Videos
|
Odisha

କ୍ଲାସରୁମରେ ଦୁଇ ଅଧ୍ୟାପକଙ୍କ ଭିତରେ ପିଟାପିଟି, ଜଣେ ଆହତ

Swayangprajna Mishra
Browse all articles by Swayangprajna Mishra
·2 years ago
କ୍ଲାସରୁମରେ ଦୁଇ ଅଧ୍ୟାପକଙ୍କ ଭିତରେ ପିଟାପିଟି, ଜଣେ ଆହତ

ଖୋର୍ଦ୍ଧା : କ୍ଲାସରୁମ ଭିତରେ ଦୁଇ ଅଧ୍ୟାପକଙ୍କ ଭିତରେ ହାତାହାତି ସହ ହେଲେ ପିଟାପିଟି। ଜଟଣୀ ମହାବିଦ୍ୟାଳୟରେ ପଦାର୍ଥ ବିଜ୍ଞାନର ଉଭୟ ଅଧ୍ୟାପକଙ୍କ ମଧ୍ୟରେ ଘଟିଛି ଏଭଳି ଘଟଣା।  ଅଧ୍ୟାପକ ଶୁଭାଶିଷ ନନ୍ଦ ଗୁରୁତର ହୋଇ ଥାନାରେ ଏତଲା ଦେଇଛନ୍ତି। ଅନ୍ୟ ଅଧ୍ୟାପକ ଆଶ୍ଚର୍ଯ୍ୟ କୁମାର କର ଆଗରୁ ନିଜର ଦବଦବା ଜାହିର କରିଆସୁଥିଲେ ବୋଲି ଆହତ ଅଧ୍ୟାପକ ସୁବାସିସ ନନ୍ଦ ଆଗରୁ କଲେଜ ପ୍ରିନ୍ସିପାଲଙ୍କ ନିକଟରେ ଅଭିଯୋଗ କରିଥିଲେ।

ଅଧିକ ପଢନ୍ତୁ ଓଡିଶା ଖବର 

ଏତଲା ରେ ଅଧ୍ୟାପକଙ୍କର ସୁନା ଚେନ ସହ ନଗଦ ୭ହଜାର ଟଙ୍କା ନେଇଯାଇଥିବା ଉଲ୍ଲେଖ କରିଛନ୍ତି ଅଧ୍ୟାପକ ଶ୍ରୀ ନନ୍ଦ। ଏନେଇ କଲେଜ ପ୍ରିନ୍ସିପାଲ କ୍ୟାମେରା ସାମ୍ନାରେ କିଛି ପ୍ରତିକ୍ରିୟା ରଖିବେ ନାହିଁ ବୋଲି ମନା କରିଥିବା ବେଳେ। ଅନ୍ୟ ଜଣେ  ଅଧ୍ୟାପକ ଆଶ୍ଚର୍ଯ୍ୟ କୁମାର କରଙ୍କର ପ୍ରତିକ୍ରିୟା ମିଳିପାରିନାହିଁ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Two lecturer were beaten up in the classroom, one injured | Argus News