Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଓଡ଼ିଶାର ଅବ୍ୟବସ୍ଥାକୁ ସଜାଡିବା ସହ ଓଡ଼ିଆ ଅସ୍ମିତା ସୁରକ୍ଷାର ଗ୍ୟାରେଣ୍ଟି ଦେଇଛନ୍ତି ମୋଦି

Odisha

ଓଡ଼ିଶାର ଅବ୍ୟବସ୍ଥାକୁ ସଜାଡିବା ସହ ଓଡ଼ିଆ ଅସ୍ମିତା ସୁରକ୍ଷାର ଗ୍ୟାରେଣ୍ଟି ଦେଇଛନ୍ତି ମୋଦି

Jitendra Dash
Browse all articles by Jitendra Dash
·2 years ago·3 min read
ଓଡ଼ିଶାର ଅବ୍ୟବସ୍ଥାକୁ ସଜାଡିବା ସହ ଓଡ଼ିଆ ଅସ୍ମିତା ସୁରକ୍ଷାର ଗ୍ୟାରେଣ୍ଟି ଦେଇଛନ୍ତି ମୋଦି

ଅର୍ଗସ ବ୍ୟୁରୋ : ବରଗଡ଼ ସମାବେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାର ଅବ୍ୟବସ୍ଥାକୁ ସଜାଡିବା ପାଇଁ ସରକାର ବଦଳାଇବା ପାଇଁ ଅପିଲ କରିଛନ୍ତି । ସାଢେ ୪ କୋଟି ଓଡ଼ିଆଙ୍କ ଅସ୍ମିତାର ସୁରକ୍ଷା, ଲୋକଙ୍କ ପ୍ରତି ଥିବା ଆସ୍ଥା ତଥା ଓଡ଼ିଆ ଲୋକଙ୍କ ବିକାଶର ଦାୟିତ୍ୱ ନେବା ପାଇଁ ସେ ଗ୍ୟାରେଣ୍ଟି ଦେଇଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  

