Pollution Alert / ପ୍ରଦୂଷଣ ପାଇଁ ଟ୍ଵିନ୍ସିଟିରେ ନିର୍ମାଣ ଉପରେ ପ୍ରତିବନ୍ଧକ; ଭାରି ଯାନକୁ ସହର ମନା
·6 months ago·2 min read

Key Points
- ସନ୍ଧ୍ୟା ୬ଟାରୁ ସକାଳ ୧୦ଟା ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ବନ୍ଦ
- ବାହାରେ ଆବର୍ଜନା, ଢାବାରେ କୋଇଲା ଜାଳିବା ମନା
- ରାତିରେ ଭାରି ଯାନ ଚଳାଚଳ ଉପରେ କଟକଣା
- କଟକଣା ବଳବତ୍ତର ରଖିବାକୁ ପୋଲିସ, RTOକୁ ନିର୍ଦ୍ଦେଶ
ଭୁବନେଶ୍ଵର: ଲାଗିଲା କଟକଣା, କମିବ ପ୍ରଦୂଷଣ । ଦ୍ଵୈତନଗରୀ କଟକ-ଭୁବନେଶ୍ଵରରେ ବଢ଼ୁଥିବା ପ୍ରଦୂଷଣକୁ ହ୍ରାସ ପାଇଁ ପଦକ୍ଷେପ ନେଇଛନ୍ତି ସରକାର । ଭୁବନେଶ୍ଵର ଓ କଟକରେ ସନ୍ଧ୍ୟା ୬ଟାରୁ ସକାଳ ୧୦ଟା ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ବନ୍ଦ ରହିବ ।
ଟ୍ଵିନ୍ସିଟିରେ କଟକଣା ନେଇ ପରିବହନ ମନ୍ତ୍ରୀ ବିଭୂତି ଭୁଷଣ ଜେନା ସୂଚନା ଦେଇଛନ୍ତି । କେହି ବାହାରେ ଅଳିଆ ଆବର୍ଜନା ପକାଇ ପାରିବେ ନାହିଁ । କିମ୍ବା ଢାବା କିମ୍ବା ହୋଟେଲ୍ରେ କୋଇଲା ଜାଳିବା ଉପରେ ମଧ୍ୟ କଟକଣା ଲଗାଯାଇଛି ।
ଏଥିସହ ପଢ଼ନ୍ତୁ: ପର୍ଯ୍ୟଟନ ନାଁରେ ପ୍ରଦୂଷଣକୁ କରାଯିବନି ବରଦାସ୍ତ; ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଦେଲେ ଚେତାବନୀ
ରାତିରେ ଭାରି ଯାନ ଚଳାଚଳକୁ ମଧ୍ୟ ନିଷିଦ୍ଧ କରାଯାଇଛି । ଜାତୀୟ ରାଜପଥ ଉପରେ ଦିନକୁ ୩ ଥର ପାଣି ସିଞ୍ଚନ କରାଯିବ । ମହାନଗର ନିଗମ ଅଞ୍ଚଳରେ କୌଣସି ଭଙ୍ଗାରୁଜା କାର୍ଯ୍ୟ ହୋଇ ପାରିବ ନାହିଁ । ସହର ମଧ୍ୟରେ ଟ୍ରକ ଚଳାଚଳ ସମ୍ପୂର୍ଣ୍ଣ ସଂପୂର୍ଣ୍ଣ ବନ୍ଦ ରହିବ ।
କଟକଣାକୁ ବଳବତ୍ତର ରଖିବାକୁ ପୋଲିସ, RTOଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏପରକି ନିୟମ ନ ମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନ ଚେତାବନୀ ଦେଇଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୁଷଣ ଜେନା ।
