Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବୀରତ୍ୱର ଅର୍ଥ ଶାରିରୀକ କିମ୍ବା ମାନସିକ ଇଚ୍ଛାଶକ୍ତି ନୁହେଁ, ଉଦ୍ଦେଶ୍ୟ ସବୁଠୁ ବଡ଼ ହେବା ଦରକାର

Jitendra Dash
Browse all articles by Jitendra Dash
·2 years ago·2 min read
ବୀରତ୍ୱର ଅର୍ଥ ଶାରିରୀକ କିମ୍ବା ମାନସିକ ଇଚ୍ଛାଶକ୍ତି ନୁହେଁ,  ଉଦ୍ଦେଶ୍ୟ ସବୁଠୁ ବଡ଼ ହେବା ଦରକାର

ଅର୍ଗସ ବ୍ୟୁରୋ : ଅଗ୍ନିବୀରଙ୍କ ବୀରତ୍ୱ ଓ ମାନସିକ ଦୃଢତା ଦେଶର ଭବିଷ୍ୟତ ସହ ଯୋଡିହୋଇଛି । ବୀରତ୍ୱର ଅର୍ଥ କେବଳ ଶାରିରୀକ କିମ୍ବା ମାନସିକ ଇଚ୍ଛାଶକ୍ତି ନୁହେଁ । ଉଦ୍ଦେଶ୍ୟ ସବୁଠୁ ବଡ ହେବା ଦରକାର ବୋଲି ସମ୍ବଲପୁରରେ ବୀର ସୁରେନ୍ଦ୍ର ସାଏ ଡିଫେନ୍ସ ଟ୍ରେନିଂ ଏକାଡେମୀରେ ପ୍ରଶିକ୍ଷଣ ନେଉଥିବା ଅଗ୍ନିବୀର ମାନଙ୍କୁ ଭେଟିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 

ଶ୍ରୀ ପ୍ରଧାନ କହିଛନ୍ତି ଯେ ମହାନ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ ବୀରତ୍ୱର ଜ୍ୱଳନ୍ତ ପ୍ରତୀକ ଥିଲେ । ବୀର ସୁରେନ୍ଦ୍ର ସାଏଙ୍କ ପାଖରେ ପ୍ରଚଣ୍ଡ ରାଷ୍ଟ୍ରପ୍ରେମ ସହ ଏକ ବଡ଼ ଉଦ୍ଦେଶ୍ୟ ଥିଲା । ଦେଶରୁ ବ୍ରିଟିଶ ଶକ୍ତିଙ୍କୁ ହଟାଇବା ଥିଲା ସୁରେନ୍ଦ୍ର ସାଏଙ୍କ ମୁଖ୍ୟ ଉଦ୍ଦେଶ୍ୟ । ସେ ଇଂରେଜମାନଙ୍କ ସହ ବୁଝାମଣା ନ କରି ସଂଗ୍ରାମ କରିଥିଲେ ଏବଂ ଶହୀଦ ହୋଇଥିଲେ । ସେ ସ୍ୱୟଂ ପାଇଁ ନୁହେଁ ସମୂହ ପାଇଁ ନିଜ ଜୀବନ ତ୍ୟାଗ କରିଥିଲେ । ସେହିପରି ଭାବରେ ତାଙ୍କ ବୀରତ୍ୱ ଓ  ବିଚାରରେ ଅନୁପ୍ରାଣିତ ହୋଇ ଅଗ୍ନିବୀରର ଯୁବଶକ୍ତିମାନେ ଆଗାମୀ ଦିନରେ ଦେଶର ସୈନିକ ଶକ୍ତିକୁ ସୁଦୃଢ କରିବା ସହ ବିକଶିତ ଭାରତର ନେତୃତ୍ୱ ନେବେ ।  


