Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦେଶର ସବୁଠୁ ଶକ୍ତିଶାଳୀ ଓଡ଼ିଆ ରାଜନେତା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Jitendra Dash
Browse all articles by Jitendra Dash
·2 years ago·2 min read
ଦେଶର ସବୁଠୁ ଶକ୍ତିଶାଳୀ ଓଡ଼ିଆ ରାଜନେତା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଅର୍ଗସ ବ୍ୟୁରୋ : ପ୍ରକାଶ ପାଇଛି ଇଣ୍ଡିଆନ ଏକ୍ସପ୍ରେସର ମୋଷ୍ଟ ପାୱାରଫୁଲ୍ ଇଣ୍ଡିଆନ୍ସ ତାଲିକା । ସ୍ବାଭାବିକ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ତାଲିକର ସର୍ବୋଚ୍ଚ ସ୍ଥାନରେ ଅପରିବର୍ତ୍ତିତ ରହିଛନ୍ତି । ଦୁଇ ନମ୍ବର ସ୍ଥାନ ବଜାୟ ରଖିଛନ୍ତି କେନ୍ଦ୍ରଗୃହମନ୍ତ୍ରୀ ଅମିତ ଶାହ । ଆରଏସଏସ ସରସଂଘଚାଳକ ମୋହନ ଭାଗବତ 3ଟି ର୍ୟାଙ୍କ ଉପରକୁ ଉଠି ତୃତୀୟ ଶକ୍ତିଶାଳୀ ଭାରତୀୟ ଭାବେ ତାଲିକାରେ ସ୍ଥାନ ପାଇଛନ୍ତି । ତାଙ୍କ ପଛକୁ ଚତୁର୍ଥ ର୍ୟାଙ୍କରେ ରହିଛନ୍ତି ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଡି.ୱାଇ ଚନ୍ଦ୍ରଚୁଡ଼ । ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର ଗତ ବର୍ଷ ତୁଳନାରେ ୨ଟି ର୍ୟାଙ୍କ୍ ତଳକୁ ଖସି ୫ମ ସ୍ଥାନରେ ରହିଛନ୍ତି । ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଗୋଟିଏ ର୍ୟାଙ୍କ୍ ତଳକୁ ଖସି ଚଳିତ ବର୍ଷ ଷଷ୍ଠ ସ୍ଥାନ ଅଧିକାର କରିଛନ୍ତି । 

ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ସପ୍ତମ, ଅର୍ଥମନ୍ତ୍ରୀ ନିର୍ମାଳ ସୀତାରମଣ ଅଷ୍ଟମ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ନବମ ଓ ଶିଳ୍ପପତି ଗୌତମ ଅଦାନୀ ଚଳିତ ବର୍ଷ ୧୦ମ ଶକ୍ତିଶାଳୀ ଭାରତୀୟ ଭାବେ ତାଲିକାରେ ସ୍ଥାନ ପାଇଛନ୍ତି । ଶ୍ରେଷ୍ଠ ୧୦୦ ଶକ୍ତିଶାଳୀ ଭାରତୀୟଙ୍କ ତାଲିକାରେ ସ୍ଥାନ ପାଇଛନ୍ତି ୪ ଓଡ଼ିଆ । ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ୨ଟି ର୍ୟାଙ୍କର ପ୍ରମୋସନ ସହ ଏହି ତାଲିକାର ୧୯ ତମ ସ୍ଥାନରେ ପହଞ୍ଚିଛନ୍ତି । ତେବେ ଦେଶର ସବୁଠୁ ଶକ୍ତିଶାଳୀ ଓଡ଼ିଆ ରାଜନେତା ଭାବେ ଇଣ୍ଡିଆନ ଏକ୍ସପ୍ରେସର ମୋଷ୍ଟ ପାୱାରଫୁଲ ଇଣ୍ଡିଆନ୍ସ ତାଲିକାରେ ସ୍ଥାନ ପାଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଚଳିତ ବର୍ଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପଛରେ ପକାଇଛନ୍ତି ଧର୍ମେନ୍ଦ୍ର । 

