Utkalmani Gopabandhu Das / ଦିଲ୍ଲୀରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ଅନାବରଣ

Key Points
Gopabandhu Das statue unveiling: ଦିଲ୍ଲୀ ସ୍ଥିତ ଲଜ୍ପତ ଭବନ ପରିସରରେ ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅନାବରଣ କରିଛନ୍ତି। ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ପ୍ରଥମ ଥର ପାଇଁ ଜଣେ ଓଡ଼ିଆ ବରପୁତ୍ରଙ୍କ ପ୍ରତିମୂର୍ତ୍ତି ସ୍ଥାପିତ ହୋଇଛି। ସୋମବାର ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ପ୍ରତିମୂର୍ତ୍ତି ଅନାବରଣ ସହ ଲୋକସେବକ ମଣ୍ଡଳ ସଂସ୍ଥାପକ ପଞ୍ଜାବ କେଶରୀ ଲାଲା ଲଜ୍ପତ୍ ରାୟଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି। ପ୍ରତିମୂର୍ତ୍ତି ଅନାବରଣ କାର୍ଯ୍ୟକ୍ରମରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ, ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଲୋକସେବକ ମଣ୍ଡଳ ସଭାପତି ରାଜକୁମାର, ଉପସଭାପତି ଦୀପକ ମାଲବ୍ୟ, ସମ୍ପାଦକ ରମାନାଥ ଝା, କୋଷାଧ୍ୟକ୍ଷ ତଥା ‘ସମାଜ’ ପ୍ରକାଶକ ଓ ମୁଦ୍ରାକର ରାଜେନ୍ଦ୍ର କୁମାର ଜେନା ଉପସ୍ଥିତ ଥିଲେ।
आज लाजपत भवन, दिल्ली में महामहिम @rashtrapatibhvn श्रीमती द्रौपदी मुर्मु जी की गरिमामयी उपस्थिति में केंद्रीय मंत्री श्री @jualoram जी, ओडिशा के माननीय सांसदगण एवं अन्य गणमान्य अतिथियों के साथ राष्ट्रपुरुष पंडित उत्कलमणि गोपबंधु दास एवं पंजाब केसरी लाला लाजपत राय जी की प्रतिमाओं… pic.twitter.com/a20ek67Pul
— Dharmendra Pradhan (@dpradhanbjp) August 3, 2026
ସେହିପରି ସାଂସଦ ଅପରାଜିତା ଷଡ଼ଙ୍ଗୀ ଗୋପବନ୍ଧୁ ଜଣେ କିମ୍ବଦନ୍ତୀ ପୁରୁଷ ଥିଲେ ବୋଲି କହିବା ସହ ଶିକ୍ଷା, ସାହିତ୍ୟ, ସାମ୍ବାଦିକତା, ଜନସେବା ଓ ସର୍ବୋପରି ଜଣେ ସ୍ୱାଧୀନତା ସଂଗ୍ରାମୀ ଭାବେ ଯେଉଁ ଛାପ ଛାଡି ଯାଇଛନ୍ତି ତାହା ଆମ ପାଇଁ ପ୍ରେରଣା ହୋଇ ରହିବ ବୋଲି କହିଥିଲେ। ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ପ୍ରଥମ ଥର ଉତ୍କଳମଣିଙ୍କ ପ୍ରତିମୂର୍ତ୍ତି ଅନାବରଣ କାର୍ଯ୍ୟକ୍ରମ ଲାଗି ପ୍ରବାସୀ ଓଡ଼ିଆଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା।
ପୂଣ୍ୟାତ୍ମା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଭଳି ଐତିହାସିକ ମୂହୁର୍ତ୍ତର ସହଭାଗୀ ହେବା ପାଇଁ ପ୍ରବାସୀ ଓଡ଼ିଆ ବହୁ ସଂଖ୍ୟାରେ ଆଗ୍ରହର ସହ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସାଂସଦ ବୈଜୟନ୍ତ ପଣ୍ଡା, ସପ୍ତଗିରି ଉଲାକା, ରବିନାରାୟଣ ବେହେରା, ମାନସ ରଞ୍ଜନ ମଙ୍ଗରାଜ, ଡ. ସସ୍ମିତ ପାତ୍ର, ଦେବାଶିଷ ସାମନ୍ତରାୟ, ସୁଜିତ କୁମାର, ସୁଲତା ଦେଓ, ଶୁଭାଶିଷ ଖୁଣ୍ଟିଆ, ସଂତୃପ୍ତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।
ଏହା ସହ ପଢନ୍ତୁ: ସମ୍ବଲପୁରରେ ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ସାଂସଦଙ୍କ ଅଧ୍ୟକ୍ଷତାରେ ଭର୍ଚ୍ଚୁଆଲ ବୈଠକ ଆୟୋଜିତ