ଏହା ପୂର୍ବରୁ ସୋମବାର ଅତ୍ୟଧିକ ପ୍ରଦୂଷଣ କାରଣରୁ ବାଲେଶ୍ୱର ଓ ଅନୁଗୁଳରେ କଟକଣା ଲାଗୁ ହୋଇଥିଲା । ବାୟୁ ପ୍ରଦୂଷଣକୁ ନେଇ ଆଜି ବସିବାକୁ ଯାଉଛି ସରକାରଙ୍କ ଗୁରୁତ୍ଵପୂର୍ଣ୍ଣ ବୈଠକ । ବିଭାଗୀୟ ଅଧିକାରୀଙ୍କ ସହ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଆଲୋଚନା କରିବେ ।
ଏହା ପୂର୍ବରୁ ବଣ ଭୋଜି ନାଁରେ ପ୍ରଦୂଷଣକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ । କହିଥିଲେ, ଏବେ ପର୍ଯ୍ୟଟନ ଋତୁ ଚାଲିଥିବା ବେଳେ ବିଭିନ୍ନ ଇକୋ ଟୁରିଜିମ୍ ସ୍ଥାନରେ ଲୋକେ ବଣଭୋଜି କରୁଛନ୍ତି । ଆଉ ଭୋଜି ପରେ ସେଠାରେ ଏଣେତେଣେ ବ୍ୟର୍ଜ ଫିଙ୍ଗି ପଳାଇ ଆସୁଛନ୍ତି । ଯାହା କେବଳ ଉକ୍ତ ପର୍ଯ୍ୟଟନ ସ୍ଥଳୀକୁ ଅସୁନ୍ଦର କରୁଛି ତା ନୁହେଁ ସେଠାରେ ପଡ଼ୁଥିବା ପଲିଥିନ୍ ଖାଇ ଗାଈ ମଧ୍ୟ ଅସୁସ୍ଥ ହେଉଛନ୍ତି ।
ଏଥିସହ ପଢ଼ନ୍ତୁ: ସବୁ ରେକର୍ଡ ଭାଙ୍ଗିଲେ ତମନ୍ନା ଭାଟିଆ; ୬ ମିନିଟ୍ ଡ୍ୟାନ୍ସ ପାଇଁ ନେଲେ ୬ କୋଟି
ଜଙ୍ଗଲ ଓ ପରିବେଶ ମନ୍ତ୍ରୀ କହିଛନ୍ତି, "ବଣଭୋଜି ନାଁରେ ପ୍ରଦୂଷଣ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପ୍ରଦୂଷଣ ଉପରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନଜର ରଖିଛି । ଶିଳ୍ପାନୁଷ୍ଠାନ କେତେ ଦୂର ପ୍ରଦୂଷଣ ଏସଓପି ପାଳନ କରୁଛନ୍ତି ତାର ତଦନ୍ତ ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି ।"
ଭୁବନେଶ୍ଵର ସମେତ ରାଜ୍ୟର ବିଭିନ୍ନ ସହ ଅନୁଗୁଳ, ବାଲେଶ୍ଵର, ତାଳଚେରରେ ପ୍ରଦୂଷଣ ମାତ୍ରା ଅଧିକ ରହିଛି । ଏୟାର୍ କ୍ଵାଲିଟି ଇଣ୍ଡେକ୍ସ (AQI) ୩୦୦ ଉପରେ ରହିବା ଚିନ୍ତା ଜନକ ଅଟେ । ଲୋକେ ଏଥିପାଇଁ ସେମାନଙ୍କ ଦାୟିତ୍ଵ ନିର୍ବାହ କରିବାକୁ ମନ୍ତ୍ରୀ ଆହ୍ଵାନ ଦେଇଛନ୍ତି ।
ମନ୍ତ୍ରୀ କହିଛନ୍ତି, ପ୍ରଦୂଷଣ ଯେଭଳି କମିବ ସେନେଇ ସଚେତନ କରାଯାଉଛି । ଲୋକେ ସଚେତନ ହେବା ଆବଶ୍ୟକ। ରାଜ୍ୟରେ ପ୍ରଦୂଷଣ ବଢ଼ିବା ପରେ ପରିବହନ ବିଭାଗକୁ ଅନୁରୋଧ କରାଯାଇଥିଲା ପଦକ୍ଷେପ ନେବାକୁ । କିନ୍ତୁ ଏତିକି ପଦକ୍ଷେପ ଯଥେଷ୍ଟ ନୁହେଁ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories