Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଦେଶର ରକ୍ଷା ପାଇଁ ଶିଖ୍ ଗୁରୁଙ୍କ ଯୋଗଦାନ ଏବଂ ଶିଖ୍ ପରମ୍ପରାର ବଳିଦାନକୁ ‘ବୀର ବାଲ୍ ଦିବସ’ ମନେ ପକାଉଛି

Odisha

ଦେଶର ରକ୍ଷା ପାଇଁ ଶିଖ୍ ଗୁରୁଙ୍କ ଯୋଗଦାନ ଏବଂ ଶିଖ୍ ପରମ୍ପରାର ବଳିଦାନକୁ ‘ବୀର ବାଲ୍ ଦିବସ’ ମନେ ପକାଉଛି

Jitendra Dash
Browse all articles by Jitendra Dash
·2 years ago·2 min read
ଦେଶର ରକ୍ଷା ପାଇଁ ଶିଖ୍ ଗୁରୁଙ୍କ ଯୋଗଦାନ ଏବଂ ଶିଖ୍ ପରମ୍ପରାର ବଳିଦାନକୁ ‘ବୀର ବାଲ୍ ଦିବସ’ ମନେ ପକାଉଛି

ଅର୍ଗସ ବ୍ୟୁରୋ : ଦଶମ ଶିଖ୍ ଗୁରୁ ଗୋବିନ୍ଦ ସିଂହଙ୍କ ଦୁଇ ଶିଶୁ ପୁତ୍ର ୭ ବର୍ଷୀୟ ସାହେବଜାଦା ବାବା ଜୋରାବର ସିଂହ ଏବଂ ୯ ବର୍ଷୀୟ ବାବା ଫତେହ ସିଂହଙ୍କୁ ୧୭୦୪ ମସିହାରେ ମୋଗଲଙ୍କ ଦ୍ୱାରା ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରାଯାଇଥିଲା । ବୀର ସାହିବଜାଦେଙ୍କ ବୀରତ୍ୱର କାହାଣୀ ସମଗ୍ର ବିଶ୍ୱକୁ ଆଶ୍ଚର୍ଯ୍ୟ କରିଦେଇଥିଲା । ଏହି ସର୍ବୋଚ୍ଚ ବଳିଦାନର ସମ୍ମାନାର୍ଥେ ୨୬ ଡିସେମ୍ବରକୁ ‘ବୀର ବାଲ୍ ଦିବସ’ ରୂପେ ରାଷ୍ଟ୍ରୀୟ ସ୍ତରରେ  ପାଳନ କରାଯାଉଛି । ଗୁରୁ ଗୋବିନ୍ଦ ସିଂହ ଜୀ ଏବଂ ତାଙ୍କ ଚାରି ବୀର ସାହିବଜାଦାଙ୍କ ସାହସ ଏବଂ ଆଦର୍ଶ ଆଜି ବି ପ୍ରତ୍ୟେକ ଭାରତୀୟଙ୍କୁ ଉତ୍ସାହିତ କରିଛି । ଦେଶର ସମ୍ମାନ ରକ୍ଷା କରିବା ପାଇଁ ଦଶମ ଶିଖ୍ ଗୁରୁଙ୍କ ମହାନ ଯୋଗଦାନ ଏବଂ ଶିଖ୍ ପରମ୍ପରାର ବଳିଦାନକୁ ‘ବୀର ବାଲ୍ ଦିବସ’ ମନେ ପକାଇଥାଏ । 

ଗତ ୨୦୨୨ ମସିହା ଜାନୁଆରୀ ୯ ତାରିଖରେ ଗୁରୁ ଗୋବିନ୍ଦ ସିଂହଙ୍କ ବାର୍ଷିକ ଜନ୍ମ ଦିବସ ଅବସରରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଡିସେମ୍ବର ୨୬ ତାରିଖକୁ ‘ବୀର ବାଲ୍ ଦିବସ’ ରୂପେ ଘୋଷଣା କରିଥିଲେ । ଭାରତ ବର୍ଷ ଆଜି ଦେଶବ୍ୟାପୀ ପ୍ରଥମ ‘ବୀର ବାଲ୍ ଦିବସ’ ପାଳନ କରୁଛି । ଅତୀତରେ ରାଷ୍ଟ୍ର ପାଇଁ ପ୍ରାଣବଳି ଦେଇଥିବା ଶହୀଦଙ୍କ ସ୍ମୃତି ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳୀ ଦେବା ପାଇଁ  ଏହି ‘ବୀର ବାଲ୍ ଦିବସ’ ସମଗ୍ର ରାଷ୍ଟ୍ର ପାଇଁ ନୂଆ ପରଂପରା ସୃଷ୍ଟି କରିବ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହି ଅବସରରେ ଆଜି ରାଜ୍ୟ ବିଜେପି ତରଫରୁ ରାଜ୍ୟ କାର୍ଯ୍ୟାଳୟରେ ‘ବୀର ବାଲ୍ ଦିବସ’ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଶିଷ୍ଟ ସ୍ତମ୍ଭକାର ଶ୍ରୀ ସର୍ବେଶ୍ୱର ମିଶ୍ର ଦେଶର ସ୍ୱାଧୀନତା ପାଇଁ ସହୀଦ ହୋଇଥିବା ମହାପୁରୁଷଙ୍କ ସଂପର୍କରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଭାବେ ଶ୍ରୀ ଗୁରୁଚରଣ ସିଂହ ଯୋଗ ଦେଇଥିଲେ । ବିଜେପି ବାର୍ତା ସଂପାଦକ ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ କାର୍ଯ୍ୟକ୍ରମର ସଂଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମ ପରେ ରାଜ୍ୟ ସଭାପତି ଶ୍ରୀ ସାମଲଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ରାଜ୍ୟ କାର୍ଯ୍ୟାଳୟରୁ ପଦଯାତ୍ରାରେ ଯାଇ ସ୍ଥାନୀୟ ଗୁରୁଦ୍ୱାରାକୁ ଯାଇ ବାଲ୍ ବୀର ଜୋରଦାର ସିଂହ ଓ ଫତେହ ସିଂହଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । 

ଏହି ଅବସରରେ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟସଂପାଦକ ସରୋଜ କର, କସ୍ତୁରୀ ମିଶ୍ର, ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି, ରମାରଂଜନ ବଳିୟାରସିଂହ, ଦିଲୀପ ମଲ୍ଲିକ, ରାଜ୍ୟ ସାମାଜିକ ଗଣମାଧ୍ୟମ ପ୍ରକୋଷ୍ଠ ମୁଖ୍ୟ ଉମାକାନ୍ତ ପଟ୍ଟନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନଙ୍କ ସମେତ ବହୁ ନେତୃବୃନ୍ଦ ଉପସ୍ଥିତ ଥିଲେ । ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଥିବା ‘ବୀର ବାଲ୍ ଦିବସ’ ପାଳନ କାର୍ଯ୍ୟକ୍ରମରେ ପ୍ରମୁଖ ନେତୃବୃନ୍ଦ ଓ କାର୍ଯ୍ୟକର୍ତାମାନେ ଉପସ୍ଥିତ ଥିଲେ ।

Sponsored
History, significance and everything you need to know | Argus News