Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ନିଆରା ବ୍ୟକ୍ତିତ୍ବ, ଏବେ ଯାଏଁ ପୋଡିଲେଣି ୧୫ଶହରୁ ଅଧିକ ଶବ

Odisha

ନିଆରା ବ୍ୟକ୍ତିତ୍ବ, ଏବେ ଯାଏଁ ପୋଡିଲେଣି ୧୫ଶହରୁ ଅଧିକ ଶବ

Swayangprajna Mishra
Browse all articles by Swayangprajna Mishra
·2 years ago·2 min read
ନିଆରା ବ୍ୟକ୍ତିତ୍ବ, ଏବେ ଯାଏଁ ପୋଡିଲେଣି ୧୫ଶହରୁ ଅଧିକ ଶବ

ବାଲେଶ୍ବର : ଶବର ସାଥୀ ଶୁକଦେବ । କାଠ କାଟିବାଠୁ ଆରମ୍ଭ କରି ଶବ ପୋଡିବା ଯାଏଁ ସବୁକିଛି ବେଶ ଆଗ୍ରହରେ କରନ୍ତି ସେ । ଅନ୍ୟକୁ ସାହାଯ୍ୟ କରିବାର ଇଚ୍ଛା କେତେବେଳେ ତାଙ୍କ ନିଶା ପାଲଟିଛି ସେ ଜାଣିନାହାନ୍ତି । ଏବେ ସେ ଶବର ସାଥୀ ଭାବେ ବେଶ ପରିଚିତ । ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ନାରାୟଣପୁର ଗ୍ରାମର ସୁକଦେବ ହାଜିରା,ଯିଏ ବାଲିଆପାଳର ଶବ ସାଥି ଭାବେ ପରିଚିତ,ପେଶାରେ ସେ ଜଣେ ଚାଷୀ ମାତ୍ର ନିଶା ତାଙ୍କର ଶବ ପୋଡିବା,କାଠ କାଟିବା ଠାରୁ ଆରମ୍ବ କରି ଜୁଇ ସଜାଡିବା ଏବଂ ଶବ ପୋଡିବାରେ ସେ ମାହିର । ସେ ପରିଚିତ ହେଉ କି ଅପରିଚିତ ଧନି ହେଉକି ଗରିବ କିଛି ବାଛ ବିଚାର କରନ୍ତି ନାହିଁ।ସବୁଠାରୁ ବଡକଥା ହେଉଛି ଏକାକି ଏତେସବୁ କରୁଥିଲେ ମଧ୍ୟ ସେ କାହା ଠାରୁ ଅର୍ଥ ନିଅନ୍ତି ନାହିଁ।ଫୋନ କଲ ପାଇବା ମାତ୍ରେ ସେଠାରେ ବାହାରି ଯାଆନ୍ତି । ସେ ନିଜ ଗାଁ ନାରାୟଣପୁର ହେଉ କିମ୍ବା ପାଲିଆପାଳର ଯେକୌଣସି ଜାଗା,ଶବ ପାଖରେ କାନ୍ଦ ବୋବାଳିରେ ଫାଟି ପଡୁଥିବ,ସମସ୍ତେ ସମବେଦନା ଦେଉଥିବେ କିନ୍ତୁ କାନ୍ଧ ଦେଇ ମଶାଣି ଯିବାକୁ ଅନେକ କୁଣ୍ଠାବୋଧ କରୁଥିବେ । ମାତ୍ର ସୁକଦେବ କାନ୍ଧ ଦେବା ଠାରୁ ଆରମ୍ଭ କରି ଯୁଇରେ ଶବ ପୋଡିବା ପର୍ଯ୍ୟନ୍ତ ସବୁ କାମ କରିଥାନ୍ତି । ୨୦୦୨ ମସିହା ଠାରୁ ସେ ଏହି କାମ କରି ଆସୁଛନ୍ତି, ବର୍ତମାନ ସୁଦ୍ଧା ସେ ଏକାକି ୧୫ ଶହରୁ ଅଧିକ ଶବ ପୋଡି ଅନେକ ପ୍ରଶଂସା ସାଉଁଟି ସାରିଲେଣି । ତାଙ୍କର ଏହି କାର୍ଯ୍ୟ ଦେଖି ସ୍ଥାନୀୟ ଅଞ୍ଚଳର କିଛି ଯୁବକ ତାଙ୍କ ସହିତ ଯୋଡି ହେବାରୁ ୨୦୨୩ ମସିହାରେ ଶ୍ମଶାନ ସାଥି ସଂଗଠନ କରି ଦୁଇ ଶହରୁ ଅଧିକ ଶବ ସତ୍କାର କରି ସାରିଲେଣି । ସୁକଦେବଙ୍କ ଏହି କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳର ଲୋକେ ବେଶ ପ୍ରଶଂସା କରିଛନ୍ତି, ସୁକଦେବ ଆଗକୁ ଏହି ସଂଗଠନ ବୃଦ୍ଧିକରି କେବଳ ବାଲିଆପାଳ ନୁହେଁ ଜିଲ୍ଲାର ସମସ୍ତ ସ୍ଥାନରେ କାର୍ଯ୍ୟ କରିବେ ବୋଲି ଲକ୍ଷ ରଖିଛନ୍ତି । ତେବେ ଏହି ସଂଗଠନକୁ ସରକାରୀ ସହାୟତା ପାଇଁ ନିବେଦନ କରିଛନ୍ତି ।

