Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଦ୍ୟୁତ କାର୍ଯ୍ୟାଳୟରେ ପଶି ନିର୍ଧୁମ ଛେଚିଲେ ଦୁଇ ଜଣ ବ୍ୟବସାୟୀ

Jitendra Dash
Browse all articles by Jitendra Dash
·2 years ago
ବିଦ୍ୟୁତ କାର୍ଯ୍ୟାଳୟରେ ପଶି ନିର୍ଧୁମ ଛେଚିଲେ ଦୁଇ ଜଣ ବ୍ୟବସାୟୀ

ଅର୍ଗସ ବ୍ୟୁରୋ : ବିଦ୍ୟୁତ ବିଭାଗର ଜେଇଙ୍କୁ ମାଡ଼ । ବିଦ୍ୟୁତ କାର୍ଯ୍ୟାଳୟରେ ପଶି ନିର୍ଧୁମ ଛେଚିଲେ ଦୁଇ ଜଣ ବ୍ୟବସାୟୀ । ଅନୁଗୋଳ ଜିଲ୍ଲା ପାଲଲହଡ଼ା TPCODL ବିଦ୍ୟୁତ କାର୍ଯ୍ୟାଳୟରେ ପଶି ପାଳଲହଡା ଅଞ୍ଚଳର ଦୁଇ ଜଣ ବ୍ୟବସାୟୀ ବିଦ୍ୟୁତ ବିଭାଗୀୟ ଜେଇଙ୍କୁ ମାଡ ମାରିଥିବା ଭିଡିଓ ଭାଇରାଲ ହୋଇଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ମଙ୍ଗଳବାର ବିଦ୍ୟୁତ ବିଭାଗ ପକ୍ଷରୁ ବକେୟା ଟଙ୍କା ଦେଇନଥିବା ଗ୍ରାହକଙ୍କ ବିଦ୍ୟୁତ ସଂଯୋଗ କାଟି ଦିଆଯାଇଥିଲା । ଏଥିରେ ଉତ୍ୟକ୍ତ ହୋଇ ଉକ୍ତ ବ୍ୟବସାୟୀ ଓ କିଛି ଯୁବକ ଜେଇଙ୍କୁ ମାରପିଟ କରିଥିବା ସେ ଅଭିଯୋଗ କରିଛନ୍ତି । ସେପଟେ ଘରେ ପଶି ଅସଦାଚରଣ କରିଥିବାରୁ ଜେଇଙ୍କୁ ମାଡ ମାରିଥିବା ଥାନାରେ ଅଭିଯୋଗ କରିଛନ୍ତି ପ୍ରତିପକ୍ଷ ।  ଦୁଇ ପକ୍ଷରୁ ପାଳଲହଡା ଥାନାରେ ଲିଖିତ ଅଭିଯୋଗ କରାଯାଇଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Two businessmen broke into the electricity office | Argus News