୬ ଜଣିଆ ଡାକ୍ତର ଟିମ୍ ସହ ଆଖପାଖ ଅଞ୍ଚଳର ଲୋକଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯାଇଛି

ଅର୍ଗସ ବ୍ୟୁରୋ : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ଚାଙ୍ଗୁଡିଆ ପଞ୍ଚାୟତ ସନ୍ତରାବନ୍ଧ ଗ୍ରାମରେ ବିକାଶ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ବିକାଶ ଫାଉଣ୍ଡେସନ ଅଧ୍ୟକ୍ଷା ମୁରଦୁଳା ଠାକୁର ପ୍ରଧାନଙ୍କ ନେତ୍ରୁତ୍ବରେ ହେଉଥିବା ସ୍ବାସ୍ଥ୍ୟ ଶିବିରରେ ଅତିଥି ଭାବେ ଚାଙ୍ଗୁଡିଆ ପଞ୍ଚାୟତ ସରପଞ୍ଚ ଅନିଲ୍ ପ୍ରଧାନ, ସମିତିସଭ୍ୟା ମିତାରାଣୀ ପ୍ରଧାନ, ବିଜେପି ଜିଲ୍ଲା ଉପସଭାପତି ଚୌଧୁରୀ ପ୍ରଧାନ ପ୍ରମୁଖ ଯୋଗଦେଇ ଥିଲେ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
୬ ଜଣିଆ ଡାକ୍ତର ଟିମ୍ ସହ ନର୍ସ ଓ ଫାର୍ମାସିଷ୍ଟ ରହି ରୋଗୀଙ୍କୁ ପରୀକ୍ଷା ନିରିକ୍ଷା କରି ମାଗଣାରେ ସମସ୍ତ ଔଷଧ ଦିଆଯାଉଛି । ଆଖ ପାଖ ଅଞ୍ଚଳ ଲୋକଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯାଇଛି । ଏହି ମାଗଣା ସ୍ବାସ୍ଥ୍ୟସେବା ଶିବିରରେ ସନ୍ତରାବନ୍ଧ ଗ୍ରାମ ବାସୀମାନେ ଯୋଗ ଦେଇଥିଲେ । ବିଶେଷ ଭାବେ ଡାଇବେଟିସ, ଅର୍ଥପେଡିକ, ମେଡିସିନ୍ସ, ଗାଇନୋକୋଲୋଜିର ବିଶେଷଜ୍ଞଙ୍କ ଦ୍ଵାରା ରୋଗିମାନଙ୍କ ଚିକିତ୍ସା କରାଯାଇଛି ।