Videos
|
Odisha

ନିଜ ପାଇଁ ନୁହେଁ ସମୂହଙ୍କ ପାଇଁ ବଞ୍ଚିବା ଦରକାର ବୋଲି କହିଲେ କେନ୍ଦ୍ରମନ୍ତ୍ରୀ

Jitendra Dash
Browse all articles by Jitendra Dash
·2 years ago·2 min read
ନିଜ ପାଇଁ ନୁହେଁ ସମୂହଙ୍କ ପାଇଁ ବଞ୍ଚିବା ଦରକାର ବୋଲି କହିଲେ କେନ୍ଦ୍ରମନ୍ତ୍ରୀ

ଅର୍ଗସ ବ୍ୟୁରୋ : ଛାତ୍ରଛାତ୍ରୀମାନେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ବିପ୍ଲବୀ ବୀର ସୁରେନ୍ଦ୍ର ସାଏଙ୍କ ଭଳି ହେବା ପାଇଁ ପାଠ ପଢିବା ଦରକାର । ହାତୀ ସିଂହ ଓ ମାଧୋ ସିଂହଙ୍କ ପରି ଚରିତ୍ର ଓ ବ୍ୟକ୍ତିତ୍ୱ ଗଠନ ପାଇଁ ପାଠ ପଢିବା ଦରକାର । ତେବେ ଯାଇ ଆମ ଦେଶ ଅମୃତକାଳରେ ବିଶ୍ୱରେ ୧ ନମ୍ବର ହେବ ବୋଲି ସୋମବାର ବରଗଡ଼ ଠାରେ ‘କ୍ରୀଷ୍ଣା ବିକାଶ ଗ୍ରୁପ ଅଫ୍ ଇନଷ୍ଟିଚ୍ୟୁସନ’ର ୨୧ତମ ବାର୍ଷିକ ସମାରୋହରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।      

ଅଧିକ ପଢନ୍ତୁ ଓଡ଼ିଶା ଖବର

ଆମ ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଳ୍ପନାରେ ଜାତୀୟ ଶିକ୍ଷା ନୀତି ପ୍ରଣୟନ କରାଯାଇଛି । କ୍ରୀଷ୍ଣା ବିକାଶ ଗ୍ରୁପ ଫାଉଣ୍ଡେସନରେ ୨୦ ହଜାରରୁ ଅଧିକ ଛାତ୍ରଛାତ୍ରୀମାନେ ପାଠ ପଢୁଛନ୍ତି । ଏହି ଶିକ୍ଷାନୁଷ୍ଠାନରେ ପିଲାମାନେ ବୀର ସୁରେନ୍ଦ୍ର ସାଏ, ମାଧୋ ସିଂହ ଏବଂ ହାତୀ ସିଂହଙ୍କ ଭଳି ବଳିଷ୍ଠ ବ୍ୟକ୍ତିତ୍ୱ ଗଠନ କରିବା ପାଇଁ ପାଠ ପଢିବା ଦରକାର । ଏହା ଦ୍ୱାରା ଆମ ଦେଶ ବିଶ୍ୱରେ ଅଗ୍ରଣୀ ହେବ।  

ଶ୍ରୀ ପ୍ରଧାନ କହିଛନ୍ତି ଯେ ଆମେ ଅମୃତକାଳରେ ଗୁଣାତ୍ମକ ଶିକ୍ଷା ସହ ଧନ୍ଦାମୂଳକ ଶିକ୍ଷାଦାନ ମାଧ୍ୟମରେ ଭାରତକୁ ବଡ଼ କରାଇବା ପାଇଁ ପ୍ରଚେଷ୍ଟା କରିବା ଦରକାର । କେବଳ ଡକ୍ଟର, ଇଞ୍ଜିନିୟର, ଓକିଲ, ବଡ ବ୍ୟବସାୟ କରିବା ପାଇଁ ନୁହେଁ ବରଂ ସମାଜର କଲ୍ୟାଣ ପାଇଁ ପିଲା ମାନଙ୍କର ଲକ୍ଷ୍ୟ ରହିବା ଦରକାର । ନିଜ ପାଇଁ ନୁହେଁ ସମୂହଙ୍କ ପାଇଁ ବଞ୍ଚିବା ଦରକାର । ଜାତୀୟ ଶିକ୍ଷା ନୀତିର ଏହି ଆହ୍ୱାନକୁ ସାକାର କରିବା ଦିଗରେ କ୍ରୀଷ୍ଣା ବିକାଶ ଗ୍ରୁପ ଇନଷ୍ଟିଚ୍ୟୁସନ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରଖୁ । ଏହାର ସ୍କୁଲ ସମୂହ ଉତ୍ତମ ମଣିଷ ତିଆରି କରିବାର ଏକ ଅନୁଷ୍ଠାନ ହେଉ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି ।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଏହି ଅନୁଷ୍ଠାନର ବାର୍ଷିକ ଉତ୍ସବ ଅବସରରେ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, କ୍ରୀଷ୍ଣା ବିକାଶ ଗ୍ରୁପ ଅଫ୍ ଇନଷ୍ଟିଚ୍ୟୁସନର ପ୍ରତିଷ୍ଠାତା, ମ୍ୟାନେଜମେଣ୍ଟ କମିଟି ଏବଂ ତତସହ ଜଡିତ ସମସ୍ତଙ୍କୁ ଅଭିନନ୍ଦନ ଜଣାଇବା ସହ  ସ୍କୁଲର ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ପ୍ରତିଭାସମ୍ପନ୍ନ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ । ସମାରୋହରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପ୍ରଦର୍ଶିତ ସାଂସ୍କୃତିକ କାର୍ଯ୍ୟକ୍ରମ, ଯୋଗ ଓ ଦୁଃସାହସିକ କ୍ରୀଡ଼ାକୁ ଦେଖିବା ସହ ଏହାର ଭୂୟସୀ ପ୍ରଶଂସା ମଧ୍ୟ କରିଥିଲେ ।

Union Minister at annual function of 'Krishna Vikas Group of Institutions' in Bargarh | Argus News