ଶନିବାର ବରଗଡ଼ରେ ‘ବିଜୟ ସଂକଳ୍ପ ସମାବେଶ’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଧାନ ଓ ଧନୁଯାତ୍ରାର ଭୂମି ବରଗଡ଼ରେ ପ୍ରଧାନମନ୍ତ୍ରୀ ଚାଷୀଙ୍କ କଲ୍ୟାଣର ଗ୍ୟାରେଣ୍ଟି ନେଇ ଆସିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଭଳି ରାଷ୍ଟ୍ର ନେତା ସର୍ବଦା ଓଡ଼ିଶାକୁ ପ୍ରାଥମିକତା ଦେଇ ଆସିଛନ୍ତି । ଏଥିପାଇଁ ମୁଁ ତାଙ୍କ ନିକଟରେ କୃତଜ୍ଞ ।  ଆଜି ପ୍ରଧାନମନ୍ତ୍ରୀ ଓଡ଼ିଶାର ଅବ୍ୟବସ୍ଥାକୁ ଆଉ ସହ୍ୟ କରାଯାଇପାରିବ ନାହିଁ । ଏହାକୁ ବଦଳାଇବା ପାଇଁ ପଡିବ ବୋଲି କହିଛନ୍ତି । ସାଢେ ୪ କୋଟି ଓଡ଼ିଆଙ୍କ ଅସ୍ମିତାର ସୁରକ୍ଷା, ତାଙ୍କ ପ୍ରତି ଥିବା ଆସ୍ଥା ତଥା ଓଡ଼ିଆ ଲୋକଙ୍କର ବିକାଶର ଦାୟିତ୍ୱ ମୋଦୀ ନିଜେ ନେବେ ବୋଲି କହିଛନ୍ତି । ଏହାସହ ଓଡ଼ିଶାର ଜନସାଧାରଣଙ୍କୁ ବିଜେପିକୁ ୫ ବର୍ଷ ସେବା କରିବା ପାଇଁ ସୁଯୋଗ ଦେବାକୁ ନିବେଦନ କରିଛନ୍ତି । ମୋଦିଙ୍କ ନେତୃତ୍ୱରେ ହିଁ ଓଡ଼ିଶା ୧ ନମ୍ବର ହେବ ବୋଲି କେନ୍ଦ୍ରମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଛନ୍ତି  ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ରତ୍ନଭଣ୍ଡାର ଭଳି ଓଡ଼ିଶାର ଅତ୍ୟନ୍ତ ସମ୍ବେଦନଶୀଳ ପ୍ରସଙ୍ଗ ଓ ଭାବନାର ପ୍ରଶ୍ନକୁ ମୋଦି ଉପସ୍ଥାପିତ କରିଛନ୍ତି । ବିଜେପି ସବୁବେଳେ ରତ୍ନଭଣ୍ଡାର ପ୍ରସଙ୍ଗରେ ଉଠାଇ ଆସିଛି । ଓଡ଼ିଆ ଲୋକଙ୍କ ଆସ୍ଥା ସହ ଯୋଡି ହୋଇଥିବା ଶ୍ରୀମନ୍ଦିରର ରତ୍ନଭଣ୍ଡାର ଚାବି କିଏ ହଜାଇଲେ ? ରତ୍ନଭଣ୍ଡାର କାହିଁକି ଖୋଲାଯାଉନାହିଁ ? ରାଜ୍ୟ ସରକାର କାହାର ପାପକୁ ଘଣ୍ଟ ଘୋଡାଇବା ପାଇଁ ଚେଷ୍ଟା କରୁଛନ୍ତି ? ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସହ କିଏ ଖେଳୁଛି ? ତାହାର ଉତ୍ତର ଦେବା ପାଇଁ ପଡିବ । ସେହିପରି ଓଡ଼ିଶାରେ ସରକାର ପୂରା ଆଉଟ ସୋର୍ସ ହୋଇଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଉପରେ ଜଣେ ସୁପର ସିଏମ୍‌ ହୋଇଗଲେଣି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଓଡ଼ିଶାର ମୁଖ୍ୟ ଶାସନ ସଚିବ, ଡିଜି, ମନ୍ତ୍ରୀମଣ୍ଡଳର ସଦସ୍ୟମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାର ସୁଯୋଗ ପାଉନାହାନ୍ତି । ମୁଖ୍ୟମନ୍ତ୍ରୀଙ୍କ ମଜବୁରିର ଲାଭ ଉଠାଇ କିଛି ଓଡ଼ିଆ ବିରୋଧୀ ଲୋକମାନେ ଓଡ଼ିଶାର ଶାସନ ଚଲାଉଛନ୍ତି । ଓଡ଼ିଶାର ଭାବାବେଗକୁ କୁଠାରଘାତ କରୁଛନ୍ତି । ଓଡ଼ିଆ ଲୋକମାନେ ଭୋଟ୍ ମାଧ୍ୟମରେ ଉଚିତ୍ ଜବାବ ଦେବେ ।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଓଡ଼ିଶାରେ ମୋଦିଙ୍କ ପ୍ରତି ଭରସା ଅଛି, ଓଡ଼ିଶାକୁ ସର୍ବଶ୍ରେଷ୍ଠ ସ୍ଥାନକୁ ମୋଦି ହିଁ ନେଇପାରିବେ । ଅନ୍ୟପକ୍ଷେ ଦୀର୍ଘ ୨୪ ବର୍ଷ ଶାସନରେ ରହିବା ପରେ ବି ରାଜ୍ୟର ଘରେ ଘରେ ପାଇପ ଯୋଗେ ପିଇବା ପାଣିର ସୁବିଧା ନାହିଁ । ଚାଷଜମିରେ ଜଳସେଚନର ବ୍ୟବସ୍ଥା ନାହିଁ । ମେଡିକାଲରେ ଡାକ୍ତର ଓ ସ୍କୁଲରେ ଶିକ୍ଷକ ନାହାନ୍ତି । ରାଜ୍ୟର ଏକ ତୃତୀୟାଂଶ ଲୋକ ବାହାର ରାଜ୍ୟକୁ କାମ କରିବାକୁ ଯାଉଛନ୍ତି ।  ଦୀର୍ଘ ୨୫ ବର୍ଷ ଧରି ରାଜ୍ୟରେ ଯେଉଁ ଅବ୍ୟବସ୍ଥା, ଦୁର୍ନୀତି, ଅତ୍ୟାଚାର, ଭ୍ରଷ୍ଟାଚାର ଶାସନ ଚାଲିଛି, ଲୋକମାନେ ଏଥର ଜବାବ ଦେବେ ଏବଂ ପରିବର୍ତ୍ତନ କରାଇବେ । ଓଡ଼ିଶାରେ ମୋଦିଙ୍କ ଶାସନ ପ୍ରଣାଳି ଆଣିବା ପାଇଁ ଲୋକମାନେ  ପରିବର୍ତ୍ତନ କରାଇବେ । ଏଥର ଓଡ଼ିଆ ଭାଷାଭାଷୀ ମୁଖ୍ୟମନ୍ତ୍ରୀ ହେବେ । ମୋଦୀଙ୍କ ସହ ଓଡ଼ିଆ ଲୋକମାନେ ସାଙ୍ଗରେ ଯିବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ଗଣମାଧ୍ୟମର ଏକ ପ୍ରଶ୍ନରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଭାରତର ମାନ୍ୟବର ରାଷ୍ଟ୍ରପତି ଅଯୋଧ୍ୟାରେ ରାମ ମନ୍ଦିରରେ ଦର୍ଶନ ପ୍ରସଙ୍ଗ ନେଇ କଂଗ୍ରେସ ମନ୍ଦିରକୁ ଗଙ୍ଗା ଜଳରେ ସ୍ନାନ କରାଇବା ମନ୍ତବ୍ୟ ଦେବା ଦୁର୍ଭାଗ୍ୟଜନକ । କଂଗ୍ରେସ ଦଳର ନୈତିକତା ନାହିଁ । କଂଗ୍ରେସ ଏକ ଦେବାଳିଆ ପାର୍ଟି ବୋଲି ଶ୍ରୀ ପ୍ରଧାନ ମତପ୍ରକାଶ କରିଛନ୍ତି ।

Argus Whatsapp Channel Mobile Top
Sponsored
Union Minister's speech at the 'Vijaya Sankalpa Samabesh Rally' in Bargarh | Argus News