Videos
|
Odisha

ତାଳଚେରରେ ମା’ ହିଙ୍ଗୁଳାଙ୍କ ନବଦିନାତ୍ମକ ଯାତ୍ରାରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ

Jitendra Dash
Browse all articles by Jitendra Dash
·2 years ago·2 min read
ତାଳଚେରରେ ମା’ ହିଙ୍ଗୁଳାଙ୍କ ନବଦିନାତ୍ମକ ଯାତ୍ରାରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ

ଅର୍ଗସ ବ୍ୟୁରୋ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ତାଳଚେରର ଅଧିଷ୍ଠାତ୍ରୀ ଦେବୀ ଅଗ୍ନିସ୍ୱରୂପା ମା’ ହିଙ୍ଗୁଳାଙ୍କ ନବଦିନାତ୍ମକ ଯାତ୍ରାରେ ସାମିଲ ହୋଇ ମା’ଙ୍କ ଉଭାସ୍ଥଳରେ ପୂଜାର୍ଚ୍ଚନା କରିବା ସହ ବିଭିନ୍ନ ସାମାଜିକ ଓ ରାଜନୈତିକ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି । 

ମା’ ହିଙ୍ଗୁଳାଙ୍କ ଦର୍ଶନ କରିବା ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଅଗ୍ନିରୂପା ମା’ ହେଉଛନ୍ତି ଶ୍ରୀକ୍ଷେତ୍ର ରୋଷଘର ଠାକୁରାଣୀ । ମା’ଙ୍କ ଦର୍ଶନ ସହ ଉଭାସ୍ଥଳରେ ପୂଜାର୍ଚ୍ଚନା କରିବା ମୋର ସୌଭାଗ୍ୟ । ଆବାହମାନକାଳରୁ ଜାରି ରହିଥିବା ଏହି ପରମ୍ପରା ଭକ୍ତଙ୍କ ଭରସା ଓ ବିଶ୍ୱାସର ପ୍ରତୀକ । ମା’ ଆଶୀର୍ବାଦରେ ବିକଶିତ ଓଡ଼ିଶା ଓ ବିକଶିତ ଭାରତର ସ୍ୱପ୍ନ ପୂରଣ ହେଉ । ଓଡ଼ିଆ ଅସ୍ମିତା ସର୍ବଦା ବଜାୟ ରହିବା ସହ ସମସ୍ତ ଶ୍ରଦ୍ଧାଳୁଙ୍କ ମନୋସ୍କାମନା ପୂରଣ ହେଉ ବୋଲି ମା’ଙ୍କ ପାଖରେ ପ୍ରାର୍ଥନା କରିଥିଲେ କେନ୍ଦ୍ରମନ୍ତ୍ରୀ । ସେହିପରି ଯାତ୍ରୀରେ ନାଗରିକଙ୍କ ସହ ସାମିଲ ହୋଇ ଶ୍ରଦ୍ଧାଳୁଙ୍କୁ ପ୍ରସାଦ ବିତରଣ କରିଥିଲେ । କୋରାପୁଟର ଗୁପ୍ତେଶ୍ୱରରୁ ଆସିଥିବା ଜଣେ ଦୋକାନୀଙ୍କ ଠାରୁ ଝୁଣା କରିବା ସହ ଘରୋଇ ଉପକରଣ ସାମଗ୍ରୀ କିଣିଥିଲେ ।  

ଏହାବ୍ୟତିତ ସେବା କାର୍ଯ୍ୟରେ ନିୟୋଜିତ ‘ଓଡ଼ିଶା ଡ୍ରାଇଭର ମହାସଂଘ’ର କର୍ମଚାରୀ ମାନଙ୍କୁ ଭେଟି ସେମାନଙ୍କ କାର୍ଯ୍ୟକୁ ଶ୍ରୀ ପ୍ରଧାନ ପ୍ରଶଂସା କରିଥିଲେ । ସେ କହିଛନ୍ତି ଏକ ଦାୟିତ୍ୱ ସମ୍ପନ୍ନ ଗୋଷ୍ଠୀ ଭାବେ ସମାଜ ନିର୍ମାଣରେ ବଡ ଯୋଗଦାନ ରଖୁଥିବା ଡ୍ରାଇଭର ମହାସଂଘ ଆଜି ଭଳି ଦିନରେ ଜୀବିକା ସହ ମାନବସେବା କାର୍ଯ୍ୟରେ ଲାଗିବା ପ୍ରଶଂସନୀୟ । ଓଡିଶାରେ ନିଃସ୍ୱାର୍ଥପର ଭାବେ ଜନସଂଗଠନ କାମରେ ଲାଗିଥିବା ଓଡ଼ିଶା ଡ୍ରାଇଭର ମହାସଂଘ ଏକ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ । ତାଳଚେର ଓ ଅନୁଗୋଳରେ ପରିବହନ ସୁବିଧା ଏବଂ ଅର୍ଥନୀତିକୁ ମଜଭୂତ୍ କରିବାରେ ସେମାନଙ୍କ ଯୋଗଦାନ ଅତୁଳନୀୟ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହା ପରେ ଛେଣ୍ଡିପଦା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କୁଲେଇ ଗ୍ରାମରେ ମା’ କଳାପାଟ ମନ୍ଦିର, ତୁବେ ଗ୍ରାମ ପଞ୍ଚାୟତରେ ମା’ ହିଙ୍ଗୁଳା ମନ୍ଦିର, ମହାପ୍ରଭୁ ବ୍ରଜମୋହନ ମନ୍ଦିରରେ ଦର୍ଶନ କରିଥିଲେ । ଦର୍ଶନ ଲାଭ କରିବା ପରେ ସ୍ଥାନୀୟ ଅଞ୍ଚଳର ଗୁରୁଜନ ଓ ମାତୃଶକ୍ତିଙ୍କୁ ଭେଟି ମୋଦୀଙ୍କୁ ଦେଶରେ ତୃତୀୟ ଥର ପ୍ରଧାନମନ୍ତ୍ରୀ କରିବା ସହ ଓଡ଼ିଶାରେ ବିଜେପିର ସରକାର କରିବା ପାଇଁ ସହଯୋଗ କାମନା କଲି । ଜନତାଙ୍କ ଆକାଂକ୍ଷା ଓ ଅପେକ୍ଷାକୁ ପୂରଣ କରିବା ପାଇଁ ମୋଦୀ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଥିଲେ ।

Union Minister Dharmendra Pradhan attends historic ‘Hingula Lok Mahotsav’ in Talcher | Argus News