Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ସନାତନ ବିରୋଧୀ କାର୍ଯ୍ୟକୁ ଓଡିଶାର ଲୋକେ ବରଦାସ୍ତ କରିବେ ନାହିଁ : ଡଃ. ଯତୀନ ମହାନ୍ତି

Odisha

ସନାତନ ବିରୋଧୀ କାର୍ଯ୍ୟକୁ ଓଡିଶାର ଲୋକେ ବରଦାସ୍ତ କରିବେ ନାହିଁ : ଡଃ. ଯତୀନ ମହାନ୍ତି

Jitendra Dash
Browse all articles by Jitendra Dash
·2 years ago·2 min read
ସନାତନ ବିରୋଧୀ କାର୍ଯ୍ୟକୁ ଓଡିଶାର ଲୋକେ ବରଦାସ୍ତ କରିବେ ନାହିଁ : ଡଃ. ଯତୀନ ମହାନ୍ତି

ଅର୍ଗସ ବ୍ୟୁରୋ : ଓଡ଼ିଶାର ହିନ୍ଦୁ ଓ ସନାତନିମାନଙ୍କର ଆସ୍ଥାର କେନ୍ଦ୍ର ଏବଂ ଓଡ଼ିଶାର ପ୍ରାଣ ମହାପ୍ରଭୁ ଜଗତରନାଥ ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ଶାସକ ଦଳରେ ନୂଆ ଯୋଗ ଦେଇଥିବା ଭିକେ ପାଣ୍ଡିଆନ ଜଣେ ସୋସିଆଲ ମିଡିଆ ଇନ୍‌ଫ୍ଲ୍ୟୁଏନ୍ସର, ଫୁଡଟେଷ୍ଟର କାମିଆ ଜାନି ନାମକ ମହିଳାଙ୍କୁ ନେଇ ଜଗନ୍ନାଥ ମନ୍ଦିର ପରିସର ଭିତରେ ଏକ ଭିଡିଓ ପ୍ରସ୍ତୁତ କରି ଗଣମାଧ୍ୟମରେ ଛାଡିଛନ୍ତି । ଏହି ଭିଡିଓଟି ସାରା ଓଡ଼ିଶା ନୁହେଁ ବରଂ ସମଗ୍ର ବିଶ୍ୱର କୋଟି କୋଟି ଜଗନ୍ନାଥପ୍ରେମୀ ଏବଂ ସନାତନିମାନଙ୍କୁ ଧାର୍ମିକ ଆଘାତ ଲାଗିଛି । ପର୍ବୂରୁ କାମିଆ ଜାନି ଗୋ ମାଂସ ଖାଇଥିବାର ଭିଡିଓ ଅଛି ଓ ସେ ନିଜେ ଏହାକୁ ସ୍ୱୀକାର କରିଛନ୍ତି । ଶ୍ରୀମନ୍ଦିରର ନିୟମ ଅନୁସାରେ ଜଣେ ଗୋ-ମାଂସ ଭକ୍ଷଣକାରୀ ସୁଧି ଓ ପ୍ରାୟଶ୍ଚିତ ନହେବା ପର୍ଯ୍ୟନ୍ତ ମନ୍ଦିର ପ୍ରବେଶ କରିବାର କୌଣସି ଅଧିକାର ନାହିଁ । ଶାସକ ଦଳ  କାମିଆ ଜାନିଙ୍କୁ ମନ୍ଦିର ପ୍ରବେଶ କରାଇ ଓଡିଶାର ଜନସାଧାରଣ ନୁହେଁ ବରଂ ସମଗ୍ର ବିଶ୍ୱର ହିନ୍ଦୁମାନଙ୍କର ଧାର୍ମିକ ସମ୍ବେଦନ ଉପରେ କୁଠାରାଘାତ କରିଛନ୍ତି ବୋଲି ରାଜ୍ୟ ସାଧାରଣ ସମ୍ପାଦକ ଡଃ. ଯତୀନ ମହାନ୍ତି କହିଛନ୍ତି ।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଡଃ ମହାନ୍ତି କହିଛନ୍ତି ଯେ, ଭିକେ ପାଣ୍ଡିଆନ ଓଡ଼ିଶାର ସମସ୍ତ ସନାତନ ଧର୍ମୀ ଓ ଜଗନ୍ନାଥପ୍ରେମୀଙ୍କ ଧାର୍ମିକ ଭାବନା ନେଇ ଖେଳ ଖେଳିଛନ୍ତି । ଏଥିପାଇଁ ଆଇପିସି ସେକ୍ସନ ୨୯୫(ଏ)ରେ ଉଲ୍ଲେଖ ଅଛି, କୌଣସି ଲୋକ ଯଦି ଧାର୍ମିକ ଭାବନାକୁ ଆଘାତ କରିବେ ତାହାଲେ ଦଣ୍ଡ ମିଳିବ । ଦ୍ୱିତୀୟ କଥା ଶ୍ରୀ ଜଗନ୍ନାଥ ମନ୍ଦିର ଆକ୍ଟ ୧୯୫୨ର ସେକ୍ସନ ୩୦(ଏ)ରେ ମଧ୍ୟ ଏହା ସ୍ପଷ୍ଟଭାବେ ଉଲ୍ଲେଖ ଅଛି ଯେ, ମନ୍ଦିର ଭିତରକୁ କୌଣସି ନିଷେଧ ଦ୍ରବ୍ୟ ଯାହା ମନ୍ଦିର ପ୍ରଶାସନ ପକ୍ଷରୁ ନେବାକୁ ମନା କରାଯାଇଛି ତାକୁ ନେଇ ଭିଡିଓ କରାଇବା ଏକ ଧତବ୍ୟ ଅପରାଧ । ଭିକେ ପାଣ୍ଡିଆନ ଓ କାମିଆ ଜାନି ଉଭୟ ଅପରାଧରେ ସଂପୃକ୍ତ ଥିବାରୁ ସେମାନଙ୍କ ବିରୋଧରେ ତୁରନ୍ତ ମନ୍ଦିର ପ୍ରଶାସନ ମାମଲା ରୁଜୁ କରନ୍ତୁ ଓ ତାଙ୍କ ଉପରେ ମକଦ୍ଦମା ରୁଜୁ କରି ଦୁହିଁଙ୍କୁ ଗିରଫ କରାଯାଉ ବୋଲି ଡଃ ମହାନ୍ତି ଦାବି କରିଛନ୍ତି ।

