Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଲୋକାର୍ପଣ ହେଲା ଧର୍ମଶାଳା, ଟ୍ରମା କେୟାର ଓ ହାଇ ଏନର୍ଜୀ ଲିନିୟର ଆକ୍ସଲେଟର ମେସିନ

Jitendra Dash
Browse all articles by Jitendra Dash
·2 years ago·2 min read
ଲୋକାର୍ପଣ ହେଲା ଧର୍ମଶାଳା, ଟ୍ରମା କେୟାର ଓ ହାଇ ଏନର୍ଜୀ ଲିନିୟର ଆକ୍ସଲେଟର ମେସିନ

ଅର୍ଗସ ବ୍ୟୁରୋ : ଭୁବନେଶ୍ବର ଏମ୍ସକୁ ବଡ଼ ଉପହାର । ଲୋକାର୍ପଣ ହେଲା ଧର୍ମଶାଳା, ଟ୍ରମା କେୟାର ଓ ହାଇ ଏନର୍ଜୀ ଲିନିୟର ଆକ୍ସଲେଟର ମେସିନ । ଭିଡିଓ କନଫରେନ୍ସ ମାଧ୍ୟମରେ ଏହାର ଉନ୍ମୋଚନ କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ । ଏମ୍ସରେ ଟ୍ରମା ଓ ଜରୁରୀକାଳୀନ ବିଭାଗ ୩୦ଟି ଶଯ୍ୟାକୁ ନେଇ କାର୍ଯ୍ୟ କରୁଥିବା ବେଳେ ଏବେ ଏହା ୯୦ ସଂଖ୍ୟା ପର୍ଯ୍ୟନ୍ତ ବୃଦ୍ଧି ପାଇବ । ଏଥିପାଇଁ ଖର୍ଚ୍ଚ ହୋଇଛି ପ୍ରାୟ ୧୦ କୋଟି ଟଙ୍କା । ଆଉ ସବୁଠୁ ଗୁରୁତ୍ବପୂର୍ଣ୍ଣ ଏମ୍ସକୁ ମିଳିଛି ଏନର୍ଜୀ ଆକ୍ସିଲେଟର ମେସିନ । ଯାହା କ୍ୟାନ୍ସର ସେଲ ଓ ଟ୍ୟୁମର ସେଲକୁ ପୋଡି ନଷ୍ଟ କରିବାରେ ସହାୟକ ହେବ । 

ଭୁବନେଶ୍ବର ଏମ୍ସରେ ଅତ୍ୟାଧୁନିକ ବ୍ୟବସ୍ଥା ସହ ରୋଗୀଙ୍କ ସମ୍ପର୍କୀୟ ରହିବା ପାଇଁ ହୋଇଛି ୫୦୦ ଶଯ୍ୟା ବିଶିଷ୍ଟ ଧର୍ମଶାଳା ।  ଯାହା ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ରୋଗୀଙ୍କ ପାଇଁ ବେଶ ସହାୟକ ହେବ । ଲୋକମାନେ ନିଜ ରୋଗୀଙ୍କୁ ନେଇ ଏଠାରେ ସୁବିଧାରେ ରହିପାରିବେ । ରହିବାଠୁ ନେଇ ଶୌଚାଳୟ ପର୍ଯ୍ୟନ୍ତ ସବୁ ପ୍ରକାର ବ୍ୟବସ୍ଥା ଏଡାରେ ଉପଲବ୍ଧ । ଏଣିକି ଲୋକଙ୍କୁ ବିଶେଷ ହଇରାଣ ହେବାକୁ ପଡ଼ିବ ନାହିଁ । ରୋଗୀଙ୍କ ସହ ଏଠି ଅତି ବେଶୀରେ ୨ ଜଣ ବ୍ୟକ୍ତି ରହିପାରିବେ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

୨ଟି ବେଡ଼ ଥିବା ରୁମ ପାଇଁ ଦୈନିକ ୧୦୦ ଟଙ୍କା ଦେୟ ଧାର୍ଯ୍ୟ ହୋଇଥିବା ବେଳେ ୪ଟି ବେଡ ଥିବା ରୁମ ପାଇଁ ୫୦ଟଙ୍କା ଦେବାକୁ ହେବ । ଏହା ସହ କ୍ୟାବିନ ପାଇଁ ୫୦୦ ଟଙ୍କା ଦେୟ ଧାର୍ଯ୍ୟ ହୋଇଛି । ଯାହାକୁ ନେଇ ଏହି ରୋଗୀ ଏବଂ ତାଙ୍କ ସମ୍ପର୍କୀୟ ବେଶ ଖୁସି । ଭୁବନେଶ୍ବର ଏମ୍ସରେ ଏତେ ସବୁ ସୁବିଧା ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କ ପାଇଁ ପାଲଟିଛି ବରଦାନ । ଉନ୍ନତମାନର ମେସିନ ଓ ଧର୍ମଶାଳା ଫଳରେ ଚିକିତ୍ସା ଓ ସେବାରେ ଉପକୃତ ହେବ ରୋଗୀ । 
 

Sponsored
One-of-a-kind 492 bedded Dharmasala to provide essential shelter for attendants of patients during challenging times | Argus News