Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Miracle / ବଢ଼ି ପାଣି ସୁଅରେ ବାଇକ୍‌ ସହ ଭାସିଗଲେ ଯୁବକ, ପୁଣି ହେଲା ଏମିତି ଚମତ୍କାର...

Sushanta Sahoo
Browse all articles by Sushanta Sahoo
·9 months ago·2 min read
ବଢ଼ି ପାଣି ସୁଅରେ ବାଇକ୍‌ ସହ ଭାସିଗଲେ ଯୁବକ, ପୁଣି ହେଲା ଏମିତି ଚମତ୍କାର...

Key Points

ବଢ଼ି ପାଣିର ସୁଅରେ ଭାସି ଯାଉଥିବା ଯୁବକଙ୍କୁ ମିଳିଛି ନୂଆ ଜୀବନ । ବାଇକରେ ଯୁବକ ଜଣଙ୍କ ଯାଉଥିବା ବେଳେ ପୋଲରୁ ନଦୀକୁ ଭାସି ଯାଇଥିଲେ । ଆଉ ଉପସ୍ଥିତ ବୁଦ୍ଧି ଖଟାଇ ସେ ବାଇକ୍ ଛାଡ଼ି ପହଁରି ପହଁରି କୂଳକୁ ପଳାଇ ଆସିଛନ୍ତି ।

ଉଦଳା (ମୟୂରଭଞ୍ଜ): କଥାରେ ଅଛି ଯାହାକୁ ରଖିବେ ଅନନ୍ତ... ଆଜ୍ଞା ହଁ ଏଇ କଥା ସତ ହୋଇଛି । ବଢ଼ି ପାଣିର ସୁଅରେ ଭାସି ଯାଉଥିବା ଯୁବକଙ୍କୁ ମିଳିଛି ନୂଆ ଜୀବନ । ବାଇକରେ ଯୁବକ ଜଣଙ୍କ ଯାଉଥିବା ବେଳେ ପୋଲରୁ ନଦୀକୁ ଭାସି ଯାଇଥିଲେ । ଆଉ ଉପସ୍ଥିତ ବୁଦ୍ଧି ଖଟାଇ ସେ ବାଇକ୍ ଛାଡ଼ି ପହଁରି ପହଁରି କୂଳକୁ ପଳାଇ ଆସିଛନ୍ତି ।


ଏଥିସହ ପଢ଼ନ୍ତୁ: ନିୟମ ନ ମାନିଲେ ଶୁଣିବନି ପୋଲିସ; ଶୁକ୍ରବାର ସକାଳ ୮ଟାରୁ ଆରମ୍ଭ ହେବ ଭସାଣି


ଏ ଚମତ୍କାର ହୋଇଛି ମୟୂରଭଞ୍ଜ ଜିଲ୍ଲା ଉଦଳା ଅଞ୍ଚଳରେ । ମାନସିଂହ ହେମ୍ବ୍ରମ ନାମକ ଯୁବକ ଉଦଳାରୁ ରାସଗୋବିନ୍ଦପୁର ଯାଉଥିଲେ । ବାଇକ୍‌ ଯୋଗେ ଉଦଳା-ବାଲେଶ୍ଵର ରାସ୍ତାର ଜାମୁଘାଟ ପୋଲ ପାର୍ ହେଉଥିଲେ । ସେତେବେଳେ ଅସ୍ଥାୟୀ ପୋଲ ଉପରେ ୨ ଫୁଟ୍‌ର ପାଣି ଚାଲୁଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


କିନ୍ତୁ ଅନ୍ଧାରରେ ପୋଲ ଉପରେ ପାଣିର ମାତ୍ରାକୁ ଠିକ୍‌ରେ ଆକଳନ କରିପାରି ନଥିଲେ ମାନସିଂହ । ପୋଲ ଉପରକୁ ବାଇକ୍ ଗଡ଼ାଇବା ପରେ ଠିକ୍ ଅଧାରେ ପ୍ରଖର ସ୍ରୋତରେ ସେ ବାଇକ୍ ସହ ନଦୀ ଗର୍ଭକୁ ଭାସି ଯାଇଥିଲେ ।


ଏଥିସହ ପଢ଼ନ୍ତୁ: ମହେନ୍ଦ୍ରଗିରି ବୁଲିବାକୁ ଯାଇ ଫସିଲେ ୩୦ରୁ ଅଧିକ ପର୍ଯ୍ୟଟକ, ଉଦ୍ଧାର ପାଇଁ ଉଦ୍ୟମ ଜାରି


ପୋଲରୁ ବାଇକ୍ ଖସିବା ମାତ୍ରେ ଭୟଭୀତ ହୋଇ ପଡ଼ିଥିଲେ ସେ । ତୁରନ୍ତ ବାଇକ୍‌ ଓ ଅନ୍ୟ ସାମଗ୍ରୀ ଛାଡ଼ିଦେବା ସହ ମୁଣ୍ଡରୁ ହେଲମେଟ୍ କାଢ଼ି କୂଳକୁ ପହଁରି ପହଁରି ପଳାଇ ଆସିଥିଲେ । ମାନସିଂହଙ୍କ ଜୀବନ ବଞ୍ଚି ଯାଇଥିବା ବେଳେ ବାଇକ୍‌ଟି ନଦୀରେ ଭାସି ଯାଇଛି । ସମସ୍ତେ କହୁଛନ୍ତି, "ଯାହାକୁ ରଖିବେ ଅନନ୍ତ, କି କରିପାରେ ତା'ର ବଳବନ୍ତ ।"

Related Topics

Explore more stories

Sponsored