Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଓଲଟିଲା ଯାତ୍ରୀବାହୀ ବସ୍‌ : ଜଣେ ମୃତ, ୧୦ ଗୁରୁତର

Odisha

ଓଲଟିଲା ଯାତ୍ରୀବାହୀ ବସ୍‌ : ଜଣେ ମୃତ, ୧୦ ଗୁରୁତର

Jitendra Dash
Browse all articles by Jitendra Dash
·2 years ago·1 min read
ଓଲଟିଲା ଯାତ୍ରୀବାହୀ ବସ୍‌ : ଜଣେ ମୃତ, ୧୦ ଗୁରୁତର

ଅର୍ଗସ ବ୍ୟୁରୋ : କୋରାପୁଟରେ ବଡ଼ ଧରଣର ଅଘଟଣ । ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇ ଅନେକ ଗୁରୁତର । ମାଲକାନଗିରିରୁ ବ୍ରହ୍ମପୁର ଦେଇ ଯାଇଥିବା ବସଟି କୋରାପୁଟ ସଦର ଥାନା ଅଧୀନ ପୋଡ଼ାଗଡ଼ର ଛୋଟାଗୁଡ଼ା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୨୦ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଆହତମାନଙ୍କ ମଧ୍ୟରୁ ୧୦ ଜଣ ଗୁରୁତର ଅଛନ୍ତି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ସୂଚନା ଅନୁସାରେ, ଯାତ୍ରୀବାହୀ ବସଟି (ଖମ୍ବେଶ୍ୱରୀ) ଆଜି ସନ୍ଧ୍ୟା ୫ଟାରେ ୪୦ ଜଣ ଯାତ୍ରୀଙ୍କୁ ନେଇ ମାଲକାନଗିରିରୁ ବାହାରି ଥିଲା । ଏହି ବସ୍‌ଟି କୋରାପୁଟରୁ ରାତି ୯ଟାରେ ବ୍ରହ୍ମପୁର ଅଭିମୁଖେ ବାହାରି ଥିଲା । ବୁଧବାର ସକାଳୁ ବ୍ରହ୍ମପୁରରେ ପହଞ୍ଚିବା ପୂର୍ବରୁ ରାତି ପ୍ରାୟ ସାଢ଼େ ୧୦ଟାରେ ପୋଡ଼ାଗଡ଼ ନିକଟରେ ଭାରସାମ୍ୟ ହରାଇଥିଲା । ଚାଳକ ନିୟନ୍ତ୍ରଣ ହରାଇବାରୁ ବସ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ରାସ୍ତାକଡ଼ରେ ଓଟଲି ପଡ଼ିଥିଲା । ଫଳରେ ବସ୍‌ରେ ଥିବା ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored
Visuals Of Horrendous Bus Accident In Koraput | Argus News