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଆମ ଦେଶ ଏକ ମହାଶକ୍ତି ଭାବେ ପରିଗଣିତ ହେଉଛି । ଅଗ୍ନିପଥ ଯୋଜନା ରାଷ୍ଟ୍ର, ସେନା ଏବଂ ଆମର ଯୁବକମାନଙ୍କ ପାଇଁ ସଫଳ ହେଉଛି । ସମ୍ବଲପୁରରେ ବିଶେଷ ଭାବରେ ଅଗ୍ନିବୀରରେ ଭର୍ତ୍ତି ହେବା ପାଇଁ ନାରୀଶକ୍ତିଙ୍କ ଆଗ୍ରହ ମୋତେ ଉତ୍ସାହିତ କରିଛି । ସେନାରେ କିପରି ଅଧିକରୁ ଅଧିକ ଯୁବଶକ୍ତି ସାମିଲ ହୋଇ ଦେଶର ରକ୍ଷା ଦିଗରେ କାମ କରିପାରିବେ, ସେହି ଲକ୍ଷ୍ୟ ନେଇ ସେନାରେ ଅବସରର ବୟସ ସୀମା ହ୍ରାସ କରାଯାଇଛି । ଯୁବଶକ୍ତିଙ୍କୁ ଅଗ୍ନିବୀର ଭାବେ ଭର୍ତ୍ତି କରାଯାଉଛି । ଏହାର ସୁଯୋଗ ପ୍ରଶିକ୍ଷାର୍ଥୀ ମାନେ ନିଅନ୍ତୁ । ସୈନ୍ୟବାହିନୀରୁ ପୂର୍ବ ସୈନିକ ଭାବେ ଫେରିଲେ ଏଠାରେ ଲୋକେ ବହୁତ ସମ୍ମାନ ଦେବେ । କାରଣ ସୈନ୍ୟବାହିନୀରେ ଅଗ୍ନିବୀରମାନଙ୍କୁ ଶିଖାଯାଉଥିବା ଶୃଙ୍ଖଳା ଭବିଷ୍ୟତକୁ ସୁରକ୍ଷିତ ରଖେ । ପୂର୍ବ ସୈନିକ ଭାବେ ଅନେକ ସୁବିଧା ସୁଯୋଗ ପାଇବେ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେହିପରି ଏଠାରେ ପ୍ରଶିକ୍ଷଣ ନେଉଥିବା ଖେଳାଳି ମାନଙ୍କ ସହ ଆଲୋଚନା ବେଳେ କହିଛନ୍ତି, ସମ୍ବଲପୁର ହେଉଛି ଫୁଟବଲ, କବାଡି ପରି ସ୍ପୋର୍ଟସର ଏନ୍ତୁଡ଼ିଶାଳ । ୨୦୩୬ରେ ହେବାକୁ ଥିବା ଅଲମ୍ପିକ୍ସରେ ଯେପରି ସମ୍ବଲପୁର ପଦକ ଆଣିବ, ସେ ନେଇ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିବା । ଭାରତୀୟ ଦଳରେ ସାମିଲ ହୋଇ ସମ୍ବଲପୁରର ଖେଳାଳି ପଦକ ଆଣି ଜିଲ୍ଲା ଓ ଦେଶକୁ ଗୌରାବାନ୍ୱିତ କରିବେ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ଏହି କାର୍ଯ୍ୟକ୍ରମ ପରେ  ଶ୍ରୀ ପ୍ରଧାନ ସମ୍ବଲପୁରରେ ସ୍କୁଟିରେ ବୁଲିବା ସହ ସ୍ଥାନୀୟ ଜନସାଧାରଣ ଓ ବ୍ୟବସାୟୀଙ୍କୁ ଭେଟି ସେମାନଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ଗୋଲବଜାର ବୈଦ୍ୟନାଥ ଛକରେ ପ୍ରମୋଦ ବାରିକଙ୍କ ଦୋକାନରେ କାର୍ଯ୍ୟକର୍ତ୍ତାଙ୍କ ସହ ଚା’ ପିଇଥିଲେ । ପ୍ରାୟ ୫୦ ବର୍ଷର ଏହି ପୁରୁଣା ଦୋକାନରେ ଅନେକ ବନ୍ଧୁ ମାନଙ୍କୁ ଭେଟି ଖୁସିବ୍ୟକ୍ତ କରିଥିଲେ କେନ୍ଦ୍ରମନ୍ତ୍ରୀ । ଏହି ଅବସରରେ ସାଧାରଣ ବ୍ୟକ୍ତିଙ୍କ ପରି କେନ୍ଦ୍ରମନ୍ତ୍ରୀ ବିଭିନ୍ନ ଦୋକାନରୁ ସାମଗ୍ରୀ କିଣାକିଣି କରିବା ସହ ଆତିଥେୟତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।

Sponsored
Union Minister Dharmendra Pradhan Interacts With Agniveer Aspirants At VSS Defence Training Academy | Argus News