ବଦଳିଲା ପାଗର ମିଜାଜ

ଅର୍ଗସ ବ୍ୟୁରୋ : ବଦଳିଲା ପାଗର ମିଜାଜ । ତାତିରୁ ମିଳିଲା ସାମାନ୍ୟ ଆଶ୍ବସ୍ତି । ରାଜଧାନୀ ସମେତ ବିଭିନ୍ନ ସ୍ଥାନରେ ପାଗ ମେଘୁଆ ରହିବା ସହ କିଛି ସ୍ଥାନରେ ବର୍ଷା ଅନୁଭୂତ ହୋଇଛି । ସମୁଦ୍ର ପତନ ଉପରେ ଟ୍ରପଲାଇନ ରହୁଥିବାରୁ କିଛି ସ୍ଥାନରେ ବର୍ଷା ହୋଇଛି । ଟ୍ରପ ଲାଇନ ପ୍ରଭାବରେ ଆସନ୍ତା ୨୪ ଘଂଟାରେ ଉପକୂଳ ଓଡିଶା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ।
୪ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଙ୍ଗ ଜାରି କରାଯାଇଛି । ମୟୁରଭଞ୍ଜ, ଢେଙ୍କାନାଳ, ଅନୁଗୁଳ, କେନ୍ଦୁଝର, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗିର ରାୟଗଡା, କୋରାପୁଟ, ନବରଙ୍ଗପୁରରେ ବର୍ଷା ହେବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ । ଆସନ୍ତାକାଲି ମୟୁରଭଞ୍ଜ, କେନ୍ଦୁଝର, ଭଦ୍ରକ, ବାଲେଶ୍ବର, ରାୟଗଡ଼ା, ଗଜପତି, ଗଂଜାମ ଓ କନ୍ଧମାଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨୧୬ ତାରିଖରୁ ପୁଣି ଏକ ପଶ୍ଚିମା ଝଡ଼ର ସମ୍ଭାବନା ଥିବା ବେଳେ ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ସେପଟେ ୧୭ରୁ ବର୍ଷାର ପରିମାଣ ବୃଦ୍ଧି ହେବ । ଆଗାମୀ ୨୦ ତାରିଖ ଯାଏ ସାରା ରାଜ୍ୟରେ ବର୍ଷା ଲାଗି ରହିବ । ସେପଟେ ୨ରୁ ୩ ଦିନ ଭିତରେ ତାପମାତ୍ରା ହ୍ରାସ ହେବାର ସମ୍ଭାବନା ରହିଛି ।