ଅଧିକ ପଢନ୍ତୁ ଓଡିଶା ଖବର

ସୁକଦେବ ଜଣେ ଗରିବ ପରିବାର ହୋଇଥିବାରୁ ଚାଷ କାର୍ଯ୍ୟ ଏବଂ ମୁଲ ମଜୁରି ଲାଗି ଯାହା ଆଣନ୍ତି ସେଥିରେ ପରିବାର ଚଳେ । ଶବ ପୋଡିବା ତାଙ୍କ ନିଶା ଥିବାରୁ ଫୋନ କଲଟିଏ ପାଇବା ମାତ୍ରେ ସବୁ କାମ ଛାଡି ସେଠାରେ ସେ ପହଞ୍ଚି ଯାଆନ୍ତି । ବର୍ତ୍ତମାନ ସୁଦ୍ଧା ତାଙ୍କ ଗାଁ ସମେତ ବେତଗଡିଆ,ଡଗରା,ଚୌମୁଖ,ଆଳାଡିହା,ଜଗତିପୁର ପ୍ରଭୃତି ଅଞ୍ଚଳରେ  ଶବସାଥି ଭାବେ ବେଶ ପରିଚିତ । ଆଗକୁ ବାଲିଆପାଳ ବ୍ଲକର ସମସ୍ତ ୨୮ ଟି ପଞ୍ଚାୟତର କିଛି ଉତ୍ସାହୀ ଯୁବକ ମାନଙ୍କୁ ନିଜ ଶ୍ମଶାନ ସାଥୀ ସଂଗଠନର ସଦସ୍ୟ କରି ଶବ ସତ୍କାର କରିବେ ବୋଲି କହିଛନ୍ତି ।ଏହି କାମ କରିବା ସମୟରେ ସେ ବେଶ ଆତ୍ମ ସନ୍ତୋଷ ଅନୁଭବ କରନ୍ତି ବୋଲି କହଛନ୍ତି । ସଂଗଠନର  ଏହି ଦୁଃସାହାସିକ କାର୍ଯ୍ୟ ପାଇଁ ସେ ବାଲିଆପାଳ ଅଳରେ ପ୍ରସଂଶାର ପାତ୍ର ପାଲଟିଛନ୍ତି। 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
unique man sukadev . He alone has funeral more than 1500 corpses and performed many praises | Argus News