Videos
|
Odisha

Odisha News / 'କନ୍ୟାର ସମ୍ମାନ, ଆମ ସଂସ୍କୃତିର ପରିଚୟ'; ବିକାଶ ଫାଉଣ୍ଡେସନ୍ ଟ୍ରଷ୍ଟ ପକ୍ଷରୁ କନ୍ୟା ରତ୍ନ ସମ୍ବର୍ଦ୍ଧନା ଉତ୍ସବ

Sushanta Sahoo
Browse all articles by Sushanta Sahoo
·51 mins ago·3 min read
'କନ୍ୟାର ସମ୍ମାନ, ଆମ ସଂସ୍କୃତିର ପରିଚୟ'; ବିକାଶ ଫାଉଣ୍ଡେସନ୍ ଟ୍ରଷ୍ଟ ପକ୍ଷରୁ କନ୍ୟା ରତ୍ନ ସମ୍ବର୍ଦ୍ଧନା ଉତ୍ସବ
Sambalpur Kanya Ratna Utsav Promotes Girl Child Respect

Key Points

କନ୍ୟା ସନ୍ତାନଙ୍କ ସମ୍ମାନ, ସୁରକ୍ଷା ଓ ଉଜ୍ଜ୍ଵଳ ଭବିଷ୍ୟତ ଆମ ସମସ୍ତଙ୍କ ସଂକଳ୍ପ । ମହତ୍ତ୍ଵ ଭାବନା ଓ ଚିନ୍ତାଧାରାକୁ ନେଇ ବିକାଶ ଫାଉଣ୍ଡେସନ୍ ଟ୍ରଷ୍ଟ ପକ୍ଷରୁ କନ୍ୟା ରତ୍ନ ସମ୍ବର୍ଦ୍ଧନା ଉତ୍ସବ ଆୟୋଜିତ ହୋଇଛି ।
ସମ୍ବଲପୁର: କନ୍ୟା ସନ୍ତାନ କେବଳ ଏକ ପରିବାରର ଖୁସି ନୁହଁ । ସେମାନେ ସମାଜର ଗୌରବ, ଶକ୍ତି ଓ ଭବିଷ୍ୟତର ଆଲୋକ । କନ୍ୟା ସନ୍ତାନଙ୍କ ସମ୍ମାନ, ସୁରକ୍ଷା ଓ ଉଜ୍ଜ୍ଵଳ ଭବିଷ୍ୟତ ଆମ ସମସ୍ତଙ୍କ ସଂକଳ୍ପ । ଏହି ମହତ୍ତ୍ଵ ଭାବନା ଓ ଚିନ୍ତାଧାରାକୁ ନେଇ ବିକାଶ ଫାଉଣ୍ଡେସନ୍ ଟ୍ରଷ୍ଟ ପକ୍ଷରୁ କନ୍ୟା ରତ୍ନ ସମ୍ବର୍ଦ୍ଧନା ଉତ୍ସବ ଆୟୋଜିତ ହୋଇଛି ।

ଅନୁଗୋଳ, ଦେବଗଡ଼ ପରେ ସମ୍ବଲପୁରରେ ଆୟୋଜିତ ହୋଇଛି କନ୍ୟା ରତ୍ନ ସମ୍ବର୍ଦ୍ଧନା ଉତ୍ସବ । କାର୍ଯ୍ୟକ୍ରମରେ ବିକାଶ ଫାଉଣ୍ଡେସନ୍ ଟ୍ରଷ୍ଟର ଅଧ୍ୟକ୍ଷା ଡ. ମୃଦୁଳା ଠାକୁର ପ୍ରଧାନ ଯୋଗ ଦେଇ ନବଜାତ ଛୁଆର ମାଆମାନଙ୍କୁ ଭେଟିବା ସହ ସେମାନଙ୍କ ମନୋବଳ ବଢ଼ାଇଛନ୍ତି ।

