Puri Accident / ବଡ଼ଦାଣ୍ଡରେ ବଡ଼ ଦୁର୍ଘଟଣା, ଜେଜେ ଆଗରେ ଚାଲିଗଲା ନାତିର ଜୀବନ
·6 months ago·2 min read

Key Points
ପୁରୀ ବଡଦାଣ୍ଡ ବଳଗଣ୍ଡି ଛକରେ ମର୍ମନ୍ତୁଦ ଦୁର୍ଘଟଣା
ଜେଜେ ଆଗରେ ନାତିକୁ ଘୋଷାଡି ନେଲା ବୋଲେରୋ
ଅନ୍ୟ ଦୁଇ ଆରୋହୀ ଗୁରୁତର
ଜେଜେ ଆଗରେ ନାତିକୁ ଘୋଷାଡି ନେଲା ବୋଲେରୋ
ଅନ୍ୟ ଦୁଇ ଆରୋହୀ ଗୁରୁତର
ଜେଜେ ଆଗରେ ଚାଲିଗଲା ନାତିର ଜୀବନ । ଜେଜେ ଆଗରେ ନାତିକୁ ଘୋଷାରି ନେଲା ବୋଲେରୋ । ଏଭଳି ଏକ ହୃଦୟବିଦାରକ ଘଟଣା ଘଟିଛି ପୁରୀ ବଡ଼ଦାଣ୍ଡରେ । ପୁରୀ ବଳଗଣ୍ଡି ଛକରେ ଘଟିଛି ଦୁର୍ଘଟଣା । ସ୍କୁଟିକୁ ଘୋଷାଡି ନେଇଥିଲା ବୋଲେରୋଟି । ବୋଲେରୋ ଧକ୍କାରେ ସ୍କୁଟିରେ ଜଣେ ନାବାଳକର ମୃତ୍ୟୁ ହୋଇଥିବାବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କ ଚିକିତ୍ସା ଜାରି ରହିଛି । ମୃତ ନାବାଳକ ଟାଉନ ଥାନା ଅଞ୍ଚଳର ଶ୍ରେୟାନ୍ସ ଦେ ।
ଅଧିକ ପଢ଼ନ୍ତୁ: ଉନ୍ନୟନ କମିଶନର ଭାବେ ଦାୟିତ୍ୱ ନେଲେ ବରିଷ୍ଠ IAS ଅଫିସର ଦେଓରଞ୍ଜନ ସିଂ
ନାବାଳକଙ୍କ ମୃତ୍ୟୁ ପରେ ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି । ବଡ଼ଦାଣ୍ଡରେ ଶବ ରଖି ରାସ୍ତାରୋକ କରିଛନ୍ତି ଉତ୍ତ୍ୟକ୍ତ ଲୋକେ । ପୋଲିସ ପହଞ୍ଚି ତଦନ୍ତ କରୁଛି । ଦୁର୍ଘଟଣାଗ୍ରସ୍ତ ଗାଡି ଜବତ ହେବା ସହ ଡ୍ରାଇଭରକୁ ଥାନାରେ ଅଟକ ରଖାଯାଇଛି ।
ଅଧିକ ପଢ଼ନ୍ତୁ: କୁହୁଡ଼ି ପାଇଁ ଚିଲିକାରେ ଦିନ ୧୧ଟା ପର୍ଯ୍ୟନ୍ତ ଡଙ୍ଗା ଚଳାଚଳ ବନ୍ଦ
ସୂଚନା ଅନୁସାରେ, ଆଜି ସକାଳେ ଟାଉନ ଥାନା କୁମୁଟିସାହୀ ଅଞ୍ଚଳର ଜଣେ ବ୍ୟକ୍ତି ତାଙ୍କ ନାତି ଓ ଅନ୍ୟ ଜଣେ ପିଲାକୁ ସ୍କୁଟିରେ ନେଇ ବଡ଼ଦାଣ୍ଡରେ ମେଡିକାଲ ଛକ ଆଡୁ ଆସୁଥିଲେ । ଆଉ ଏହି ସମୟରେ ଭକ୍ତ ସାଲବେଗ ମନ୍ଦିର ନିକଟରେ ପଛ ଆଡ଼ୁ ଆସୁଥିବା ବୋଲେରୋ ଧକ୍କା ଦେଇଥିଲା । ସ୍କୁଟିକୁ ବଳଗଣ୍ଡି ଛକ ପର୍ଯ୍ୟନ୍ତ ଘୋଷାଡି ନେଇଥିଲା ଫଳରେ ଘଟଣାସ୍ଥଳରେ ଶ୍ରୀୟାନ୍ସଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇ ପୁରୀ ସଦର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।
ପୁରୀ ଜିଲ୍ଲା ବଳଗଣ୍ଡି ଛକରେ ଘଟିଥିବା ଦୁର୍ଘଟଣାରେ ଶୋକ ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି । ଏଥିସହ ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।ପୁରୀ ଜିଲ୍ଲା ବଳଗଣ୍ଡି ଛକରେ ଘଟିଥିବା ଦୁଃଖଦ ଦୁର୍ଘଟଣାରେ ଶ୍ରେୟାଂଶ ଦେ (ପିତା - ନିରଞ୍ଜନ ଦେ) ଙ୍କର ପ୍ରାଣହାନି ସମ୍ପର୍କରେ ଜାଣି ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ଏଥିସହ ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ…
— CMO Odisha (@CMO_Odisha) January 2, 2026
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories