Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ୬ ଲୋକସଭା ଓ ୪୨ ବିଧାନସଭା ସିଟରେ ପ୍ରତିନିଧି ବାଛିଲେ ଭୋଟର

Odisha

୬ ଲୋକସଭା ଓ ୪୨ ବିଧାନସଭା ସିଟରେ ପ୍ରତିନିଧି ବାଛିଲେ ଭୋଟର

Jitendra Dash
Browse all articles by Jitendra Dash
·1 year ago·2 min read
୬ ଲୋକସଭା ଓ ୪୨ ବିଧାନସଭା ସିଟରେ ପ୍ରତିନିଧି ବାଛିଲେ ଭୋଟର

ଅର୍ଗସ ବ୍ୟୁରୋ : ଶେଷ ହୋଇଛି ଦେଶରେ ଷଷ୍ଠ ଓ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ । ଓଡ଼ିଶାର ୬ଟି ସଂସଦୀୟ କ୍ଷେତ୍ର ସମେତ ଦେଶର ୫୮ଟି ଲୋକସଭା ଆସନରେ ୮୮୯ ପ୍ରାର୍ଥୀଙ୍କ ଭାଗ୍ୟ ହୋଇଛି ନିର୍ଦ୍ଦାରିତ । ରାଜ୍ୟର ସମ୍ବଲପୁର, ଢେଙ୍କାନାଳ, କଟକ, ପୁରୀ, ଭୁବନେଶ୍ବର ଓ କେନ୍ଦୁଝର ଲୋକସଭା ଆସନ ଅନ୍ତର୍ଗତ ୪୨ଟି ବିଧାନସଭା ଆସନ ପାଇଁ ବି ପଡ଼ିଛି ଭୋଟ୍ । ସନ୍ଧ୍ୟା ୬ଟାରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଜାରି ତଥ୍ୟ ଅନୁଯାୟୀ ଓଡ଼ିଶାରେ ପ୍ରତିଶତ ମତଦାନ ହୋଇଛି । ଅନ୍ୟ ଦୁଇ ପର୍ଯ୍ୟାୟ ପରି ତୃତୀୟ ପର୍ଯ୍ୟାୟରେ ବି ଭୋଟରଙ୍କ ମଧ୍ୟରେ ଦେଖିବାକୁ ମିଳିଛି ପ୍ରବଳ ଉତ୍ସାହ । 

ଭୁବନେଶ୍ବର ଏରୋଡ୍ରାମ ୟୁପି ସ୍କୁଲର ୧୧୪ ନମ୍ବର ବୁଥରେ ଭୋଟ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ଉଭୟ ବିଧାନସଭା ଓ ଲୋକସଭା ନିର୍ବାଚନରେ ବିଜେଡିର ବଡ଼ ବିଜୟ ନେଇ ଆଶା ପ୍ରକାଶ କରିଛନ୍ତି ନବୀନ । ଭୁବନେଶ୍ବର ଚନ୍ଦ୍ରଶେଖରପୁର ଡିଏଭି ସ୍କୁଲରେ ହୋଇଥିବା ବୁଥରେ ସହଧର୍ମିଣୀ ମୃଦୁଳା ଠାକୁର ପ୍ରଧାନଙ୍କ ସହ ଭୋଟ୍ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ଲୋକସଭାରେ ୨୧ରୁ ୨୧ ଆସନରେ ବିଜୟ ସହ ଓଡ଼ିଶା ବିଧାନସଭାରେ ମଧ୍ୟ ବିଜେପି ବହୁମତ ହାସଲ କରିବ ବୋଲି ଦମ୍ଭୋକ୍ତି ଭରିଛନ୍ତି ଧର୍ମେନ୍ଦ୍ର । 

