Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବୁଲି ଦେଖିଲେ ଆମେରିକା ରାଷ୍ଟ୍ରଦୂତ ଏରିକ୍ ଏମ୍ ଗ୍ରାସେଟି

Swayangprajna Mishra
Browse all articles by Swayangprajna Mishra
·1 year ago
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବୁଲି ଦେଖିଲେ ଆମେରିକା ରାଷ୍ଟ୍ରଦୂତ ଏରିକ୍ ଏମ୍ ଗ୍ରାସେଟି

ଅର୍ଗସ ବ୍ୟୁରୋ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବୁଲି ଦେଖିଲେ ଆମେରିକା ରାଷ୍ଟ୍ରଦୂତ । ଓଡ଼ିଶା ଗସ୍ତରେ ଆସିଥିବା ଆମେରିକା ରାଷ୍ଟ୍ରଦୂତ ଏରିକ୍ ଏମ୍ ଗ୍ରାସେଟି ଆଜି ପୁରୀ ଯାଇଥିଲେ। ଶ୍ରୀମନ୍ଦିର ଚାରିପାଖ ବୁଲି ଦେଖିବା ସହ ମନ୍ଦିରର କାରୁକାର୍ଯ୍ୟ ଦେଖି ବିଭୋର ହୋଇଥିଲେ। ଶ୍ରୀମନ୍ଦିରକୁ ବିଶ୍ଵର ମହାନ୍ ମନ୍ଦିର କହିବା ସହ ସେ କହିଥିଲେ ଜଣେ ଯାତ୍ରୀ ଓ ଜଣେ ପରିଦର୍ଶକ ଭାବେ ଏହି କ୍ଷେତ୍ରର ସୁନ୍ଦରତା ଓ ଶକ୍ତି ଅନୁଭବ କରିଛି ।

ଅଧିକ ପଢନ୍ତୁ ଓଡିଶା ଖବର

ପୁରୀ, ଓଡ଼ିଶା ତଥା ଭାରତର ଆଧ୍ୟାତ୍ମିକ ଶକ୍ତିକୁ ଅନୁଭବ କରିବା ସହ ଗସ୍ତ ସମୟରେ ବିଶ୍ଵ ସଭ୍ୟତାକୁ ଭାରତର ଅବଦାନ ବିଷୟରେ ଉପଲବ୍ଧି ହୋଇଛି ବୋଲି ସେ ମତ ରଖିଛନ୍ତି।  ନିଜ ପରିବାର ସହ ଏହି ଅନୁଭୂତି ବାଣ୍ଟିବାକୁ ଭୂଲିବେନାହିଁ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରଦୂତ ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
US Ambassador Eric M. Grassetti toured the puri temple | Argus News