Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆଜି ହେଉଛି ପବିତ୍ର ପଙ୍କଉଦ୍ଧାର ଏକାଦଶୀ

Jitendra Dash
Browse all articles by Jitendra Dash
·2 years ago·1 min read
ଆଜି ହେଉଛି ପବିତ୍ର ପଙ୍କଉଦ୍ଧାର ଏକାଦଶୀ

ଅର୍ଗସ ବ୍ୟୁରୋ : ଆଜି ହେଉଛି ପବିତ୍ର ପଙ୍କଉଦ୍ଧାର ଏକାଦଶୀ । ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଭଣ୍ଡାର ରକ୍ଷକ ଭାବେ ପରିଚିତ ଶ୍ରୀଲୋକନାଥ ଦେବଙ୍କ ପୀଠରେ ଆଜିର ଦିନର ବିଶେଷ ମହତ୍ୱ  ରହିଛି । ବିଶ୍ୱନିୟନ୍ତା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଭଣ୍ଡାର ରକ୍ଷକ ପ୍ରଭୁ ଶ୍ରୀ ଲୋକନାଥ ଦେବଙ୍କ ବିଳମ୍ବିତ ରାତି ୨ ଟାରୁ ଦ୍ୱାରଫିଟା ହେବାପରେ ସକାଳ ଧୂପ ଓ ଦ୍ବିପ୍ରହର ଧୂପ ପରେ ମନ୍ଦିର ଗମ୍ଭିରାରେ ବର୍ଷ ତମାମ ଭକ୍ତ ମାନଙ୍କ ଦ୍ୱାରା ଅର୍ପଣ କରାଯାଇଥିବା ବେଲପତ୍ର,ପୁଷ୍ପ ,ଫଳ, ସୁନା,ରୂପା ଓ ନୈବେଦ୍ୟକୁ କଢ଼ାଯିବ ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ପରେ ମହାସ୍ନାନ କରାଯିବା ପରେ ଆରମ୍ଭ ହେବ ସର୍ବସାଧାରଣ ଦର୍ଶନ । ଭକ୍ତମାନେ ବ୍ୟାରିକେଡ଼ରେ ଧାଡିରେ ଯାଇ ଠାକୁରଙ୍କ ପ୍ରତକ୍ଷ ଦର୍ଶନ କରି ଆଶିଷ ଲାଭ କରିବେ । ଏହି ଦର୍ଶନ ମଧ୍ୟାହ୍ନ ୧୨ଟାରୁ ରାତି ୯ଟା ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରଭୁ ଶ୍ରୀଲୋକନାଥ ଦେବଙ୍କ ପ୍ରତିଷ୍ଠା ପ୍ରଭୁ ରାମଚନ୍ଦ୍ର କରିଥିବାର କିମ୍ବଦନ୍ତୀରୁ ଜଣାଯାଏ । ଲକ୍ଷେ  ଶିବଲିଙ୍ଗ ପୂଜାକଲେ ଯେଉଁ ଫଳ ପ୍ରାପ୍ତି ମିଳିଥାଏ, ଆଜିର ଦିନରେ ଶ୍ରୀ ଲୋକନାଥଙ୍କୁ ଦର୍ଶନ ସହିତ ପୂଜାର୍ଚନା କଲେ ସମପରିମାଣର ପୁଣ୍ୟ  ମିଳିଥାଏ ବୋଲି ବିଶ୍ୱାସ ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
today ekadashi parana | Argus News