Videos
|
Odisha

ନବୀନଙ୍କ ଉପରେ ବର୍ଷିଲେ ଧର୍ମେନ୍ଦ୍ର

Jitendra Dash
Browse all articles by Jitendra Dash
·2 years ago·1 min read
ନବୀନଙ୍କ ଉପରେ ବର୍ଷିଲେ ଧର୍ମେନ୍ଦ୍ର

ଅର୍ଗସ ବ୍ୟୁରୋ : ଭୁବନେଶ୍ୱରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସାମ୍ବାଦିକ ସମ୍ମିଳନୀ । ରାଜ୍ୟ ସରକାରଙ୍କ ଖୋଲିଲେ ଦେଲେ ଅସଲ ମୁଖା । କହିଲେ, ଓଡ଼ିଶାରେ ଏଥର ବିଜେପି ସରକାର ଗଢିବ । ୨୧ ଲୋକସଭା ଆସନରୁ ୨୧ ଆସନ ଆମର ହେବ । ନରେନ୍ଦ୍ର ମୋଦିଙ୍କ ପ୍ରତି ଓଡ଼ିଶାବାସୀଙ୍କ ବିଶ୍ବାସ ଓ ଭରଷା ବଢିଛି । ସବୁ ସମୟରେ ଓଡ଼ିଶାକୁ ଆସିବେ ପ୍ରଧାନମନ୍ତ୍ରୀ ଆମର ସବୁ ସମସ୍ୟାର ସମଧାନ କରିବେ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାକାଳ ସମୟରେ ଯଦି କୌଣସି ରାଜ୍ୟ ଲାଭବାନ ହୋଇଛି ସେ ହେଉଛି ଓଡ଼ିଶା ।

ଅଧିକ ପଢନ୍ତୁ ଓଡ଼ିଶା ଖବର

କାରଣ ୨୦୦୪ରୁ ୨୦୧୪ କଂଗ୍ରେସ ଶାସନରେ ଓଡ଼ିଶାକୁ ପ୍ରାୟ ୩ଲକ୍ଷ କୋଟିର ଆର୍ଥିକ ଅନୁଦାନ ମିଳିଥିଲା । କିନ୍ତୁ ମୋଦିଙ୍କ ୧୦ ବର୍ଷ ଶାସନ କାଳରେ ୧୮ ଲକ୍ଷରୁ ଅଧିକ କୋଟି ଟଙ୍କା ଓଡ଼ିଶାର ଉନ୍ନତି ପାଇଁ ମୋଦି ସରକାର ପଠାଇଛନ୍ତି । ଆଉ ପ୍ରତିଦ୍ୱନ୍ଦ୍ୱୀମାନେ ଏହାକୁ ନେଇ ସନ୍ଦେହ କରୁଛନ୍ତି ।

ମୋଦି ସରକାରଙ୍କ ଏତେ ଆର୍ଥିକ ଅନୁଦାନ ପରେ ବି ଓଡ଼ିଶାର ବିକାଶ କାହିଁକି ହୋଇପାରୁନି? ଓଡ଼ିଆ ଅସ୍ମିତା, ଓଡ଼ିଆ ସଂସ୍କୃତି ଉପରେ ପ୍ରଶ୍ମବାଚୀ କାହିଁକି ଉଠିଛି? ବିଜେପି ଏକ ଦାୟିତ୍ୱସମ୍ପନ୍ନ ଜାତୀୟ ଦଳ ଭାବେ ଏହି ଅପଚେଷ୍ଟାକୁ ପଣ୍ଡ କରିବ । ଆଉ ତା’ର ସୂତ୍ରଧର ପାଲଟିବେ ପ୍ରତିଟି ଓଡ଼ିଆ, ଓଡ଼ିଶାବାସୀ ଏଥର ପରିବର୍ତ୍ତନ ପାଇଁ ସ୍ଥିର କରିସାରିଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବିକାଶର ବିଭିନ୍ନ ମାନକରେ ଓଡ଼ିଶା ତଳ ଆଡକୁ ରହୁଛି, ଯାହା ଓଡ଼ିଶାବାସୀ କେବେ ବରଦାସ୍ତ କରିବେନି । ଯେଉଁ ଜିଲ୍ଲାକୁ ମୁଖ୍ୟମନ୍ତ୍ରୀ ପ୍ରତିନିଧିତ୍ୱ କରୁଛନ୍ତି ଦୀର୍ଘ ୨୪ ବର୍ଷ ଧରି ସେହି ଜିଲ୍ଲା ଦାଦନର ପେଣ୍ଠ ପାଲଟିଛି, ଆଉ ଏଥର ଯେଉଁ ଦ୍ୱିତୀୟ ଆସନ କଣ୍ଟାବାଞ୍ଜିରୁ ଛିଡ଼ା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ତାହା ଦାଦନର ଦ୍ୱିତୀୟ ପେଣ୍ଠସ୍ଥଳ ବୋଲି ସିଧା ନିଶାନା କରିଛନ୍ତି ଧର୍ମେନ୍ଦ୍ର ।