ଲୋକସେବକ ମଣ୍ଡଳର ଆଜୀବନ ସଭ୍ୟ ଅନୀତା ଗୋୟଲ, ନୈନା ଭେକାରିଆ, ଭୀମସେନ ଯାଦବ, ଡ. ପ୍ରଭାସଚନ୍ଦ୍ର ଆଚାର୍ଯ୍ୟ, ହରବଂଶ ଲାଲ ଡଙ୍କଲ, ଅଶୋକ ଜୈନ, ଜ୍ୟୋତିପ୍ରକାଶ ବର୍ମା, ଆଜୀବନ କର୍ମୀ ଅଭିଷେକ ରାଜ୍ , ବାବା ଯୋରେ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ବରିଷ୍ଠ ସାମ୍ବାଦିକ, ପ୍ରଶାସକ, ଆଇନଜୀବୀ, କଳାକାର, ଲେଖକ, ସମାଜସେବୀ, ପ୍ରବାସୀ ଓଡ଼ିଆ, ଅନ୍ୟାନ୍ୟ ସଙ୍ଗଠନର କର୍ମକର୍ତ୍ତା ସାମିଲ ହୋଇ ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ସ୍ଥାପନକୁ ଭୂୟସୀ ପ୍ରଶଂସା କରିଥିଲେ।\
ଅନ୍ୟମାନଙ୍କ ମଧ୍ୟରେ ଉତ୍କଳମଣି ଗୋପବନ୍ଧୁଙ୍କ ପରିବାର ସଦସ୍ୟ ଧୀରେନ୍ଦ୍ରନାଥ ଦାଶ, ଦେବେନ୍ଦ୍ରନାଥ ଦାଶ, ସ୍ମିତା ଦାସ, ଆଦିତ୍ୟ ଦାସ ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ଲୋକସେବକ ମଣ୍ଡଳ ସଭାପତି ରାଜକୁମାର କହିଛନ୍ତି, ଦିଲ୍ଲୀରେ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଲୋକଙ୍କୁ ପ୍ରେରଣା ଦେବ। ଭାରତର ମହାନ ଜନସେବକ, ଦରିଦ୍ରଙ୍କ ବନ୍ଧୁ, ରାଷ୍ଟ୍ରଭକ୍ତ ଭାବେ ଜନମାନସରେ ଉତ୍କଳମଣି ପରିଚିତ। ରାଷ୍ଟ୍ରୀୟ ରାଜଧାନୀରେ ପ୍ରତିମୂର୍ତ୍ତି ସ୍ଥାପନ ଦ୍ୱାରା ଓଡ଼ିଶା ବାହାରେ ଲୋକେ ତାଙ୍କ ବିଷୟରେ ଅଧିକ ଜାଣିପାରିବେ।सेवा, त्याग, शिक्षा और राष्ट्रनिष्ठा के जिन उच्च आदर्शों को इन महान विभूतियों ने अपने जीवन से प्रतिष्ठित किया, वे आज भी राष्ट्रनिर्माण की हमारी यात्रा के शाश्वत पथप्रदर्शक हैं। उनके विचार और मूल्य 'विकसित भारत' के संकल्प को निरंतर नई प्रेरणा और सामर्थ्य प्रदान करते रहेंगे। pic.twitter.com/lQcUs4n8ss
— Dharmendra Pradhan (@dpradhanbjp) August 3, 2026
'ସମାଜ' ଦିଲ୍ଲୀ ବ୍ୟୁରୋ ମୁଖ୍ୟ ଶକ୍ତି ପ୍ରସାଦ ନାୟକ ଏବଂ ଲୋକ ସେବକ ମଣ୍ଡଳର କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଓଡ଼ିଶାର ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ରବି ନାରାୟଣ ରଥଙ୍କ ଦ୍ୱାରା ପିତ୍ତଳ-ତମ୍ବା ଧାତୁରେ ନିର୍ମିତ ଉତ୍କଳମଣିଙ୍କର ଏହି ପ୍ରତିମୂର୍ତ୍ତିର ଓଜନ ପ୍ରାୟ ୫୨ କେ.ଜି। ଲୋକସେବକ ମଣ୍ଡଳର ସଭାପତି ରାଜକୁମାରଙ୍କ ପରାମର୍ଶକ୍ରମେ ସେ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି ବୋଲି ଶିଳ୍ପୀ ଶ୍ରୀ ରଥ କହିଥିଲେ।ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ କରକମଳରେ ଆଜି ନୂଆଦିଲ୍ଲୀ ସ୍ଥିତ ଲଜପତ୍ ଭବନ ଠାରେ ଓଡ଼ିଆ ଜାତିର ଅସ୍ମିତା ଓ ତ୍ୟାଗର ମୂର୍ତ୍ତିମନ୍ତ ପ୍ରତୀକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ଅନାବରଣ ହେବାକୁ ଯାଉଛି । ଲୋକ ସେବକ ମଣ୍ଡଳର ପୂର୍ବତନ ଉପସଭାପତି ତଥା 'ସମାଜ'ର ପ୍ରତିଷ୍ଠାତା ଗୋପବନ୍ଧୁଙ୍କ…
— Dharmendra Pradhan (@dpradhanbjp) August 3, 2026
📱 Get Argus News App
✨Related Topics
Explore more stories