କରାଯାଇଛି । ପୁରୀର ଏକ ହୋଟେଲ୍‌ରୁ ଦିଲ୍ଲୀପଙ୍କୁ ଗିରଫ କରିଛି ପଶ୍ଚିମବଙ୍ଗ ଏସଟିଏଫ୍ । ପୂର୍ବରୁ ଦିଲ୍ଲୀପଙ୍କ ପୁଅ ଅର୍ଘ୍ୟ ମଣ୍ଡଳଙ୍କୁ ଗିରଫ କରାଯାଇଛି ।

ପ୍ରାୟ ସପ୍ତାହେ ହେଲା ଦିଲ୍ଲୀପ ମଣ୍ଡଳ ଫେରାର୍ ରହିଥିଲେ । ଗତକାଲି ମଙ୍ଗଳବାର ରାତି ପ୍ରାୟ ୧୦ଟାରେ ଦିଲ୍ଲୀପ ମଣ୍ଡଳ ଆସି ହୋଟେଲ୍‌ରେ ଚେକ୍ ଇନ୍ କରି ରହିଥିଲେ । ଏନେଇ ସୂଚନା ପାଇବା ପରେ ପୁରୀ ପୋଲିସ ସହଯୋଗରେ ପଶ୍ଚିମବଙ୍ଗ ଏସଟିଏଫ୍ ଦିଲ୍ଲୀପ ମଣ୍ଡଳଙ୍କୁ ଗିରଫ କରିଛି ।

ଏଥିସହ ପଢ଼ନ୍ତୁ: କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ପିନାରାଈ ବିଜୟନଙ୍କ ଘରେ EDର ଛାନଭିନ୍ 

ଦିଲ୍ଲୀପ ଏବେ ବିଷ୍ଣୁପୁର ଆସନରୁ ବିଧାୟକ ଅଛନ୍ତି । ପୂର୍ବ ମମତା ବାନାର୍ଜୀ ସରକାରରେ ଦିଲ୍ଲୀପ ମଣ୍ଡଳ ପରିବହନ ମନ୍ତ୍ରୀ ଥିଲେ । ନିକଟରେ ସରିଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଦିଲ୍ଲୀପ ଧମକ ଚମକ ଦେବା ସହ ଉତ୍ତେଜନାମୂଳକ ମନ୍ତବ୍ୟ ଦେଇଥିଲେ । ଏବେ ଉକ୍ତ ମାମଲାରେ ଗିରଫ ହୋଇଛନ୍ତି ଦିଲ୍ଲୀପ ମଣ୍ଡଳ ।

କେଉଁଠି ଥିଲେ ଦିଲ୍ଲୀପ ମଣ୍ଡଳ ?

ଦିଲ୍ଲୀପ ମଣ୍ଡଳ ଗତକାଲି ରାତି ୧୦ଟାରେ ପୁରୀ ଆସି ପହଞ୍ଚିଥିଲେ । ସମୁଦ୍ର କୂଳରେ ରହିଥିବା ଏକ ହୋଟେଲ୍‌ରେ ଚେକ୍ ଇନ୍ କରିଥିଲେ । ହୋଟେଲ୍‌ର ରୁମ୍ ନମ୍ବର-୨୧୩୨ରେ ରହିଥିଲେ । ବୁଧବାର ସକାଳ ୯ଟା ସମୟରେ ପୁରୀ ପୋଲିସ ସହାୟତାରେ ପଶ୍ଚିମବଙ୍ଗ ଏସ୍‌ଟିଏଫ୍ ଦିଲ୍ଲୀପଙ୍କୁ ଗିରଫ କରି ଟ୍ରାଞ୍ଜିଟ୍ ରିମାଣ୍ଡରେ କୋଲକାତା ନିଆ ଯାଉଥିବା ଜଣାପଡ଼ିଛି ।

ନିର୍ବାଚନରେ ବିରୋଧୀଙ୍କୁ ଦେଉଥିଲେ ଧମକ

ଅଭିଯୋଗ ଅନୁସାରେ, ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ସମୟରେ ଦିଲ୍ଲୀପ ମଣ୍ଡଳ ବିରୋଧୀଙ୍କୁ ଧମକ ଚମକ ଦେଇ ଡରାଉଥିଲେ । ପୂର୍ବରୁ ପଶ୍ଚିମବଙ୍ଗ ପୋଲିସ ଦିଲ୍ଲୀପଙ୍କ ୨ଟି ସ୍ଥାନରେ ଚଢ଼ାଉ ମଧ୍ୟ କରିଥିବା ବେଳେ ସେ ଫେରାର୍ ରହିଥିଲେ ।

ଏଥିସହ ପଢ଼ନ୍ତୁ: ବେଲ୍ ନ ମିଳିବାରୁ ୨ ଜଣଙ୍କୁ ମାରିଦେଲେ, ହତ୍ୟା ପାଇଁ କୋର୍ଟରେ ଦେଇଥିଲେ ଧମକ 

ଏହା ପୂର୍ବରୁ ଦିଲ୍ଲୀପଙ୍କ ପୁଅ ଅର୍ଘ୍ୟ ମଣ୍ଡଳଙ୍କ ସହ ୫ ଜଣଙ୍କୁ ମେ ୧୮ ତାରିଖରେ ଦକ୍ଷିଣ ୨୪ ପ୍ରଗଣାରୁ ଗିରଫ କରାଯାଇଥିଲା । ସେମାନଙ୍କ ନିକଟରେ ବେଆଇନ୍ ଭାବେ ଅସ୍ତ୍ରଶସ୍ତ୍ର ରହିଥିବା କହିଥିଲା ପୋଲିସ ।

ପୋଲିସ ସୂଚନା ଅନୁସାରେ, ଉକ୍ତ ମାମଲାରେ ୨ଟି ବନ୍ଧୁକ ସହ ୬ଟି ମୋବାଇଲ୍ ଅଭିଯୁକ୍ତମାନଙ୍କ ଠାରୁ ଜବତ କରାଯାଇଛି । ଦିଲ୍ଲୀପଙ୍କ ପୁଅ ଅର୍ଘ୍ୟ ମଣ୍ଡଳ ବିଜେପି କର୍ମୀ ଓ ସମର୍ଥକଙ୍କୁ ଧମକାଉଥିବା ଅଭିଯୋଗ ରହିଥିବା ପୋଲିସ କହିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
TMC MLA Dilip Mondal Arrested From Puri Hotel by West Bengal STF | Argus News | Argus News