୨୦୨୩ ତୁଳନାରେ ୨୬ଟି ର୍ୟାଙ୍କ୍ ଉପରକୁ ଉଠି ୩୩ ତମ ଶକ୍ତିଶାଳୀ ଭାରତୀୟ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସ୍ଥାନ ଦେଇଛି ଇଣ୍ଡିଆନ୍ ଏକ୍ସପ୍ରେସ । ତେବେ ନବୀନ ପଟ୍ଟନାୟକ ୨୦୨୩ ତୁଳନାରେ ୫ଟି ର୍ୟାଙ୍କ୍ ତଳକୁ ଖସିଆସିଛନ୍ତି । ୪୭ ତମ ସ୍ଥାନରେ ରହିଛନ୍ତି ନବୀନ । ଧର୍ମେନ୍ଦ୍ର ୨୬ ର୍ୟାଙ୍କ ଉପରକୁ ଉଠିବା ପଛରେ ଜାତୀୟ ଶିକ୍ଷାନୀତି ୨୦୨୦ କ୍ରିୟାନ୍ବୟନରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ମୁଖ୍ୟ କାରଣ ବୋଲି ଦର୍ଶାଇଛି ଇଣ୍ଡିଆନ୍ ଏକ୍ସପ୍ରେସ୍ । ସେହିପରି ଦକ୍ଷମତା ବିକାଶ ଓ ଉଦ୍ୟମିତା ମନ୍ତ୍ରାଳୟର ଦାୟିତ୍ବ ମଧ୍ୟ ଧର୍ମେନ୍ଦ୍ରଙ୍କୁ ଅଧିକ ଶକ୍ତିଶାଳୀ ବନାଇଛି । ତେବେ ର୍ୟାଙ୍କରେ ଏତେ ବଡ଼ ଲମ୍ପ ପଛରେ ସବୁଠୁ ବଡ଼ କାରଣ କୋଭିଡ ସମୟରେ ଶିକ୍ଷା କ୍ଷେତ୍ରରେ ହୋଇଥିବା କ୍ଷତି ଭରଣା ପାଇଁ ଧର୍ମେନ୍ଦ୍ରଙ୍କ ପଦକ୍ଷେପ ବୋଲି ଦର୍ଶାଇଛି ଇଣ୍ଡିଆନ୍ ଏକ୍ସପ୍ରେସ୍ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଓଡ଼ିଶା ଖବର

ଏହାଛଡ଼ା ନ୍ୟାସନାଲ କରିକୁଲମ୍ ଫ୍ରେମୱାର୍କ ଓ ନ୍ୟାସନାଲ କ୍ରେଡିଟ୍ ଫ୍ରେମୱାର୍କ ଲାଗୁ କରିବା ମଧ୍ୟ ଶିକ୍ଷାମନ୍ତ୍ରୀ ଭାବେ ଧର୍ମେନ୍ଦ୍ରଙ୍କର ବଡ଼ ଉପଲବ୍ଧି ବୋଲି କୁହାଯାଇଛି । ୨୦୨୪ରେ ଶେଷ୍ଠ ଶକ୍ତିଶାଳି ଭାରତୀୟ ତାଲିକାରେ ୬ଟି ର୍ୟାଙ୍କର ପ୍ରମୋସନ ସହ ୧୩ ତମ ସ୍ଥାନ ହାସଲ କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଏହାଛଡ଼ା ଚତୁର୍ଥ ଓଡ଼ିଆ ଭାବେ ତାଲିକାର ୫୨ ତମ ର୍ୟାଙ୍କରେ ରହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି.କେ ମିଶ୍ର । 

Sponsored
Union Minister Dharmendra Pradhan is the most powerful orthodox politician of the country | Argus News