ଗଣତନ୍ତ୍ରର ଏହି ପର୍ବରେ ସାମିଲ ହୋଇ ଭୋଟ୍ ଦେଇଛନ୍ତି ବହୁ ହେଭିୱେଟ୍ ନେତାଙ୍କ ସମେତ ବିଶିଷ୍ଟ ବ୍ୟକ୍ତି ବିଶେଷ । ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ, ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ପୋଲିସ ଡିଜି ଅରୁଣ ଷଡ଼ଙ୍ଗୀ, ଭୁବନେଶ୍ବର ବିଜେପି ସାସଂଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଓ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ପ୍ରମୁଖ ମତଦାନ କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହି ପର୍ଯ୍ୟାୟରେ ବହୁ ହେଭିୱେଟଙ୍କ ଭାଗ୍ୟ ନିର୍ଦ୍ଦାରଣ କରିଛନ୍ତି ମତଦାତା । ତେବେ ସର୍ବାଧିକ ଫୋକସରେ ରହିଥିଲା । ସମ୍ବଲପୁର ସଂସଦୀୟ କ୍ଷେତ୍ର । ଏଠାରୁ ନିର୍ବାଚନ ଲଢୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଉ ତାଙ୍କ ବିପକ୍ଷରେ ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି ଦଳର ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ଏହାଛଡ଼ା କଟକରୁ ଭର୍ତ୍ତୃହରି ମହତାବ, ଭୁବନେଶ୍ବର ଲୋକସଭା ଆସନରୁ ଅପରାଜିତା ଷଡ଼ଙ୍ଗୀ ଓ ପୁରୀରୁ ସମ୍ବିତ ପାତ୍ରଙ୍କ ଭାଗ୍ୟର ମଧ୍ୟ ଫଇସଲା ହୋଇଛି । ସେହିପରି ବିଧାନସଭା କଥା ଦେଖିଲେ ବିଜେପିରୁ ଜୟ ନାରାୟଣ ମିଶ୍ର, ମୋହନ ମାଝୀ, ନାଉରୀ ନାଏକ, ରବି ନାଏକ, ସୁବାସ ପାଣିଗ୍ରାହୀ, ସଞ୍ଜୀବ ସାହୁ ଓ ସୁରମା ପାଢ଼ୀଙ୍କ ପରି ଭେଟରାନ ମୈଦାନରେ ଥିବା ବେଳେ ବିଜେଡି ହେଭିୱେଟ୍ ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ମିଶ୍ର, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ପ୍ରଫୁଲ୍ଲ ମଲ୍ଲିକ, ଅଶୋକ ପଣ୍ଡା, ଅରୁଣ ସାହୁ, ସଞ୍ଜୟ ଦାସବର୍ମାଙ୍କ ଭାଗ୍ୟ ଇଭିଏମରେ ସିଲ ହୋଇଛି । ଏମାନଙ୍କ ବାଦ୍ ଆନନ୍ଦପୁରରେ କଂଗ୍ରେସରୁ ଟାଣୁଆ ନେତା ଜୟଦେବ ଜେନା ଏବଂ ଘସିପୁରାରେ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିବା ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଭାଗ୍ୟ ପରୀକ୍ଷା ହୋଇସାରିଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ମତଦାନ ହୋଇଥିବା ୬ ଲୋକସଭା ଆସନ ମଧ୍ୟରୁ ଗତଥର ବିଜେପି ସମ୍ବଲପୁର ଓ ଭୁବନେଶ୍ବରରେ ବାଜି ମାରିଥିବା ବେଳେ ବିଜେଡିକୁ ମିଳିଥିଲା ୪ଟି ଆସନରେ ସଫଳତା । ସେହିପରି ୪୨ ବିଧାନସଭା କ୍ଷେତ୍ରରେ ବିଜେଡି ୩୫, ବିଜେପି ୫ଟି ଓ କଂଗ୍ରେସ ୨ଟି ଆସନ ହାତେଇବାରେ ସଫଳ ହୋଇଥିଲେ । ଏଥର 6ଟି ଲୋକସଭା ଆସନରେ 64 ଓ ୪୨ ବିଧାନସଭା ଆସନରେ 383 ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଦାରଣ କରିଛନ୍ତି ଭୋଟର।ଏବେ ପ୍ରଶ୍ନ ଉଠୁଛି 2019 ତୁଳନାରେ 2024 ନିର୍ବାଚନରେ ଅଧିକ ମତଦାନ ହାର ରାଜ୍ୟରେ ସରକାର ବିରୋଧୀ ଜନମତର ଦେଉଛି କି ଇସାରା । 

Sponsored
Voters elected representatives in 6 Lok Sabha and 42 Assembly seats | Argus News