ଦୁର୍ନୀତି, ଭ୍ରଷ୍ଟାଚାର ଓ ବ୍ୟଭିଚାରରେ ବିରୋଧରେ ଦଶରଥପୁର ବ୍ଲକ ଘେରାଉ କଲା ବିଜେପି
·2 years ago

ଅର୍ଗସ ବ୍ୟୁରୋ : ରାଜ୍ୟ ସରକାରଙ୍କ ଦୁର୍ନୀତି, ଭ୍ରଷ୍ଟାଚାର ଓ ବ୍ୟଭିଚାର ବିରୋଧରେ ଆଜି ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଘେରୁଛି ବିଜେପି । ଯାଜପୁର ବିଜେପି ଜିଲ୍ଲାସଭାପତି ଗୌତମ ରାୟଙ୍କ ନେତୃତ୍ବରେ ପ୍ରାୟ ୫ ହଜାରରୁ ଉର୍ଦ୍ଧ୍ବ ଲୋକଙ୍କୁ ନେଇ ଆଜି ଦଶରଥପୁର ବ୍ଲକ ଘେରୁଚ୍ଛି ବିଜେପି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଗରିବ ଲୋକଙ୍କ ଆବାସ ଲୁଟ ଠାରୁ ଆରମ୍ଭ କରି ଡି ଏମ୍ ଫଣ୍ଡକୁ ଭାଗ ବାଣ୍ଟ କରି ଖାଇବା, ବାର୍ଦ୍ଧକ୍ୟ ଭତ୍ତା ଲୁଟ, ପିଇବା ପାଣିର ସମସ୍ୟା ସହ ବର୍ଷକୁ ୧ ଲକ୍ଷ କୋଟି ଟଙ୍କାର ଦୁର୍ନୀତି ଘଟଣାରେ ଆଜି ଦଶରଥପୁର ବ୍ଲକ ଘେରୁଛୁ ବିଜେପି । ପାଖାପାଖି ୫ ହଜାର ଲୋକ ହତାରେ ଫ୍ଲାଗ କାର୍ଡ ଧରି ରାଜ୍ୟ ସରକାରଙ୍କ ଅନ୍ୟାୟ ଅନୀତି ବିରୋଧରେ ନାରା ଦେଇ ପଦଯାତ୍ରା କରି ବ୍ଲକ ଘେରୁଛି ବିଜେପି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
