ବସ୍ କୁ ଜଗିଥିବା ବେଳେ ମାଡିଗଲା କାର , ୨ ମୃତ
·2 years ago·1 min read

ଅର୍ଗସ ବ୍ୟୁରୋ : ବସ୍ କୁ ଜଗିଥିବା ବେଳେ ମାଡିଗଲା କାର। ବିଳମ୍ବିତ ରାତିରେ ଅଜଣା କାର ଧକ୍କା ରେ ଦୁଇ ଜଣ ଙ୍କ ମୃତ୍ୟ। ଗଞ୍ଜାମ ପାଟପୁର ଥାନା ପୋଡାମାରି ବସ୍ ଷ୍ଟାଣ୍ଡ ମୁଖ୍ୟ ରାସ୍ତାରେ ଘଟିଛି ଏହି ଘଟଣା। ବିଳମ୍ବିତ ରାତିରେ ପାର୍ଶ୍ଵ ରେ ଛିଡା ହୋଇଥିବା ବେଳେ ଗାଡି ଧକ୍କା ଦେଇ ଚାଲିଯାଇଥିବା ଜଣାପଡିଛି। ଘଟଣା ସ୍ଥଳରେ ପୋଲିସ ତଦନ୍ତ କରୁଥିବା ସୂଚନା। ମୃତକ ଦୁଇ ଜଣ ହେଲେ ଗଂଜାମ ସାନଖେମୁଣ୍ଡି ପାଟପୁର ଥାନା ପୋଡାମାରି ଗ୍ରାମର ସିମାଞ୍ଚଳ ପ୍ରଧାନ ଓ ପି, ରାମଚନ୍ଦ୍ରପୁର ର ନିରୁ ମହାନ୍ତି।
ଅଧିକ ପଢନ୍ତୁ : ଟ୍ରାକ୍ଟର ଓଲଟି ଦୁଇ ମୃତ, ୧୦ରୁ ଉର୍ଦ୍ଧ୍ବ ଆହତ
ରାସ୍ତାରେ ଛିଡା ହୋଇ ଏମାନେ ଭୁବନେଶ୍ୱର ଯିବା ପାଇଁ ଅପେକ୍ଷା କରିଥିବା ବେଳେ ଦୃତ ଗତିରେ ଗୋଟିଏ କାର ଆସି ମଡ଼ାଇ ଚାଲିଯାଇଥିବା ସୂଚନା। 5ଜଣ ଙ୍କୁ କାର ଟି ଧକ୍କା ଦେଇଥିଲା।ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଥିବାବେଳେ ଅନ୍ୟ ଦୁଇଜଣ ସାମାନ୍ୟ ଆହତ ଥିବା ଜଣାପଡିଛି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: