Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପିଇବା ପାଣି, ସ୍ୱାସ୍ଥ୍ୟ, ଶିକ୍ଷା ଓ ରୋଜଗାର ପାଇଁ ଓଡ଼ିଶାରେ ସରକାର ପରିବର୍ତ୍ତନ ହେବ - ଧର୍ମେନ୍ଦ୍ର ପ୍ରଧାନ

Jitendra Dash
Browse all articles by Jitendra Dash
·2 years ago·2 min read
ପିଇବା ପାଣି, ସ୍ୱାସ୍ଥ୍ୟ, ଶିକ୍ଷା ଓ ରୋଜଗାର ପାଇଁ ଓଡ଼ିଶାରେ ସରକାର ପରିବର୍ତ୍ତନ ହେବ - ଧର୍ମେନ୍ଦ୍ର ପ୍ରଧାନ

ଅର୍ଗସ ବ୍ୟୁରୋ : ଏଥର ଆଠମଲ୍ଲିକ, ଅନୁଗୋଳ ଏବଂ ଓଡ଼ିଶାରେ ନିଶ୍ଚୟ ପରିବର୍ତ୍ତନ ହେବ । ମୋଦୀ ଗ୍ୟାରେଣ୍ଟିରେ ସମାଜର ଅନ୍ତିମ ଶ୍ରେଣୀରେ ଥିବା ଲୋକମାନଙ୍କୁ ବିଶୁଦ୍ଧ ପାନୀୟ ଜଳ, ଉତ୍ତମ ସ୍ୱାସ୍ଥ୍ୟସେବା, ଗୁଣାତ୍ମକ ଶିକ୍ଷା ସୁବିଧା ସହ ରୋଜଗାର ଉପଲବ୍ଧ କରାଇବା ପାଇଁ ପରିବର୍ତ୍ତନ ହେବ ବୋଲି ଅନୁଗୋଳରେ ନିର୍ବାଚନ ପ୍ରଚାର କରିବା ଅବସରରେ କହିଛନ୍ତି ସମ୍ବଲପୁର ଲୋକସଭା ସାଂସଦ ପ୍ରାର୍ଥୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 

ଶ୍ରୀ ପ୍ରଧାନ ଶନିବାର ଆଠମଲ୍ଲିକ ନିର୍ବାଚନମଣ୍ଡଳୀର ଅନ୍ତୁଳିଆରେ ଆୟୋଜିତ ହଜାର ହଜାର ଲୋକଙ୍କ ସହ ବିଶାଳ ପଦଯାତ୍ରାରେ ଯୋଗଦେଇ ଦଳୀୟ ପ୍ରାର୍ଥୀଙ୍କ ସମର୍ଥନରେ ପ୍ରଚାର କରିଛନ୍ତି । ସେଠାରେ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ବିରୋଧୀମାନେ ବିକାଶକୁ ପାରୁନଥିବା ମୁଖ୍ୟମନ୍ତ୍ରୀ କହୁଛନ୍ତି । ଓଡ଼ିଶାର ଗାଁରେ ପିଇବା ପାଣି ନାହିଁ । ଚାଷ ଜମିରେ ପାଣି ନାହିଁ । ଡାକ୍ତରଖାନାରେ ଡାକ୍ତର ନାହାନ୍ତି । ସ୍କୁଲ ଗୁଡିକରେ ଶିକ୍ଷକ ନାହାନ୍ତି । ପିଲାମାନେ ଅଧାରୁ ପାଠପଢା ଛାଡୁଛନ୍ତି । ଗାଁରେ ଗାଁରେ କାମ ଧନ୍ଦା ଆଶାରେ ଲୋକମାନେ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି । ଓଡ଼ିଶାରେ ୬୦ ପ୍ରତିଶତ ମହିଳା ରକ୍ତହୀନତା ଏବଂ ଶିଶୁମାନେ ଅପପୁଷ୍ଟିର ଶୀକାର । ଏହାକୁ ମୁଖ୍ୟମନ୍ତ୍ରୀ ବିକାଶ କହୁଛନ୍ତି କି ?       

