|
logo
Live

Argus News - ମୋଦିଙ୍କ ସରକାରରେ ଓଡ଼ିଶାର ବ୍ୟାଙ୍କିଙ୍ଗ୍ ସେବା କ୍ଷେତ୍ରରେ ଅଭୁତପୂର୍ବ ପରିବର୍ତ୍ତନ

Odisha

ମୋଦିଙ୍କ ସରକାରରେ ଓଡ଼ିଶାର ବ୍ୟାଙ୍କିଙ୍ଗ୍ ସେବା କ୍ଷେତ୍ରରେ ଅଭୁତପୂର୍ବ ପରିବର୍ତ୍ତନ

Jitendra Dash
Browse all articles by Jitendra Dash
·2 years ago·2 min read
ମୋଦିଙ୍କ ସରକାରରେ ଓଡ଼ିଶାର ବ୍ୟାଙ୍କିଙ୍ଗ୍ ସେବା କ୍ଷେତ୍ରରେ ଅଭୁତପୂର୍ବ ପରିବର୍ତ୍ତନ

ଅର୍ଗସ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରରେ ଓଡ଼ିଶାରେ ବ୍ୟାଙ୍କିଙ୍ଗ୍ ସେବା କ୍ଷେତ୍ରରେ ଅଭୁତପୂର୍ବ ପରିବର୍ତ୍ତନ ହୋଇଛି । ଯାହା କି, ୨୦୧୪ ବେଳେ ଓଡ଼ିଶାରେ ମାତ୍ର ୪୩୩୮ଟି ବ୍ୟାଙ୍କ ଶାଖା ଥିବା ବେଳେ ମୋଦି ସରକାରରେ ଏହା ବଢି ୬,୦୬୦ରେ ପହଞ୍ଚିଛି । ୭,୩୮୦ ଭାରତୀୟ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ଦ୍ଵାରା ଓଡ଼ିଶାର ଜନସାଧାରଣଙ୍କୁ ବିଭିନ୍ନ ବ୍ୟାଙ୍କ ଓ ଆର୍ଥିକ ସେବା ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି । ୭,୬୨୭ଟି ଏଟିଏମ ତଥା ଡିଜିଟାଲ ବ୍ୟାଙ୍କିଙ୍ଗ୍, ମୋବାଇଲ ବ୍ୟାଙ୍କିଙ୍ଗ୍ ସହ ମୋଟ ୪୮,୯୨୩ ଜଣ "ବ୍ୟାଙ୍କ ମିତ୍ର"ଙ୍କ ଦ୍ବାରା ଓଡ଼ିଶାର କୋଣ ଅନୁକୋଣରେ ବ୍ୟାଙ୍କ ସେବା ପହଞ୍ଚାଇ ଦିଆଯାଉଛି ବୋଲି କହିଛନ୍ତି ଧାମନଗର ବିଧାୟକ ସୂର୍ଯ୍ୟବଂଶି ସୁରଜ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଧାମନଗର ବିଧାୟକ ଆହିରି ମଧ୍ୟ କହିଛନ୍ତି, ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ ରାଜ୍ୟରେ ମୋଟ ୨,୦୭,୮୧, ୫୮୨ ରୁ ଉର୍ଦ୍ଧ୍ୱ ବ୍ୟାଙ୍କ ଖାତା ଖୋଲାଯିବା ଦ୍ୱାରା ଗରିବ ଶ୍ରେଣୀର ଲୋକେ ୯୨୯୦ କୋଟି ଟଙ୍କା ସଞ୍ଚୟ କରିଛନ୍ତି । ଓଡ଼ିଶାର ଦୁର୍ଗମ ଓ ଆଭ୍ୟନ୍ତରୀଣ ଅଞ୍ଚଳରେ ଏହି ଯୋଜନାରେ ଅଧିକରୁ ଅଧିକ ବ୍ୟାଙ୍କ ଖାତା ଖୋଲା ଯାଇ ଦଶନ୍ଧି ଦଶନ୍ଧି ଧରି ବ୍ୟାଙ୍କ ସେବା ପାଇ ନଥିବା ଲୋକଙ୍କ ପାଖରେ ଆଜି ବ୍ୟାଙ୍କ ଡୋରଷ୍ଟେପରେ ପହଞ୍ଚିପାରିଛି । ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା, ଅଟଳ ପେନସନ୍ ଯୋଜନା, ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା, ଷ୍ଟାଣ୍ଡ ଅପ୍ ଇଣ୍ଡିଆ ଗରିବ, ଚାଷୀ, ମହିଳା, ବଞ୍ଚିତ ବର୍ଗର ଲୋକଙ୍କୁ ସଶକ୍ତ କରିଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଓଡ଼ିଶା ସରକାର “ଆମ ବ୍ୟାଙ୍କ” ନାମରେ ଭାରତ ସରକାରଙ୍କ ବିଭିନ୍ନ ଆର୍ଥିକ ସମାବେଶର ଯୋଜନାକୁ ଓ ରାଷ୍ଟ୍ରାୟତ ବ୍ୟାଙ୍କମାନଙ୍କର ସେବାର ବ୍ୟାପକତାର ପ୍ରଚେଷ୍ଟାକୁ ହଡପ କରିବାକୁ ଚେଷ୍ଟା ଚଳାଇଛନ୍ତି । ନବୀନ ସରକାରଙ୍କ ଅବ୍ୟବସ୍ଥା ଓ ଇଚ୍ଛାଶକ୍ତିର ଅଭାବ ଯୋଗୁଁ ସବୁବେଳେ ପର ଘର ତିଅଣରେ ଅତିଥି ଚର୍ଚ୍ଚା କରନ୍ତି ବୋଲି କହିଛନ୍ତି ସୂର୍ଯ୍ୟବଂଶି  । ନୂଆ ଖୋଲିବାକୁ ଯାଉଥିବା ସମସ୍ତ CSP ପ୍ଲସ୍ କାଉଣ୍ଟର ଗୁଡ଼ିକରେ ମିଳୁଥିବା ସମସ୍ତ ସେବା ଭାରତ ସରକାରଙ୍କର । ଭାରତ ସରକାରଙ୍କ ରାଷ୍ଟ୍ରାୟତ ବ୍ୟାଙ୍କ ଓ ସେମାନଙ୍କ ଦ୍ୱାରା ନିୟୋଜିତ ବ୍ୟାଙ୍କ ମିତ୍ର ଲୋକଙ୍କୁ ସେବା ଯୋଗାଉଛନ୍ତି । 

