Dharmendra Pradhan / ଓଡ଼ିଆ ଅସ୍ମିତା, ସ୍ୱାଭିମାନ ଓ ପରାକ୍ରମର ପ୍ରତୀକ ଧଉଳି: ଧର୍ମେନ୍ଦ୍ର ପ୍ରଧାନ

Key Points
ଧଉଳି ଆସିବା ଆଗରୁ ସପ୍ତମୀ ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀକ୍ଷେତ୍ର ଯାଇ ମା ବିମଳାଙ୍କୁ ଦର୍ଶନ କରିଥିଲେ ।
ଶାନ୍ତିସ୍ତୂପ ପରିଦର୍ଶନ କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ । କହିଲେ, ଓଡ଼ିଆ ଅସ୍ମିତା, ସ୍ୱାଭିମାନ ଓ ପରାକ୍ରମର ପ୍ରତୀକ ଧଉଳି । ଧଉଳି ହୋଇଯିବ ବିକିଶତ ଓଡ଼ିଶା ଓ ବିକଶିତ ଭାରତର ମାର୍ଗ । କଳିଙ୍ଗ ଯୁଦ୍ଧରେ ବୀର ଓଡିଆଙ୍କ ବିରତ୍ୱର ଗାଥାକୁ ମନେପକାଇଲେ କେନ୍ଦ୍ରମନ୍ତ୍ରୀ । ସପ୍ତମୀ ତିଥିରେ ଶ୍ରୀକ୍ଷେତ୍ର ଯାଇ ମା ବିମଳା ଓ ପାର୍ଶ୍ବଦେବା ଦେବୀଙ୍କୁ କଲେ ପୂଜାଚର୍ଚ୍ଚା ।
ଆମ ପୂର୍ବଜଙ୍କ ବିରତ୍ବର ଗାଥାକୁ ମନେପକାଇ ଆଜି ଧଉଳିଗିରିରେ କିଛି ସମୟ କାଟି ଥିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ କହିଥିଲେ, ବୀର କଳିଙ୍ଗର ରାଜନୀତି, ସଂସ୍କୃତି, ଧର୍ମ ଏବଂ ଲିପିର ଇତିହାସ ଜାଣିବାର ଅମୂଲ୍ୟ ଭଣ୍ଡାର ହେଉଛି ଧଉଳିର ଶିଳାଲେଖ.. ଧଉଳିରେ ହିଁ ଆମ ପୂର୍ବଜ ଦେଖାଇଥିଲେ ଅଦମ୍ୟ ସାହସ । ଏଠାରେ ଥିବା ମନ୍ଦିରରେରେ ଦିଅଁ ଦର୍ଶନ ସହ ଶିଳାଲେଖର ଐତିହ୍ୟ ଓ ପୃଷ୍ଠଭୂମି ଉପରେ ଏଏସଆଇ ଅଧିକାରୀଙ୍କ ପାଖରୁ ହୋଇଥିଲେ ଅବଗତ । କହିଥିଲେ ଓଡିଆ ଅସ୍ମିତା, ସ୍ବାଭିମାନ ଓ ପରାକ୍ରମର ପ୍ରତୀକ ହେଉଛି ଧଉଳି ।
📱 Get Argus News App
✨ଏହାସହ ପଢ଼ନ୍ତୂ:- ଶ୍ୱଶୁର ଘର ସମ୍ପତ୍ତିରୁ ବୋହୁ ମାଗିପାରିବ କି ହକ୍ ?
ଧଉଳିଗିରି ଆସିଥିବା ପର୍ଯ୍ୟଟକ ଓ ଛାତ୍ରଛାତ୍ରୀଙ୍କ ସହ ବେଶ କିଛି ସମୟ ବିତାଇଥିଲେ କେନ୍ଦ୍ର ମନ୍ତ୍ରୀ । ସ୍ଥାନୀୟ ଦୋକାନୀଙ୍କ କଥା ହୋଇଥିଲେ .. ଆଖୁ ରସ ପିଇଥିଲେ । ଆମ୍ବିଆନସ । କେନ୍ଦ୍ର ମନ୍ତ୍ରୀଙ୍କ ସହ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ଏକାମ୍ର ବିଧାୟକ ବାବୁ ସିଂ, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ବରିଷ୍ଠ ବିଜେପି ନେତା ସମୀର ମହାନ୍ତି ପ୍ରମୁଖ ଧଉଳି ପରିଭ୍ରମଣ କରି ଓଡ଼ିଶାର ଇତିହାସ, ସଂସ୍କୃତି ଓ ପରମ୍ପରାକୁ ମନେ ପକାଇଥିଲେ ।
ଧଉଳି ଆସିବା ଆଗରୁ ସପ୍ତମୀ ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀକ୍ଷେତ୍ର ଯାଇ ମା ବିମଳାଙ୍କୁ ଦର୍ଶନ କରିଥିଲେ । ପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମେତ କାଶୀ ବିଶ୍ବନାଥ ଉତ୍ତର ଦ୍ବାର ପାର୍ଶ ହନୁମାନ ମନ୍ଦିର ଯାଇ ଦର୍ଶନ କରିବା ସହ ଦେଶ ତଥା ରାଜ୍ୟର ସମୃଦ୍ଦି କାମନା କରିଥିଲେ ।
ଏହାସହ ପଢ଼ନ୍ତୂ:- ପୋଲିସର ସାଂଘାତିକ ଅଭିଯୋଗ, ବିଜୟଙ୍କ ପାଇଁ ଏତେ ସବୁ କାଣ୍ଡ ଘଟିଲା !
Related Topics
Explore more stories