ଯାତ୍ରାବେଳେ ଗଣ୍ଡଗୋଳ, ମରଣାନ୍ତକ ଆକ୍ରମଣରେ ୨ ଗୁରୁତର
·2 years ago·1 min read

ଭଦ୍ରକ : ବାସୁଦେବପୁର ବ୍ଲକ ବିଦେଇପୁର ମୁନି ପଡିଆ ଠାରେ ଯାତ୍ରାରେ ଗଣ୍ଡଗୋଳ । ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ବାସୁଦେବପୁର ମେଡିକାଲ ରେ ଭର୍ତି କରାଯାଇଛି । ଗୁରୁତର ମାନେ ନିକଟସ୍ଥ ବିରସ ଅଂଚଳର ବାସୁଦେବ ଜେନା ଓ ସୁଦର୍ଶନ ବିଶ୍ୱାଳ ବୋଲି ଜଣାପଡିଛି । ଏମିତିକି ଯାତ୍ରା ଭିତରେ ଥିବା ସମସ୍ତ ଚେୟାର ଭଙ୍ଗାରୁଜା ହେଇଥିଲା । ଶେଷରେ ପରିସ୍ଥିତି ଏମିତି ଉପୁଜିଲା ଯାତ୍ରାକୁ ବନ୍ଦ କରିବାକୁ ପଡିଲା । ସୂଚନା ଅନୁସାରେ ବିଦେଇପୁର ମୁନି ପଡ଼ିଆରେ କପିଳ ମୁନି ମେଳା ଉପଲକ୍ଷେ ଯାତ୍ରା ଦୁର୍ଗା ମନ୍ଦିର ପରିବେଷଣ କରୁଥିଲା।
ଅଧିକ ପଢନ୍ତୁ ଓଡିଶା ଖବର
ଯାତ୍ରା ଦେଖୁଥିବା ସମୟରେ କୌଣସି କାରଣ ରୁ କମିଟି ସଦସ୍ୟଙ୍କ ସହିତ ଯାତ୍ରା ଦେଖୁଥିବା ଦର୍ଶକଙ୍କ ମଧ୍ୟରେ ବଚସା ହେଇଥିଲା । ପରେ କମିଟିର ସଦସ୍ୟ ମାନେ ରାଗିଯାଇ ମାରଣାସ୍ତ୍ର ରେ ସେମାନଙ୍କୁ ଆକ୍ରମଣ କରିଥିଲେ । ଫଳରେ ସେମାନେ ରକ୍ତାକ୍ତ ଅବସ୍ଥାରେ ତଳେ ପଡିଯାଇଥିଲେ । ତେବେ ୨ ଜଣକୁ ରକ୍ତାକ୍ତ ଅବସ୍ଥାରେ ସ୍ଥାନୀୟ ଲୋକମାନେ ମେଡିକାଲ ରେ ଭର୍ତି କରିଥିଲେ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: