ପ୍ରଶ୍ନ ପଚାରିବାରୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ନାଲିଆଖି ଦେଖାଇଲେ ଭିଜିଲାନ୍ସ ଏସିଏଫ

ଅର୍ଗସ ବ୍ୟୁରୋ : ସାମ୍ବାଦିକଙ୍କୁ ଭିଜିଲାନ୍ସ ଏସିଏଫଙ୍କ ନାଲିଆଖି । ରାଜଧାନୀ ଉପକଣ୍ଠ ବାଲିପାଟଣା ଛକରେ ଥିବା ଏକ ବେଆଇନ କରତ କଳ ଉପରେ ଭିଜିଲାନ୍ସ ଓ ବାଲିପାଟଣା ବନାଞ୍ଚଳ ବିଭାଗ ମିଳିତ ଭାବେ ଚଢ଼ାଉ ହେଉଥିଲା । ଖବର ସଂଗ୍ରହ ପାଇଁ ସେଠାରେ ଗଣମାଧ୍ୟମ ପ୍ରତିନିଧି ମାନେ ପହଁଚିବାରୁ ଭିଜିଲାନ୍ସ ଏସିଏଫ ସାଧନା ସ୍ବାଇଁ ସେମାନଙ୍କ ଉପରେ ରାଗି ଉଠିଥିଲେ ଓ ସେଠାରୁ ଚାଲିଯିବାକୁ କହିଥିଲେ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ବନ ବିଭାଗର କର୍ମଚାରୀ ମାନେ ମଧ୍ୟ ଯେଉଁ ଗାଡିରେ ଆସିଥିଲେ ତାର ମଧ୍ୟ କୌଣସି କାଗଜପତ୍ର ଠିକ ନାହିଁ । ଏ ସଂକ୍ରାନ୍ତରେ ପଚାରିବାରୁ କୌଣସି ପ୍ରତିକ୍ରିୟା ଦେଇନଥିଲେ ଓଲଟା ଯୁକ୍ତି କରି ସାମ୍ବାଦିକ ମାନଙ୍କୁ ବାହାରକୁ ପଠାଇ ଦେଇଥିଲେ । ସେଠାରେ କଣ ଜବତ ହେଲା କେତେ ପରିମାଣର କାଠ ଓ ଯାନ୍ତ୍ରିକ ଜିନିଷ ଜବତ ହେଲା ସେ ବିଷୟରେ ମଧ୍ୟ କୌଣସି ବିବରଣୀ ଦେବାକୁ ମନା କରିଥିଲେ ।
କରତ କଳ ମାଲିକଙ୍କ ସହିତ ଏହି ସଂକ୍ରାନ୍ତରେ କୌଣସି ଚୁକ୍ତି ହୋଇଥିବା ଜଣାପଡୁଛି । ଏହିଭଳି ବାଲିପାଟଣା ଓ ବାଲିଅନ୍ତା ଅଞ୍ଚଳର ବିଭିନ୍ନ କରତ କଳ ଉପରେ ଲୋକ ଦେଖାଣିଆ ଚଢ଼ାଉ କରି ମୋଟା ଅଙ୍କର ଟଙ୍କା ଆଦାୟ କରୁଥିବା ସନ୍ଦେହ କରାଯାଉଛି । ବେଆଇନ ଗାଡି ପାଇଁ ନିଜେ ପୋଲିସ ପ୍ରଶାସନ ମୋଟା ଅଙ୍କର ଫାଇନ ଆଦାୟ କରୁଥିବା ବେଳେ ନିଜର କୌଣସି ଗାଡିର କାଗଜ ପତ୍ର ଠିକ ନାହିଁ ତେବେ ସେମାନଙ୍କ ଗାଡିର ଫାଇନ କିଏ ଆଦାୟ କରିବ ବୋଲି ସାଧାରଣରେ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।