Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଆଜି ନୃସିଂହ ଚତୁର୍ଦ୍ଦଶୀ, ରଥ ନିର୍ମାଣ ପାଇଁ ହେବ ଦୁଇଟି ପ୍ରମୁଖ କାର୍ଯ୍ୟ

Odisha

ଆଜି ନୃସିଂହ ଚତୁର୍ଦ୍ଦଶୀ, ରଥ ନିର୍ମାଣ ପାଇଁ ହେବ ଦୁଇଟି ପ୍ରମୁଖ କାର୍ଯ୍ୟ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ଆଜି ନୃସିଂହ ଚତୁର୍ଦ୍ଦଶୀ, ରଥ ନିର୍ମାଣ ପାଇଁ  ହେବ ଦୁଇଟି ପ୍ରମୁଖ କାର୍ଯ୍ୟ

ପୁରୀ : ଆଜି ପବିତ୍ର ନୃସିଂହ ଚତୁର୍ଦ୍ଦଶୀ । ରଥସଂହିତା ମୁତାବକ ଆଜି ରଥନିର୍ମାଣ ପାଇଁ ଦୁଇଦୁଇଟି କାର୍ଯ୍ୟ ସମ୍ପାଦିତ ହେବ। ପ୍ରଥମେ ଭୋଇ ସେବକଙ୍କ ଦ୍ୱାରା ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ଜନ୍ତାଗାଢ ଖୋଳାଯିବ ଓ  ତୁମ୍ଭରେ ଅର ସଂଯୋଗ ପାଇଁ ଅନୁକୂଳ ହେବ। ଏଥିସହ ରୂପକାର ସେବକ ମାନେ ଆଜିର ଏହି ତିଥିରେ ଅକ୍ଷୟ ତୃତୀୟାରେ ପୂଜାର୍ଚ୍ଚନା ହୋଇ ରହିଥିବା ତିନୋଟି 12 ଫୁଟିଆ ଧଉରା କାଠର ଗୁଜ ଅନୁକୂଳ କରିବେ।

ଅଧିକ ପଢନ୍ତୁ : ଚତୁର୍ଥ ଦିନରେ ଜାରି ରହିଛି ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ

ମହାରଣା ସେବାୟତ ମାନେ ରୂପକାରଙ୍କୁ କାଠ ଯୋଗାଇବା ପରେ ରୂପକାର ମାନେ ଏହାକୁ ଅନୁକୂଳ କରି ସେଥିରେ ନୃସିଂହ ମୂର୍ତ୍ତି ଖୋଦେଇ କରିବା ସହ ନରବିରାଳ,ଗଜବିରାଳ,ସିଂହବିରାଳ ଇତ୍ୟାଦି ଆଗକୁ ଖୋଦେଇ କରିବେ। ସେପଟେ ଆଜି ରଥନିର୍ମାଣର 13 ଦିନରେ ମଧ୍ୟ ରଥଖଳାରେ ତିନିରଥ ନିର୍ମାଣ ପାଇଁ କାର୍ଯ୍ୟ ଆଗେଇ ଚାଲିଛି। ସେପଟେ ସମସ୍ତ 42 ଗୋଟି ଚକ ପାଇଁ 42 ଗୋଟି ତୁମ୍ଭ ନିର୍ମାଣ ଶେଷ ହୋଇଥିବା ବେଳେ ପ୍ରତ୍ୟକ ତୁମ୍ଭରେ 16 ଯୋଡା ବିନ୍ଧ କାମ ଶେଷ ହୋଇଛି
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Today, Narasingha Chaturdashi, there will be two major tasks for the construction of the chariot for rathayatra in puri | Argus News