ଏଥିସହ ପଢ଼ନ୍ତୁ: ପ୍ରଥମେ ଆସିବେ ପ୍ରଧାନମନ୍ତ୍ରୀ ମୋଦି, ତା'ପରେ ରାଷ୍ଟ୍ରପତି; ଆସିଲା ଗସ୍ତସୂଚୀ 

ଏହି ଅବସରରେ ବିକାଶ ହାଉଣ୍ଡେନା ଟ୍ରଷ୍ଟର ଅଧ୍ୟକ୍ଷା ଡ. ମୃଦୁଳା ଠାକୁର ପ୍ରଧାନ କହିଛନ୍ତି, "କନ୍ୟାରତ୍ନ ସମ୍ବର୍ଦ୍ଧନା ସମାରୋହ କେବଳ ଏକ ଉତ୍ସବ ନୁହେଁ, ବରଂ କନ୍ୟା ସନ୍ତାନଙ୍କ ଜନ୍ମକୁ ଗୌରବର ସହ ଗ୍ରହଣ କରିବା ଏବଂ ସମାଜରେ ସେମାନଙ୍କ ପ୍ରତି ସମ୍ମାନ, ସ୍ନେହ ଓ ସମାନତାର ଭାବନା ଜାଗ୍ରତ କରିବାର ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ।"

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେ ଆହୁରି କହିଛନ୍ତି, "ଦଶମ ଓ ନବମୀରେ ଦେଶବ୍ୟାପୀ କନ୍ୟା ପୂଜନ କରାଯାଏ । ନିଜ ଘରେ କନ୍ୟା ପୂଜନ ହେଉଥିବା ବେଳେ ଆମେ ଘରେ ନ କରି ସମାଜରେ କରିବାକୁ ନିଷ୍ପତ୍ତି ନେଇଥିଲୁ । ନବରାତ୍ର ସମୟରେ ଯେତେ କନ୍ୟା ଜନ୍ମ ହୋଇଛନ୍ତି, ସେମାନଙ୍କ ମାଆମାନଙ୍କ ସହ କନ୍ୟାରତ୍ନକୁ ସମ୍ବର୍ଦ୍ଧିତ କରୁଛୁ ।"

ବିକାଶ ଫାଉଣ୍ଡେସନ୍ ଟ୍ରଷ୍ଟ ପକ୍ଷରୁ କନ୍ୟାମାନଙ୍କର ମାଆମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ କନ୍ୟା ନାଁରେ ଛୋଟ ଆର୍ଥିକ ରାଶି ପ୍ରଦାନ କରାଯାଉଛି । ଉକ୍ତ ଅର୍ଥ ରାଶିକୁ ସୁକନ୍ୟା ସମୃଦ୍ଧି ଯୋଜନାରେ ଖାତା ଖୋଲି ସଞ୍ଚୟ ପାଇଁ ମାଆମାନଙ୍କୁ ପରାମର୍ଶ ଦିଆଯାଉଥିବା ବିକାଶ ଫାଉଣ୍ଡେସନ୍ ଟ୍ରଷ୍ଟର ଅଧ୍ୟକ୍ଷା ଡ. ମୃଦୁଳା ଠାକୁର ପ୍ରଧାନ କହିଛନ୍ତି ।

ଭ୍ରୁଣ ହତ୍ୟାକୁ ନେଇ ଚିନ୍ତା

ଏହି ଅବସରରେ ଡ. ମୃଦୁଳା ଠାକୁର ପ୍ରଧାନ ଭ୍ରୁଣ ହତ୍ୟାକୁ ନେଇ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି । ସେ କହିଛନ୍ତି, "ସରକାରୀ ନିୟମ କଡ଼ାକଡ଼ି ହେବା ପରେ ବି ଭ୍ରୁଣ ହତ୍ୟା କରାଯାଉଛି । ଅନେକ ଅଲ୍ଟ୍ରାସାଉଣ୍ଡ ସେଣ୍ଟର୍ ବେଆଇନ୍ ଭାବେ ଭ୍ରୁଣର ଲିଙ୍ଗ ଚିହ୍ନଟ କରି ହତ୍ୟା କରୁଛନ୍ତି । ଏହାକୁ ବନ୍ଦ କରି କନ୍ୟା ଜନ୍ମ ପାଇଁ ପ୍ରୋତ୍ସାହନ ଦେବାକୁ ବିକାଶ ଫାଉଣ୍ଡେସନ୍ ଟ୍ରଷ୍ଟ ପକ୍ଷରୁ କନ୍ୟା ରତ୍ନ ସମ୍ବର୍ଦ୍ଧନା ଉତ୍ସବ ଆୟୋଜନ କରାଯାଉଛି ।

