ମକର ମେଳାରେ ଅଘଟଣ, ମେଳା ବୁଲୁବୁଲୁ ପାହାଡରୁ ଖସି ପଡିଲେ ଯୁବକ
·2 years ago

ଅର୍ଗସ ବ୍ୟୁରୋ : ମକର ମେଳାରେ ଅଘଟଣ । ମକର ମେଳା ବୁଲିବାକୁ ଆସିଥିବା ବେଳେ ପାହାଡରୁ ଖସି ପଡିଲେ ଯୁବକ । ଆଉ ଗୁରୁତର ଅବସ୍ଥାରେ ଉଦଳା ଡାକ୍ତରଖାନାରେ ହୋଇଛନ୍ତି ଭର୍ତ୍ତି । ଏଭଳି ଘଟଣା ଘଟିଛି କପ୍ତିପଦା ଥାନା ଟାଙ୍ଗରାଶୁଣି ମକର ମେଳାରେ । ଟାଙ୍ଗରାଶୁଣି ମକର ମେଳାକୁ ଦୋକାନ ନେଇ ଆସିଥିଲେ ସୋର ଅଞ୍ଚଳ ର ଭବେଶ ମହାନ୍ତି ଏବଂ ତାଙ୍କ ଭାଇ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଭବେଶଙ୍କ ଭାଇ ଦୋକାନରେ ଥିବା ବେଳେ ଭବେଶ ଟାଙ୍ଗରାଶୁଣି ପାହାଡ ବୁଲିବାକୁ ଯାଇଥିଲେ । ହେଲେ ଅସାବଧାନତାଃ ବଶତଃ ସେ ପାହାଡରୁ ଖସି ପଡିଥିଲେ । ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଉଦଳା ଡାକ୍ତରଖାନାକୁ ପଠାଇଥିବା ବେଳେ ଗୁରୁତର ଅବସ୍ଥାରେ ତାଙ୍କର ଉଦଳା ଡାକ୍ତରଖାନାରେ ଚିକିତ୍ସା ଚାଲିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
