|
logo
Live
Argus News App
GET APP

Argus News - ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର “ଶକ୍ତି ବନ୍ଦନ” କର୍ମଶାଳାରେ କେନ୍ଦ୍ରମନ୍ତ୍ରୀ

Odisha

ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର “ଶକ୍ତି ବନ୍ଦନ” କର୍ମଶାଳାରେ କେନ୍ଦ୍ରମନ୍ତ୍ରୀ

Jitendra Dash
Browse all articles by Jitendra Dash
·2 years ago·2 min read
ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର “ଶକ୍ତି ବନ୍ଦନ” କର୍ମଶାଳାରେ କେନ୍ଦ୍ରମନ୍ତ୍ରୀ

ଅର୍ଗସ ବ୍ୟୁରୋ : ଓଡ଼ିଶାରେ ଶିକ୍ଷକ ନିଯୁକ୍ତି ଓ ରୋଜଗାର କ୍ଷେତ୍ରରେ ବ୍ୟାପକ ଅନିୟମିତା ଅଭିଯୋଗ ହୋଇଛି । ଇ-ଆଡମିଟ୍ କାର୍ଡରେ ବିଚିତ୍ର ବିଚିତ୍ର ନାଁ ଆସିଥିବା ଖବରକାଗଜରେ ପ୍ରକାଶ ପାଇଛି । ଓଡ଼ିଆ ପିଲାଙ୍କର ଭବିଷ୍ୟତ ସ୍ୱପ୍ନ ଖବରକାଗଜରେ ପ୍ରକାଶିତ ହୋଇଥିବା ବିଚିତ୍ର ନାଁ ମଧ୍ୟରେ ସୀମିତ ବୋଲି ଶନିବାର ଭୁବନେଶ୍ୱର ଠାରେ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର ଏସଏଚଜି ଏବଂ ଏନଜିଓ ସମ୍ପର୍କ ଅଭିଯାନ “ଶକ୍ତି ବନ୍ଦନ” କର୍ମଶାଳାରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 

ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡ଼ିଶାରେ ଖଳ ପ୍ରକୃତିର ଶାସନ କର୍ତ୍ତା ଅଛନ୍ତି । ମହିଳାମାନେ ଅପମାନିତ ହେଉଛନ୍ତି । ଶାସକ ଦଳର ଅଧିକରୁ ଅଧିକ ମନ୍ତ୍ରୀ ଓ ବିଧାୟକମାନେ ମହିଳା ନିର୍ଯ୍ୟାତନାରେ ସମ୍ପୃକ୍ତି ଥିବା ତାଙ୍କର ଦଳର ମହିଳାମାନେ ଅଭିଯୋଗ କରିଛନ୍ତି । ଆଜି ଓଡ଼ିଶାରେ ମହିଳାମାନେ ରକ୍ତହୀନତାରେ ପୀଡିତ । ନବଜାତ ଶିଶୁମାନେ ଅପପୃଷ୍ଟିର ଶୀକାର ହୋଇଛନ୍ତି । ଓଡ଼ିଶାର ୧୯% ଶିଶୁ ଜନ୍ମ ହେବା ବେଳେ କମ ଓଜନର ଶୀକାର, ୩୧% ପୁଷ୍ଟିହୀନ ଓ ୧୮% ଉଚ୍ଚତା ଅନୁସାରେ କମ ଓଜନ ଏବଂ ୬୪% ଶିଶୁ ରକ୍ତହୀନତାରେ ପୀଡ଼ିତ । ଏହାବ୍ୟତିତ  ଓଡ଼ିଶାରେ ୨୦ ହଜାର ଶିକ୍ଷକ ନିଯୁକ୍ତି ନେଇ ଗଣମାଧ୍ୟମ ସାମ୍ନାକୁ ଆସିଛି । ଏଏସଓ ପରୀକ୍ଷା ହେବା ପରେ ନିୟମ ପରିବର୍ତ୍ତନ କରାଯାଉଛି ।  ପାରଦର୍ଶୀତା, ଟେକ୍ନୋଲୋଜିର ଓକିଲାତି କରୁଥିବା ରାଜ୍ୟ ସରକାର ପିଲାଙ୍କ ଭବିଷ୍ୟତକୁ ନେଇ କଣ କହିବେ ? ଗୋଟିଏ ପଟେ ମୋଦି ଗ୍ୟାରେଣ୍ଟି ଦେଇଥିବା ବେଳେ ଅନ୍ୟପଟେ ୨୫ ବର୍ଷ ପ୍ରତାରଣା, ପ୍ରବଞ୍ଚନା ଓ ଛଳନାର କାହାଣୀ ଅଛି ।  ଏଠିକାର ସରକାରଙ୍କୁ ସେବା ନୁହେଁ ଭୋଟ ଦରକାର । 