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଭିକେ ପାଣ୍ଡିଆନଙ୍କ ସନାତନ ବିରୋଧୀ କାର୍ଯ୍ୟକୁ ଓଡିଶାର ଲୋକେ ବରଦାସ୍ତ କରିବେ ନାହିଁ । ଓଡ଼ିଶାର ପ୍ରାଣକେନ୍ଦ୍ର ହେଉଛି ପୁରୀ । ପୁରୀକୁ ମଧ୍ୟ ଗୋବର୍ଦ୍ଧନକ୍ଷେତ୍ର କୁହାଯାଏ । ପୁରୀରେ ଗୋ ମାତାଙ୍କୁ ସ୍ୱଂରକ୍ଷଣ ଏବଂ ସମ୍ବର୍ଦ୍ଧନ କରାଯିବାର ବ୍ୟବସ୍ଥା ମଧ୍ୟ ରହିଛି କିନ୍ତୁ କାମିଆ ଜାନି ମନ୍ଦିର ଭିତରେ ମହାପ୍ରସାଦକୁ ଖାଇ ସେ ବିଷୟରେ ଭିଡିଓ କରି ସନାତନ ଧର୍ମ ଓ ମନ୍ଦିରକୁ ଅପମାନ କରିଛନ୍ତି । ଶ୍ରୀମନ୍ଦିର ଶ୍ରୀକ୍ଷେତ୍ର ତଥା ଦର୍ଶନର କ୍ଷେତ୍ର ତାହା ଭୋଗ୍ୟ କ୍ଷେତ୍ର ନୁହେଁ । ଯେଉଁମାନେ ଏହାକୁ ଭୋଗ୍ୟକ୍ଷେତ୍ର ବୋଲି ମନେ କରୁଛନ୍ତି ସେମାନେ ଅପରାଧ କରୁଛନ୍ତି । କାମିଆ ଜାନି ମହାପ୍ରସାଦର ପବିତ୍ରତାକୁ ନଷ୍ଟ କରିବା ସହ ମନ୍ଦିରର ନୀତି ନିୟମକୁ ମଧ୍ୟ ନଷ୍ଟ କରିଛନ୍ତି । ଏଭଳି ନୀତି ବିରୋଧ କାର୍ଯ୍ୟକୁ ପ୍ରତ୍ସୟ ଦେଇଥିବା ଭିକେ ପାଣ୍ଡିଆନଙ୍କ ବିରୋଧରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ । ଶଙ୍କରାଚାର୍ଯ୍ୟଙ୍କ ସହ ମନ୍ଦିର ପ୍ରଶାସନ ଆଲୋଚନା କରି ମହାପ୍ରଭୁଙ୍କୁ ଶୁଦ୍ଧିକରଣ ଏବଂ ମାଜଣା କରନ୍ତୁ । ମନ୍ଦିର ପ୍ରଶାସନ ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିଲେ ଭାରତୀୟ ଜନତା ପାର୍ଟି ଆଗାମୀ ଦିନରେ କୋର୍ଟରେ ଦ୍ୱାରସ୍ଥ ହେବ ବୋଲି ଡଃ. ମହାନ୍ତି ସୂଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ ଉପସ୍ଥିତ ଥିଲେ । 
 

Sponsored
VK Pandian and Kamiya Jani should be arrested immediately | Argus News