Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପୁଣି ରାଜ୍ୟରେ ଅସହ୍ୟ ତାତି, ୪୦ ଡିଗ୍ରୀ ଛୁଇଁଲା ତାପମାତ୍ର

Jitendra Dash
Browse all articles by Jitendra Dash
·2 years ago
ପୁଣି ରାଜ୍ୟରେ ଅସହ୍ୟ ତାତି,  ୪୦ ଡିଗ୍ରୀ ଛୁଇଁଲା ତାପମାତ୍ର

ଅର୍ଗସ ବ୍ୟୁରୋ : ପୁଣି ରାଜ୍ୟରେ ବଢିଲା ତାପମାତ୍ରା । ରାଜ୍ୟର କିଛି ସହରର ତାପମାତ୍ରା ଆଜି ୪୦ ଡିଗ୍ରୀ ଛୁଇଁଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ଦେଇଥିବା ରିପୋର୍ଟ ମୁତାବକ ଦିନ ୨.୩୦ ସୁଦ୍ଧା ଭୁବନେଶ୍ୱରର ତାପମାତ୍ରା ୩୯.୬ ଡିଗ୍ରୀ ରହିଛି । 

ଅଧିକ ପଢନ୍ତୁ ପାଣିପାଗ ଖବର

ସେହିଭଳି ଚାନ୍ଦବାଲି, ୩୯.୨, ଝାରସୁଗୁଡା ୩୮.୮, ରାଉରକେଲା ୩୭.୮, କେନ୍ଦୁଝର ୩୭.୪, ସମ୍ବଲପୁର ୩୭.୨, ହୀରାକୁଦ ୩୭.୨ ବାଲେଶ୍ୱର ୩୭, ପାରାଦୀପ ୩୫.୫, ପୁରୀ ୩୪.୬ ଓ ଗୋପାଳପୁର ୩୪.୫ ଡିଗ୍ରୀ ସେଲସିୟସ ରହିଛି । ପାଣିପାଗ ବିଭାଗର ସୂଚନା ମୁତାବକ ଆଗକୁ ତାପମାତ୍ରା ଆହୁରି ବୃଦ୍ଧି ହେବ । ୧୫ ତାରିଖ ଠାରୁ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା ସ୍ୱାଭାବିକ ତାପମାତ୍ରା ଠାରୁ ୧୦ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
weather update | Argus News