କନ୍ୟା ସନ୍ତାନ କେବଳ ଏକ ପରିବାରର ଖୁସି ନୁହନ୍ତି, ସେମାନେ ସମାଜର ଗୌରବ, ଶକ୍ତି ଓ ଭବିଷ୍ୟତର ଆଲୋକ । ପ୍ରତ୍ୟେକ କନ୍ୟା ଯେପରି ଭଲ ପାଇବା, ସମ୍ମାନ, ସୁରକ୍ଷା ଓ ସମାନ ଅଧିକାର ପାଇ ଏକ ସୁନ୍ଦର ଭବିଷ୍ୟତ ଗଢ଼ି ପାରିବେ, ସେଥିପାଇଁ ଆମ ସମସ୍ତଙ୍କର ସାମୂହିକ ଦାୟିତ୍ୱ ରହିଛି । କନ୍ୟା ସନ୍ତାନଙ୍କ ଜନ୍ମକୁ ଉତ୍ସବ ଭାବେ ପାଳନ କରିବା ଏବଂ ସେମାନଙ୍କ ପ୍ରତି ସକାରାତ୍ମକ ମନୋଭାବ ଗଢ଼ି ତୋଳିବା ଏକ ସୁସ୍ଥ, ସମାନତାଭିତ୍ତିକ ଓ ସମୃଦ୍ଧ ସମାଜ ଗଠନର ମୂଳମନ୍ତ୍ର ।

ଏଥିସହ ପଢ଼ନ୍ତୁ: ACF ସୌମ୍ୟରଞ୍ଜନ ମାମଲା, ଯେ କୌଣସି ସମୟରେ ଗିରଫ ହୋଇପାରନ୍ତି ବିଦ୍ୟାଭାରତୀ 

ମା’ ଦୁର୍ଗାଙ୍କ ଅପାର କରୁଣା ଓ ଆଶୀର୍ବାଦରେ ପ୍ରତ୍ୟେକ ଶିଶୁ କନ୍ୟାଙ୍କ ଜୀବନ ସୁଖମୟ, ସୁସ୍ଥ, ସୁରକ୍ଷିତ ଓ ଉଜ୍ଜ୍ଵଳ ହେଉ । ସେମାନଙ୍କ ମୁହଁର ହସ ଆମ ସମାଜର ଗୌରବ ହୋଇ ରହୁ । ଆସନ୍ତୁ, କନ୍ୟା ସନ୍ତାନଙ୍କୁ ସମ୍ମାନ ଦେବା, ସେମାନଙ୍କ ସ୍ଵପ୍ନକୁ ସାକାର କରିବା ଏବଂ ଏକ ସମାନତାପୂର୍ଣ୍ଣ ସମାଜ ଗଠନରେ ସହଭାଗୀ ହେବାକୁ ଆହ୍ଵାନ ଦେଇଛନ୍ତି ଡ. ମୃଦୁଳା ଠାକୁର ପ୍ରଧାନ । ସମ୍ବଲପୁରରେ ବିକାଶ ଫାଉଣ୍ଡେସନ୍ ଟ୍ରଷ୍ଟ ପକ୍ଷରୁ କନ୍ୟା ରତ୍ନ ସମ୍ବର୍ଦ୍ଧନା ଉତ୍ସବ ଆୟୋଜନ ପୂର୍ବରୁ ଡ. ମୃଦୁଳା ଠାକୁର ପ୍ରଧାନ ମା' ସମଲେଇଙ୍କ ଦର୍ଶନ କରିଥିଲେ ।