Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆମ ଓଡ଼ିଶା ନବୀନ ଓଡ଼ିଶାର ସଚେତନତା କାର୍ଯ୍ୟକ୍ରମରେ ଆପ୍ କର୍ମୀଙ୍କ ଜୋରଦାର ବିରୋଧ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ଆମ ଓଡ଼ିଶା ନବୀନ ଓଡ଼ିଶାର ସଚେତନତା କାର୍ଯ୍ୟକ୍ରମରେ ଆପ୍ କର୍ମୀଙ୍କ ଜୋରଦାର ବିରୋଧ

ସୁବର୍ଣ୍ଣପୁର :  ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କଲାପଥର ପଞ୍ଚାୟତରେ ଗତକାଲି ଚାଲିଥିବା ଆମ ଓଡ଼ିଶା ନବୀନ ଓଡ଼ିଶାର ସଚେତନତା କାର୍ଯ୍ୟକ୍ରମରେ ଆପ୍ କର୍ମୀଙ୍କ ଜୋରଦାର ବିରୋଧ । ଆମ ଓଡ଼ିଶା ନବୀନ ଓଡିଶା ଯୋଜନାରେ ଆସିଥିବା କଳାପଥର ପଂଚାୟତର 50 ଲକ୍ଷ ଟଙ୍କାରୁ 17 ନମ୍ବର ୱାର୍ଡକୁ ଟଙ୍କା ଟିଏ ମଧ୍ୟ ଦେଇନାହାନ୍ତି l ଏହାକୁ ନେଇ ଆପ କର୍ମୀମାନେ ସେଠାରେ ବିରୋଧ କରିଥିଲେ l

ଅଧିକ ପଢନ୍ତୁ : ଜୀବନ ନେଇଗଲା ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ !

ବିରୋଧ କରିଥିବା ସମୟରେ ବିଜେଡି କର୍ମୀ ଏବଂ ଆପ କର୍ମୀମାନେ ଧସ୍ତା ଧସ୍ତି ହେଇଥିଲେ ଏବଂ ସଚେତନତା କାର୍ଯ୍ୟ କର୍ମରେ କିପରି ଭାବରେ କଲେଜ ପିଲା ମାନଙ୍କୁ ଏବଂ ସ୍କୁଲ ଛାତ୍ରମାନଙ୍କୁ ଆଣିଛ ବୋଲି ପ୍ରଶ୍ନ କରିଥିଲେ । ଫଳରେ ଉପସ୍ଥିତ ଥିବା ବ୍ଲକ କର୍ମଚାରୀ, ବିଡ଼ିଓ କରିସ୍ମା ଭେସରା, କଳାପଥର ସରପଞ୍ଚ, ଅଧାରୁ କାର୍ଯ୍ୟ କର୍ମ ବନ୍ଦ କରିଥିଲେ । ପରେ ବୁଝା ସୂଝା କରି ପୁଣି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Violent protest by app workers in Aama Odisha Naveen Odisha awareness programme | Argus News