Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୱାଲ

Jitendra Dash
Browse all articles by Jitendra Dash
·2 years ago·1 min read
ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୱାଲ

ଅର୍ଗସ ବ୍ୟୁରୋ : କଟକ ଜିଲ୍ଲା ଆଠଗଡ଼ ବ୍ଲକ୍ ଧାଈପୁର ଖେଳପଡ଼ିଆରେ ଅନୁଷ୍ଠିତ ହୋଇଛି ବିକଶିତ ଭାରତ ସଂକଳ୍ପ ଯାତ୍ରା । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳ ମାର୍ଗ ଏବଂ ଆୟୁଷ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ । କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ କହିଥିଲେ ସମାଜର ସବୁ ଲୋକଙ୍କ ପାଖରେ ସବୁ ସରକାରୀ ଯୋଜନାର ଉପକାର ପହଞ୍ଚିବ ଏହା ମୋଦି ଗ୍ୟାରେଣ୍ଟି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଭାରତ ଏବେ ବିକଶିତ ହେବା ଲକ୍ଷ୍ୟରେ ଆଗେଇ ଚାଲିଛି । ଦେଶବାସୀଙ୍କ ସେବା ଯୋଗାଇ ଦେବା ଦିଗରେ ବିଜେପି କାମ କରୁଛି । ଏହି କାର୍ଯ୍ୟକ୍ରମରେ ଆଠଗଡ଼ର ବିଜେପି ନେତା  ଅଭୟ ବାରିକ, କେନ୍ଦ୍ର ଶିଳ୍ପ କମର୍ସ ଏକଜିକ୍ୟୁଟିଭ୍ ଏମ ମୁଥୁସ୍ବାମୀ, ଧାଇପୁର ସରପଞ୍ଚ ମିନାକ୍ଷୀ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ସମସ୍ତଙ୍କୁ ବିକଶିତ ଭାରତର ଶପଥ ପାଠ କରାଇଥିଲେ କେନ୍ଦ୍ରମନ୍ତ୍ରୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Union Minister Sarbananda Sonwal joined the Development India Concept Tour | Argus News