Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - 'ଗରିବୀ ହଟାଓ' ନାରା ଦେଇ କଂଗ୍ରେସ ଦଶନ୍ଧି ଦଶନ୍ଧି ଧରି ଲୋକଙ୍କ ଆଖିରେ ଧୂଳି ଦେଇଆସିଛି

Odisha

'ଗରିବୀ ହଟାଓ' ନାରା ଦେଇ କଂଗ୍ରେସ ଦଶନ୍ଧି ଦଶନ୍ଧି ଧରି ଲୋକଙ୍କ ଆଖିରେ ଧୂଳି ଦେଇଆସିଛି

Jitendra Dash
Browse all articles by Jitendra Dash
·2 years ago·1 min read
'ଗରିବୀ ହଟାଓ' ନାରା  ଦେଇ କଂଗ୍ରେସ ଦଶନ୍ଧି ଦଶନ୍ଧି ଧରି ଲୋକଙ୍କ ଆଖିରେ ଧୂଳି ଦେଇଆସିଛି

ଅର୍ଗସ ବ୍ୟୁରୋ : ମନ୍ଦିର ଏବଂ ମଠ ବୁଲିବା ପରେ କଂଗ୍ରେସ ଯୁବରାଜ ରାହୁଲ ଗାନ୍ଧୀ ଏବେ ନିଜର ରାଜନୈତିକ ଅସ୍ତିତ୍ୱ ବଞ୍ଚାଇବା ପାଇଁ ଚରମ ଜାତିବାଦୀ ରାଜନୀତିର ସାହାରା ନେଇଛନ୍ତି । କଂଗ୍ରେସର 'ମିଛର ଗ୍ୟାରେଣ୍ଟି'କୁ କେହି ବିଶ୍ୱାସ କରିବେ ନାହିଁ ବୋଲି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  

ଝାରସୁଗୁଡାରେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜାତି ବିଷୟରେ ଦେଇଥିବା ଟିପ୍ପଣୀ ଉପରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ସବୁ ଥର ପରି ରାହୁଲ ଗାନ୍ଧୀଙ୍କ ଆଉ ଏକ ମିଛ ପଦାକୁ ଆସିଛି ।  ହୁଏତ ସତରେ ସେ ଅବୁଝା ଅଛନ୍ତି କିମ୍ବା ବାରମ୍ବାର ମିଛ କହିଲେ ମିଛଟି ସତ ହୋଇଯାଏ ବୋଲି ରାହୁଲ ଗାନ୍ଧୀ ଭାବି ନେଇଛନ୍ତି । ପ୍ରଥମେ ସେ ନିଜେ ନିଜକୁ ନ୍ୟାୟ ଦିଅନ୍ତୁ । ଏଭଳି ଭାବରେ ପ୍ରତିଦିନ ମିଛ କହିବାର ଅଭ୍ୟାସ କଲେ, ସେ ଆଗକୁ କେବଳ ହାସ୍ୟ, ବ୍ୟଙ୍ଗ ଏବଂ ମନୋରଞ୍ଜନର ବ୍ୟକ୍ତି ଭାବେ ଜଣା ଯିବେ ।    

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପ୍ରଧାନମନ୍ତ୍ରୀ ମୋଦିଙ୍କ 'ପଲିଟିକ୍ସ ଅଫ୍ ପର୍ଫର୍ମାନ୍ସ' ଓ ୧୦ ବର୍ଷର ରିପୋର୍ଟ କାର୍ଡ ସାମ୍ନାରେ କଂଗ୍ରେସର ପ୍ରତ୍ୟେକ କୌଶଳ ବିଫଳ ହୋଇଛି । 'ଗରିବୀ ହଟାଓ' ନାରା  ଦେଇ କଂଗ୍ରେସ ଦଶନ୍ଧି ଦଶନ୍ଧି ଧରି ଲୋକଙ୍କ ଆଖିରେ ଧୂଳି ଦେଇଆସିଛି । ଏବେ ସାମାଜିକ ନ୍ୟାୟ ଉପରେ ସେମାନଙ୍କ କୁମ୍ଭୀର କାନ୍ଦଣାରେ ଦେଶବାସୀ ଭ୍ରମିତ ହେବେ ନାହିଁ । ରାହୁଲ ଗାନ୍ଧୀ ନିଜ ଦଳର ଦଳିତ, ଆଦିବାସୀ, ପଛୁଆ ଓ ସଂରକ୍ଷଣ ବିରୋଧୀ ଚେହେରା ବିଷୟରେ ଅନଭିଜ୍ଞ ଥାଇପାରନ୍ତି, କିନ୍ତୁ ଦେଶ ଏହାକୁ ଭଲ ଭାବରେ ଜାଣିଛି ଓ ବୁଝିଛି । କଂଗ୍ରେସର 'ମିଛର ଗ୍ୟାରେଣ୍ଟି'କୁ କେହି ବିଶ୍ୱାସ କରିବେ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ଏକ୍ସରେ କହିଛନ୍ତି ।

Sponsored
Union Minister's response to Rahul Gandhi's remarks on caste | Argus News