ଆହିରି କହିଛନ୍ତି, ଏହି ନୂଆ କାଉଣ୍ଟର ଗୁଡ଼ିକରେ ଭାରତ ସରକାରଙ୍କ ସହଯୋଗର କିଛି ବି ଚିହ୍ନବର୍ଣ୍ଣ ନଥିବା ଭଳି ମନେହେଉଛି । କେବଳ ମୁଖ୍ୟମନ୍ତ୍ରୀଙ୍କର ଫଟୋ, ଏହା ହେଉଛି ଓଡ଼ିଶା ସରକାରଙ୍କ CSP ସ୍କିମ୍ । ଓଡ଼ିଶା ସରକାର ବାସ୍ତବିକ ଏହି ଯୋଜନା ବାବଦରେ କିଛି ନକରି ମିଛରେ ପ୍ରଚାର କରି ଲୋକଙ୍କୁ ଭୂଆଁ ବୁଲାଇବାର ଅର୍ଥ କଣ ? ୨୦୧୪, ୨୦୧୬, ୨୦୧୮ ମୁଖ୍ୟମନ୍ତ୍ରୀ ନିଜସ୍ୱ ଯୋଜନାରେ ବ୍ୟାଙ୍କ ସେବା ପ୍ରତି ପଞ୍ଚାୟତରେ ପହଞ୍ଚାଇବା ପାଇଁ ପ୍ରତିଶୃତି ଦେଇଥିଲେ । ସେହି ପ୍ରତିଶ୍ରୁତି କୁଆଡେ ଗଲା ? ଏବେ ପୁଣି ନିର୍ବାଚନ ଆସିବାରୁ ପୁଣି ନୂଆ ଶୁଆଙ୍ଗ କାହିଁକି ?

ସମସ୍ତ ଅଣସେବା ପ୍ରାପ୍ତ ଗ୍ରାମ ପଞ୍ଚାୟତ ଗୁଡ଼ିକରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଦ୍ଵାରା ବ୍ୟାଙ୍କ ଓ ଆର୍ଥିକ ସେବା ପହଁଚାଇବା ପାଇଁ ମାର୍ଚ୍ଚ ୨୦୧୭ରେ ନବୀନ ଓଡ଼ିଶାଙ୍କ ଓଡ଼ିଶା ଜୀବିକା ମିସନ, ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ସହ ବୁଝାମଣା କରିଥିଲେ । ସେ ବୁଝାମଣାର ସ୍ଥିତି ଆଜି କଣ ? ରାଜ୍ୟର ଜନସାଧାରଣଙ୍କୁ ଜଣାଇବେ କି ? କେତେ ଗ୍ରାମ ପଞ୍ଚାୟତରେ ଓଡ଼ିଶା ସରକାର ନିଜ ବ୍ୟାଙ୍କ ସେବା ପହଞ୍ଚାଇଲେ ? ପିଠା ଆଉ ଯୁବ ବାହିନୀ ଭଳି ଯୋଜନା ସର୍ବସ୍ଵ ହୋଇ ରହିଗଲା କି ପ୍ରଚାର ସର୍ବସ୍ୱ ନବୀନ ସରକାର ? ଲୋକଙ୍କୁ ଆର୍ଥିକ ସେବା ପ୍ରଦାନ କରିବା ପାଇଁ କୌଣସି ଦୂରଦୃଷ୍ଟି, ରୋଡ଼ମ୍ୟାପ କିମ୍ବା ରଣନୀତି ନକରି କେବଳ ନିର୍ବାଚନକୁ ନଜର କରି ପ୍ରଚାର ଉଦ୍ଦେଶ୍ୟରେ ଏହି ଅପଚେଷ୍ଟା ରଚୁଛନ୍ତି ବୋଲି କହିଛନ୍ତି ଧାମନଗର ବିଧାୟକ ସୂର୍ଯ୍ୟବଂଶି ସୁରଜ  । 

Sponsored
ମୋଦିଙ୍କ ସରକାରରେ ଓଡ଼ିଶାର ବ୍ୟାଙ୍କିଙ୍ଗ୍ ସେବା କ୍ଷେତ୍ରରେ ଅଭୁତପୂର୍ବ ପରିବର୍ତ୍ତନ | Argus News