Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଘର ଭଡା ନେଇ ଚଳାଇଥିଲେ ଧଳାଜହର କାରବାର

Jitendra Dash
Browse all articles by Jitendra Dash
·2 years ago
ଘର ଭଡା ନେଇ ଚଳାଇଥିଲେ ଧଳାଜହର କାରବାର

ଅର୍ଗସ ବ୍ୟୁରୋ : ବ୍ରାଉନସୁଗାର ବେପାରରେ ଦୁଇ ଉଚ୍ଚଶିକ୍ଷିତ ମହିଳା । ଭୁବନେଶ୍ବରରେ ଘର ଭଡା ନେଇ ଚଳାଇଥିଲେ ଧଳାଜହର କାରବାର । ସୁନ୍ଦର ଚେହେରା ଦେଖାଇ ଗ୍ରାହକଙ୍କୁ କରୁଥିଲେ ଆକର୍ଷିତ । ଦୁଇ ମହିଳାଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସର ସ୍ପେଶାଲ କ୍ରାଇମ୍ ୟୁନିଟ୍ ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ନିଶା ବେପାରରେ ସମ୍ପୃକ୍ତ ଥିବା ଜଣେ ଯୁବତୀ କମ୍ପ୍ୟୁଟର ଆପ୍ଲିକେସନରେ ପିଜି କରିଛନ୍ତି । ଆଉ ଜଣେ ଯୁବତୀ ଘରୋଇ କମ୍ପାନୀରେ ଚାକିରି କରିଥିଲେ । ଗିରଫ ୨ ଜଣ ହେଲେ କୋଣାର୍କ ଅଞ୍ଚଳର ୨୩ ବର୍ଷୀୟ ପ୍ରଜ୍ଞା ପ୍ରିୟା ସ୍ବାଇଁ ଓ ବାଲେଶ୍ଵର ବସ୍ତା ଅଂଚଳର ୩୦ ବର୍ଷୀୟ କରିଶ୍ମା ରାଉତ । ଉଭୟଙ୍କଠାରୁ ୨୫୬ ଗ୍ରାମର ବ୍ରାଉନସୁଗାର ଜବତ କରିଛି ପୋଲିସ । ଯାହାର ଆନୁମାନିକ ମୂଲ୍ୟ ୨୬ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Two highly educated women in the brown tobacco business | Argus News