Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - 12 ଘଣ୍ଟିଆ କୋଶଲ ମହାବନ୍ଦ, ବରଗଡ଼ରେ ବିପୁଳ ସମର୍ଥନ

Odisha

12 ଘଣ୍ଟିଆ କୋଶଲ ମହାବନ୍ଦ, ବରଗଡ଼ରେ ବିପୁଳ ସମର୍ଥନ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
12 ଘଣ୍ଟିଆ କୋଶଲ ମହାବନ୍ଦ, ବରଗଡ଼ରେ ବିପୁଳ ସମର୍ଥନ

ବରଗଡ : କୋଶଲ ରାଜ୍ୟ ମିଳିତ କାର୍ଯ୍ୟାନୁଷ୍ଠାନ କମିଟିର କୋଶଲ ମହାବନ୍ଦ ଡାକରା । ବରଗଡ଼ରେ ବନ୍ଦ ପାଳନର ପ୍ରଭାବ ଦେଖିବାକୁ ମିଳିଛି । ରାସ୍ତାଘାଟ ଶୁନସାନ ଥିବାବେଳେ ସମସ୍ତ ଦୋକାନ ବଜାର ,ସରକାରୀ ବେସରକାରୀ ସ୍କୁଲ,କଲେଜ,ବିଭିନ୍ନ ଅଫିସ ବନ୍ଦ ରହିଛି । ବସଷ୍ଟାଣ୍ଡରେ ବସ ଗୁଡାକ ଅଟକି ରହିଥିବାବେଳେ ଗାଡି ମୋଟର ଚଳାଚଳ ମଧ୍ୟ ବନ୍ଦ ରହିଛି  । ବରଗଡ଼ର ବିଭିନ୍ନ କୋଶଲ ସଂଗଠନର କର୍ମକର୍ତା ମାନେ ସକାଳୁ ସହର ମଧ୍ୟରେ ପିକେଟିଂ କରିବା ସହ ଗାନ୍ଧୀଛକରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସକାଳ ୬ ଟା ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବନ୍ଦ ଡାକରାକୁ ବିଭିନ୍ନ ରାଜନୈତିକ ଦଳ ଜିଲ୍ଲା କଂଗ୍ରେସ ଓବିଜେପି ସହ ବିଭିନ୍ନ ସାମାଜିକ ସଂଗଠନ, ଅନୁଷ୍ଠାନ ସମର୍ଥନ ଜଣାଇଛନ୍ତି ।

ଅଧିକ ପଢନ୍ତୁ ଓଡିଶା ଖବର

ସ୍ଵତନ୍ତ୍ର କୋଶଲ ରାଜ୍ୟ ଦାବି ନେଇ ଆଜି ପଶ୍ଚିମ ଓଡିଶା କୋଶଲ ମହାବନ୍ଦ ଡାକରା ଦିଆଯାଇଛି । ବାରମ୍ବାର ରାଜ୍ୟ ସରକାର ପ୍ରତ୍ୟେକ କ୍ଷେତ୍ରରେ ପଶ୍ଚିମ ଓଡିଶାକୁ ଅବହେଳା କରୁଥିବା କୋଶଲ ଆନ୍ଦୋଳନକାରୀ ମାନେ ଅଭିଯୋଗ କରିଛନ୍ତି। କୋଶଲ ରାଜ୍ୟ ହେଲେ ପଶ୍ଚିମ ଓଡ଼ିଶାର ବିକାଶ ହୋଇପାରିବ ସେଥିପାଇଁ କୋଶଲ ରାଜ୍ୟ ଦାବୀ କରିଛନ୍ତି ଆନ୍ଦୋଳନକାରି... ଦାବୀ ପୂରଣ ନହେଲେ ଆଗାମୀ ଦିନରେ ଭୟାବହ ଆନ୍ଦୋଳନ ହେବ ବୋଲି କଡା ଚେତାବନୀ ଦେଇଛନ୍ତି କୋଶଲ ରାଜ୍ୟ କ୍ରିୟାନୁଷ୍ଠାନ କମିଟି.
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
today 12 hours west odisha closed | Argus News