Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆଜି ପବିତ୍ର ମହା ବାରୁଣୀ ସ୍ନାନ,ବୈତରଣୀ ନଦୀରେ ଶ୍ରଦ୍ଧାଳୁଙ୍କ ଭିଡ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ଆଜି ପବିତ୍ର ମହା ବାରୁଣୀ ସ୍ନାନ,ବୈତରଣୀ ନଦୀରେ ଶ୍ରଦ୍ଧାଳୁଙ୍କ ଭିଡ

ଯାଜପୁର : ଆଜି ହେଉଛି ପବିତ୍ର ମହା ବାରୁଣୀ ସ୍ନାନ । ଯାହାକି ଯାଜପୁରର ବୈତରଣୀ ନଦୀ ଦଶାଶ୍ବମେଧ ଘାଟ ଠାରେ ସ୍ନାନ କରିବାର ବ୍ୟବସ୍ଥା ହୋଇଛି ।  ଆଜି ମହା ବାରୁଣୀ ସ୍ନାନ ଯୋଗ ‌ରହିଥିବା ବେଳେ ସକାଳ ୭ଟା ୯ ମିନିଟରୁ ଦିନ ୧୨ଟା ୫୭ ମିନିଟ ପର୍ଯ୍ୟନ୍ତ ଶୁଭ ସମୟ ନିର୍ଘଣ୍ଟ ହୋଇଛି। ଯାହାକି ରାଜ୍ୟ ତଥା ରାଜ୍ୟ ବାହାରର ହଜାର ହଜାର ଶ୍ରଦ୍ଧାଳୁ ବୁଡ ପକାଇବ ସହ ପିତୃପୁରୁଷଙ୍କୁ ପିଣ୍ଡଦାନ କରୁଛନ୍ତି।

ଅଧିକ ପଢନ୍ତୁ ଓଡିଶା ଖବର

ମହା ବାରୁଣୀ  ଅବସରରେ ଏହି ପବିତ୍ର ତୀର୍ଥ ସ୍ଥା‌ନରେ ସ୍ନାନ କଲେ ସବୁ ପାପ କ୍ଷୟ  ହୁଏ ବୋଲି ବିଶ୍ବାସ ରହିଛି। ଭିଡକୁ ଦୃଷ୍ଟିରେ ରଖି ପୁଲିସ ଓ ପୌର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ନଦୀ ଜଳରେ ଅଗ୍ନିଶମ ବାହିନୀ ପ୍ରସ୍ତୁତ ରହିଥିବା ବେଳେ ଗାଧୋଇବା ସ୍ଥଳରେ ବ୍ୟାରିକେଟ ଓ ଖରା ଦୃଷ୍ଟିରୁ ଜଳଛତ୍ର ବ୍ୟବସ୍ଥା କରାଯାଇଛି। ତେବେ ଏହି ମହା ବାରୁଣୀ ଯୋଗରେ ରାଜ୍ୟ ତଥା ରାଜ୍ୟ ବାହାରୁ ମଧ୍ୟ ସାଧୁ ସନ୍ଥ ମାନେ ଆସି ବୈତରଣୀ ନଦୀରେ ବୁଡ଼ ପକାଇବା ସହ ମାଆ ବୈତରଣୀଙ୍କ ଆଳତୀ କରିଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Today, the holy Maha Baruni bath, a crowd of pilgrims in the river baitarani | Argus News