Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଧନୁଯାତ୍ରା ଆମର ଶୌର୍ଯ୍ୟ, ଧୈର୍ଯ୍ୟ ଓ ଶକ୍ତିର ପ୍ରତୀକ - ଧର୍ମେନ୍ଦ୍ର ପ୍ରଧାନ

Jitendra Dash
Browse all articles by Jitendra Dash
·2 years ago·1 min read
ଧନୁଯାତ୍ରା ଆମର ଶୌର୍ଯ୍ୟ, ଧୈର୍ଯ୍ୟ ଓ ଶକ୍ତିର ପ୍ରତୀକ - ଧର୍ମେନ୍ଦ୍ର ପ୍ରଧାନ

ଅର୍ଗସ ବ୍ୟୁରୋ : ଧନୁଯାତ୍ରା ଆମର ଶୌର୍ଯ୍ୟ, ଧୈର୍ଯ୍ୟ ଓ ଶକ୍ତିର ପ୍ରତୀକ ବୋଲି ଶନିବାର ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଖଣ୍ଡକୋଟା ଠାରେ ୩୧ତମ ବିରାଟ ଧନୁଯାତ୍ରା ମହୋତ୍ସବରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 

ଶ୍ରୀ ପ୍ରଧାନ କହିଛନ୍ତି ଯେ ଧନୁଯାତ୍ରା ହେଉଛି ଆମର ଲୋକକଳା, ଲୋକ ପରମ୍ପରା । ଧନକଟା ପରେ ଲୋକମାନେ ଆନନ୍ଦରେ ଥିବା ସମୟରେ ଏହି ଉତ୍ସବ ପାଳନ ହୁଏ । ଲୋକ ସାହିତ୍ୟ ମାଧ୍ୟମରେ ଶିକ୍ଷଣୀୟ ବିଷୟ ଲୋକମାନଙ୍କ ପାଖରେ ପହଞ୍ଚାଇବାର ଅନନ୍ୟ ପରମ୍ପରା ହେଉଛି ଧନୁଯାତ୍ରା ।  ନିକଟରେ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଭାରତୀୟ ଡାକ ବିଭାଗ ପକ୍ଷରୁ ଧନୁଯାତ୍ରା ସମେତ ପଶ୍ଚିମ ଓଡ଼ିଶାର ସାଂସ୍କୃତିକ ଐତିହ୍ୟ ଉପରେ ୮ ଗୋଟି ଡାକ ଟିକେଟ ଉନ୍ମୋଚନ ହେବା ଦ୍ୱାରା ଆମର କଳା, ସଂସ୍କୃତି, ସଭ୍ୟତା ଏବଂ ଅସ୍ମିତାକୁ ଉପଯୁକ୍ତ ସମ୍ମାନ ମିଳିଛି । ଓଡ଼ିଶାର ସଂସ୍କୃତି ଓ କଳାକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ବଦ୍ଧ ପରିକର ।  ଧନୁଯାତ୍ରା ମାଧ୍ୟମରେ ଦୀର୍ଘ ୩୦ ବର୍ଷ ଧରି ସ୍ଥାନୀୟ କଳା, ସଂସ୍କୃତି ଓ ପରମ୍ପରାକୁ ଉଜ୍ଜିବୀତ କରୁଥିବାରୁ ଆୟୋଜକଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହି ଅବସରରେ ଶ୍ରୀ ପ୍ରଧାନ କଂସ ମହାରାଜାଙ୍କୁ ସମ୍ବଲପୁର ସମେତ ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମୋଦି ସରକାରରେ ଆସିଥିବା ଘର, ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଚାଉଳ, ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ ତଥା ଅନ୍ୟାନ୍ୟ କଲ୍ୟାଣକାରୀ ଯୋଜନାରେ ମିଳୁଥିବା ଲାଭ ଉପରେ ବର୍ଣ୍ଣନା କରିଥିଲେ ।

Sponsored
Union Minister Dharmendra Pradhan visits Dhanu Yatra | Argus News