ଶ୍ରୀ ପ୍ରଧାନ କହିଛନ୍ତି ଯେ ମହିଳା ସଶକ୍ତିକରଣ ଆଜି ମୋଦିଙ୍କ ଗ୍ୟାରେଣ୍ଟି ହୋଇଛି ।  ମୋଦି ସରକାରରେ ମହିଳାମାନେ ସବୁଠୁ ବଡ ଲାଭାର୍ଥୀ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ବିକଶିତ ଭାରତ ପାଇଁ ଅମୃତ କାଳର ଚାରିଟି ଅମୃତ ସ୍ତମ୍ଭ ମଧ୍ୟରୁ ଆଗରେ ଭାରତର ନାରୀ ଶକ୍ତିକୁ ରଖିଛନ୍ତି । ମୋଦି ସରକାରଙ୍କ କଲ୍ୟାଣକାରୀ ଯୋଜନା ଦ୍ୱାରା ଆମର ଲକ୍ଷ ଲକ୍ଷ ମା' ଭଉଣୀମାନେ ଉପକୃତ ହେଉଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଜନଧନ ଆକାଉଣ୍ଟ ଖୋଲିବା ଠାରୁ ଆରମ୍ଭ କରି ସ୍ୱଚ୍ଛ ଭାରତ ଅଭିଯାନ ମାଧ୍ୟମରେ ଶୌଚାଳୟ ନିର୍ମାଣ, ପିଏମ ଆବାସରେ ଘର, ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ, ବେଟି ବଚାଓ ବେଟି ପଢାଓ, ମୁଦ୍ରା ଲୋନ, ଏସଏଚଜି ସମୂହଙ୍କୁ ବ୍ୟାଙ୍କ୍ ମାଧ୍ୟମରେ କମ ସୁଧରେ ଋଣ ଉପଲବ୍ଧ କରାଯିବା ସହ ନମୋ ଡ୍ରୋନ ଦିଦି ଓ ଲକ୍ଷପତି ଦିଦି ମହିଳାଙ୍କ କଲ୍ୟାଣକାରୀ ଯୋଜନାର ପ୍ରତିଫଳନ । ବିଧାନସଭା ଓ ଲୋକସଭା ନିର୍ବାଚନରେ ମହିଳାଙ୍କ ନେତୃତ୍ୱ ବଢାଇବା ପାଇଁ ନାରୀ ଶକ୍ତି ବନ୍ଦନ ଅଧିନିୟମ ବିଲ୍ ଆଇନରେ ପରିଣତ ହୋଇଛି । ମୋଦିଙ୍କ ବାର୍ତ୍ତା ଓ ଗ୍ୟାରେଣ୍ଟିକୁ ଓଡ଼ିଶାର ୧ କୋଟି ଘରେ ପହଞ୍ଚାଇବା ପାଇଁ ମହିଳା ମୋର୍ଚ୍ଚାର କାର୍ଯ୍ୟକର୍ତ୍ତାମାନେ ପ୍ରଚେଷ୍ଟା ଜାରି ରଖିବେ ବୋଲି ମୋର ବିଶ୍ୱାସ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ରାମନଗରୀ ଅଯୋଧ୍ୟାରେ ଭଗବାନ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବାର ଆଉ କିଛି ସମୟ ବାକି ଅଛି । ଆଜି ସମଗ୍ର ଭାରତବର୍ଷ ଯେତେବେଳେ ରାମମୟ ହୋଇଛି, ସେତେବେଳେ ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶାର ସ୍ୱନାମଧନ୍ୟ ଭଜନ ସମ୍ରାଟ ନମିତା ଅଗ୍ରୱାଲ ଗାନ କରିଥିବା “ଅଯୋଧ୍ୟା ନଗରୀ ନାଚେ ରାମଙ୍କୁ ପାଇ” ଗୀତକୁ ପ୍ରଶଂସା କରି ଓଡ଼ିଶାର ମାଆ, ଭଉଣୀଙ୍କୁ ସମ୍ମାନିତ କରିଛନ୍ତି । ଏହି  ଭକ୍ତି ସଙ୍ଗୀତ ଆମ ସମସ୍ତ ଓଡ଼ିଆଙ୍କ ମନରେ ନୂଆ ଦିବ୍ୟଭାବ ଆଣିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Sponsored
ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର “ଶକ୍ତି ବନ୍ଦନ” କର୍ମଶାଳାରେ କେନ୍ଦ୍ରମନ୍ତ୍ରୀ | Argus News