ଉଲିବୁରୁ ଖଣି ଦୁର୍ନୀତି ମାମଲା, ଇଡ଼ିରେ ହାଜର ହେଲେ ଦୁଇ ଭାଇ ଦୀପକ ଓ ଚାମ୍ପକ
·2 years ago

ଅର୍ଗସ ବ୍ୟୁରୋ : ଉଲିବୁରୁ ଖଣି ଦୁର୍ନୀତି ମାମଲା । ଇଡ଼ିରେ ହାଜର ହେଲେ ଦୁଇ ଭାଇ ଦୀପକ ଓ ଚାମ୍ପକ । ଉଲୁବୁରୁ ଖଣି ଦୁର୍ନୀତିର ମୁଖ୍ୟ ଅଭିଯୁକ୍ତ ଦୀପକ ଗୁପ୍ତା ଓ ତାଙ୍କ ସାନ ଭାଇ ଚାମ୍ପକ ଗୁପ୍ତାଙ୍କୁ ଘନଘନ ଜେରା I ୧୮୦୦ କୋଟିର ଖୋଳତାଡ଼ କରୁଛି ଇଡ଼ିର ସ୍ବତନ୍ତ୍ର ଟିମ୍ । ଦୁଇ ସପ୍ତାହ ତଳେ କୋଲକାତା ଓ ଓଡ଼ିଶାର ମୋଟ ୧୨ଟି ସ୍ଥାନରେ ଏନେଇ ରେଡ଼ କରିଥିଲା ଇଡ଼ି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଏଥିରେ ଭଲଭୋ କାର, ୧କୋଟି ୨୪ ଲକ୍ଷ ଟଙ୍କାର ସୁନା ଗହଣା, ୩୦ ଲକ୍ଷ ଟଙ୍କା ଓ ୧.୨୩ କୋଟିର ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ କରିଥିଲା । ଏହି ମାମଲାରେ ୩୭୯ କୋଟି ଟଙ୍କାର ସମ୍ପତି ସଂଲଗ୍ନ କରିବା ପାଇଁ ଇଡ଼ି ପିଏମଏଲଏ କୋର୍ଟରେ ଆବେଦନ କରିଥିବା ବେଳେ, କୋର୍ଟ ତାକୁ ଗ୍ରହଣ କରିଥିଲା ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: