Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବିଜେପି ସରକାର ହେଲେ ଝାରସୁଗୁଡାରେ ପାଉଁଶ ସମସ୍ୟା ଦୂର ହେବ - କେନ୍ଦ୍ରମନ୍ତ୍ରୀ

Odisha

ବିଜେପି ସରକାର ହେଲେ ଝାରସୁଗୁଡାରେ ପାଉଁଶ ସମସ୍ୟା ଦୂର ହେବ - କେନ୍ଦ୍ରମନ୍ତ୍ରୀ

Jitendra Dash
Browse all articles by Jitendra Dash
·2 years ago·2 min read
ବିଜେପି ସରକାର ହେଲେ ଝାରସୁଗୁଡାରେ ପାଉଁଶ ସମସ୍ୟା ଦୂର ହେବ - କେନ୍ଦ୍ରମନ୍ତ୍ରୀ

ଅର୍ଗସ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ଦୀର୍ଘ ୨୪ ବର୍ଷ ହେବ ଓଡ଼ିଶାବାସୀଙ୍କୁ ଅନେକ ସ୍ୱପ୍ନ ଦେଖାଇ ଆସୁଛନ୍ତି । ସାଧାରଣ ଜନତାଙ୍କୁ ପିଇବା ପାଇଁ ପାଣି ଦେଇ ପାରୁନାହାନ୍ତି । ଜଳସେଚନର ସୁବିଧା ନାହିଁ । ଶିକ୍ଷା ଓ ସ୍ୱାସ୍ଥ୍ୟ ବିପର୍ଯ୍ୟସ୍ତ । ଯୁବକଙ୍କୁ ଚାକିରି ନାହିଁ । ଲିଭି ଆସୁଥିବା ଦୀପ ଜୋରରେ ଜଳେ ବୋଲି ସୋମବାର ଝାରସୁଗୁଡାରେ ଆୟୋଜିତ ମିଶ୍ରଣ ପର୍ବରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 

ଶ୍ରୀ ପ୍ରଧାନ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଭାଷଣ ଦେଉନାହାନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏକ ରିମୋଟ ସାଙ୍ଗରେ ଠିଆ ହେଉଛି । ସେ ଗୋଟିଏ ଶବ୍ଦ କହିଲେ ତାକୁ ମୁଖ୍ୟମନ୍ତ୍ରୀ କହୁଛନ୍ତି । ବିଜେପିର ମୁଖ୍ୟମନ୍ତ୍ରୀ କିଏ ହେବ ବୋଲି ଶାସକ ଦଳ ପ୍ରଶ୍ନ କରୁଥିବା ବେଳେ ପ୍ରଧାନମନ୍ତ୍ରୀ ତାହାର ଉତ୍ତର ଦେଇସାରିଛନ୍ତି ।  ମୁଖ୍ୟମନ୍ତ୍ରୀ ଜଣେ ଓଡ଼ିଆ ହେବ ଏବଂ ଓଡ଼ିଆ ସଂସ୍କୃତିକୁ ବୁଝୁଥିବା ଲୋକ ହେବ ବୋଲି ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିସାରିଛନ୍ତି । ହେଲେ ରାଜ୍ୟରେ ସରକାର କିଏ ଚଲାଉଛି, ତାହା  ଶାସକ ଦଳର ମୁଖ୍ୟମନ୍ତ୍ରୀ ସ୍ପଷ୍ଟ  କରିବେ କି ?

ଝାରସୁଗୁଡା ଭଳି ଶିଳ୍ପାଞ୍ଚଳରେ ଅନେକ କାରଖାନା ସମୂହ ଗଢ଼ି ଉଠିଛି । ଶିଳ୍ପ ଅନୁଷ୍ଠାନ ଥିଲେ ମଧ୍ୟ ନିରବଦ୍ରଷ୍ଟା ରାଜ୍ୟ ସରକାରଙ୍କ କାରଣରୁ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ମିଳୁନାହିଁ ଏବଂ ଯୁବପିଢି ବେରୋଜଗାର ଅଛନ୍ତି । ଶିଳ୍ପାନୁଷ୍ଠାନ ଏବଂ କଳକାରଖାନାର ପ୍ରଦୂଷଣ, ବର୍ଜ୍ୟବସ୍ତୁ ଓ ନିର୍ଗତ ପାଉଁଶ ଯୋଗୁଁ ଅଂଚଳରେ ଗଭୀର ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯାଇଛି । ବିଜେପି ସରକାର ଆସିଲେ ଏହି ସବୁ ସମସ୍ୟାର ସମାଧାନ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଓଡ଼ିଶା ଖବର

ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ କିରିମିରା ବ୍ଲକର ପୂର୍ବତନ ଚେୟାରମ୍ୟାନ ତେଜରାଜ ସାହୁ, ତାଙ୍କ ଧର୍ମପତ୍ନୀ ତଥା କିରିମିରା ବ୍ଲକର ଚେୟାରମ୍ୟାନ କୃଷ୍ଣପ୍ରିୟା ସାହୁ ଏବଂ ଅନେକ ସମର୍ଥକମାନେ ଦଳରେ ସାମିଲ ହୋଇଥିଲେ । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଓଡ଼ିଆ ଅସ୍ମିତା ଓ ସ୍ୱାଭିମାନର ସଂଗ୍ରାମରେ ସହଯୋଗୀ ଭୂମିକାର ଦାୟିତ୍ୱ ନିର୍ବାହ କରିବା ପାଇଁ ଦଳରେ ମିଶିଥିବାରୁ ଶ୍ରୀ ପ୍ରଧାନ ସମସ୍ତ ନୂତନ କାର୍ଯ୍ୟକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହି ମିଶ୍ରଣ ପର୍ବରେ ବରଗଡ ସାଂସଦ ପ୍ରାର୍ଥୀ ପ୍ରଦୀପ ପୁରୋହିତ ଏବଂ ଝାରସୁଗୁଡ଼ା ବିଧାୟକ ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।

Education Next Season 5
Sponsored
Union Minister at the Jharsuguda mishrana parba | Argus News