Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରାଜ୍ୟରେ ଜାରି ରହିବ ଅଦିନିଆ ବର୍ଷା

Jitendra Dash
Browse all articles by Jitendra Dash
·2 years ago·1 min read
ରାଜ୍ୟରେ ଜାରି ରହିବ ଅଦିନିଆ ବର୍ଷା

ଅର୍ଗସ ବ୍ୟୁରୋ : ରାଜ୍ୟରେ ଆହୁରି ୪ ଦିନ ଯାଏ ବର୍ଷା । ଗୁରୁଚାପ ବଳୟ ଓ ପଶ୍ଚିମା ଝଡର ପ୍ରଭାବରେ ଲଗାତାର ତିନିଦିନ ହେବ ବର୍ଷା ଲାଗିରହିଛି । ତେବେ ପାଣିପାଗର ଏହି ଦୁଇ ନିୟାମକ ନେଇ ଆଗାମୀ ୪ ଦିନ ଯାଏ ବର୍ଷା ହେବ ବୋଲି  ପୂର୍ବାନୁମାନ କରିଛି ପାଣିପାଗ । 

ଆଜି ଉତ୍ତର ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ସେପଟେ ରାଜ୍ୟରେ ଗରମ ସହ ଗୁଳୁଗୁଳି ଲାଗିରହିଥିବା ବେଳେ ଦିନର ତାପମାତ୍ରା  କିଛି ସ୍ଥାନରେ ୩୭ ଡିଗ୍ରୀ ପର୍ଯ୍ୟନ୍ତ ରହିବ। ଆଗାମୀ ୫ ଦିନ  ଯାଏ ତାପମାତ୍ରାରେ କୌଣସି  ପରିବର୍ତନ ହେବ ନାହିଁ ।

ଏହି ବର୍ଷା ସମୟରେ କୌଣସି ପ୍ରକାରର ବଡ ଧରଣର ଘଡଘଡ଼ି କିମ୍ବା ବିଜୁଳି ହେବାର ସମ୍ଭାବନା ନାହିଁ । ଆଜି ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକରେ ମଧ୍ୟମ ଧରଣର ବର୍ଷା ହୋଇଛି । ଆସନ୍ତା ୨୪ ଘଣ୍ଟାରେ କନ୍ଧମାଳ, ରାୟଗଡା, କେନ୍ଦୁଝର, ମୟୁରଭଞ୍ଜ, ନୂଆପଡା, କଳାହାଣ୍ଡି, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାରେ ବର୍ଷାର ସମ୍ଭାବନା ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଓଡ଼ିଶା ଖବର

ସେହିପରି କିଛି ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୩୭ ଡିଗ୍ରୀ ଯାଏଁ ଛୁଇଁବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି । ସେହିପରି ଆଜି ଭୁବନେଶ୍ବରରେ ଦିନରେ ସର୍ବୋଚ୍ଚ ତାପମାତ୍ରା ୩୫ ରୁ ୩୬ ଡିଗ୍ରୀ ମଧ୍ୟରେ ରହିବାର ସମ୍ଭାବନା ରହିଛି । ସେହିପରି ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ତାପମାତ୍ରାରେ ବିଶେଷ ପରିବର୍ଚ୍ଚନର ସମ୍ଭାବନା ନାହିଁ । ଆସନ୍ତା ୧୧ କିମ୍ବା ୧୨ ତାରିଖ ପରଠାରୁ ତାପମାତ୍ରା ବୃଦ୍ଧି ହେବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି ।

Sponsored
weather update | Argus News