ମୁଖ୍ୟମନ୍ତ୍ରୀ ଭିଡିଓରେ ଅଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ରିମୋର୍ଟ କଣ୍ଟ୍ରୋଲ ଅଣଓଡ଼ିଆ ଗୁମାସ୍ତା ପାଖରେ ପହଞ୍ଚିଲାଣି । ଏହା ଓଡ଼ିଆ ଅସ୍ମିତାର ପ୍ରଶ୍ନ ।  ଓଡ଼ିଶା କାହାର ବ୍ୟକ୍ତିଗତ ସମ୍ପତ୍ତି ନୁହେଁ । ଏକଛତ୍ରବାଦ କିମ୍ବା ରାଜତନ୍ତ୍ର ନୁହେଁ । ଏହା ଗଣତନ୍ତ୍ର । ଲୋକମାନେ ଯାହାକୁ ଚାହିଁବେ ତାକୁ ଜିତିବେ ।  ଓଡ଼ିଆ ଲୋକଙ୍କ କର ଖଜଣାରେ ଯେଉଁ ସରକାରୀ ବାବୁ ଦରମା ନେଇ ଓଡ଼ିଶାକୁ କବଜା କରିବାକୁ ଚାହୁଁଛନ୍ତି, ତାହା ବିରୁଦ୍ଧରେ ଜନମତ ହେବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆମ ରାଜ୍ୟରେ ଓଡ଼ିଆ ଭାଷା, ସଂସ୍କୃତି ଏବଂ ଓଡ଼ିଆ ଲୋକଙ୍କର ଭବିଷ୍ୟତ ଆଜି ଅନ୍ଧାରରେ । ଆମ ରାଜ୍ୟର ନେତା ଓଡ଼ିଆ ଲୋକ ହେବା ଦରକାର । ଓଡ଼ିଶାରେ ଭ୍ରଷ୍ଟ, ଦୁର୍ନୀତିଗ୍ରସ୍ତ ଓ ଅତ୍ୟାଚାରୀ ସରକାରକୁ ବଦଳାଇବା ଦରକାର । ଓଡ଼ିଆ ଭାଷା, ଅସ୍ମିତା ଓ ସ୍ୱାଭିମାନକୁ ବଞ୍ଚାଇବା ପାଇଁ ଆମେ ସମସ୍ତେ ପଦ୍ମଫୁଲରେ ଭୋଟ୍ ଦେବା । ଓଡ଼ିଶା ଏବଂ ଦେଶରେ ବିଜେପି ସରକାର ଗଠନ କରିବା ପାଇଁ ଉପସ୍ଥିତ ଜନସାଧାରଣଙ୍କୁ ନିବେଦନ କରିଛନ୍ତି କେନ୍ଦ୍ରମନ୍ତ୍ରୀ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ସେ ଆହୁରି କହିଛନ୍ତି ଯେ ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରତି ଲୋକପ୍ରିୟତା କ୍ରମାଗତ ଭାବେ ବଢିବାରେ ଲାଗିଛି । ନିର୍ବାଚନ ଯେତେ ପାଖେଇ ଆସିବ, ମୋଦୀଙ୍କ ପ୍ରତି ସମର୍ଥନ ସେତେମାତ୍ରାରେ ବୃଦ୍ଧି ପାଉଥିବ ।  ଲୋକସଭାକୁ ଏଥର ସର୍ବାଧିକ ସିଟ୍ ଓଡ଼ିଶା ଦେବ । ବିଧାନସଭାରେ ପଟ୍ଟ ପରିବର୍ତ୍ତନ ହେବ । ଭୁବନେଶ୍ୱରରେ ପ୍ରଥମ ଥର ଓ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସରକାର ହେବ । ପ୍ରଚାର କାଳରେ ଶ୍ରୀ ପ୍ରଧାନ ଓଗୀ ସ୍ଥିତ ମା’ ବନଦୁର୍ଗା ମନ୍ଦିରରେ ଦର୍ଶନ କରିଥିଲେ । ପଦଯାତ୍ରାରେ ଶତାଧିକ ଜନସାଧାରଣ, ମାତୃଶକ୍ତି ଓ ଯୁବବର୍ଗମାନେ କେନ୍ଦ୍ରମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ ।

Sponsored
Union Minister's election campaign in Athamallik | Argus News