Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ମାଘ ମାସରେ ଜାଡ଼ ବଦଳରେ ଉପରମୁହାଁ ପାରଦ

Odisha

ମାଘ ମାସରେ ଜାଡ଼ ବଦଳରେ ଉପରମୁହାଁ ପାରଦ

Jitendra Dash
Browse all articles by Jitendra Dash
·2 years ago·1 min read
ମାଘ ମାସରେ ଜାଡ଼ ବଦଳରେ ଉପରମୁହାଁ ପାରଦ

ଅର୍ଗସ ବ୍ୟୁରୋ : ମାଘରେ ବାଘ ଭଳି ଖରା । ଉପକୂଳରୁ ଆଭ୍ୟନ୍ତର, ସବୁଠି ପ୍ରବଳ ଗରମରେ କଲବଲ ହେଲେଣି ରାଜ୍ୟବାସୀ । ଦିନ ସମୟରେ ବାୟୁମଣ୍ଡଳ ଶୁଷ୍କ ରହୁଥିବା ବେଳେ ରାତିରେ ସମୁଦ୍ରରୁ ବାୟୁ ପ୍ରଭାବିତ ହେଉଛି।  ଫଳରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି । ଫେବ୍ରୁୟାରୀ ରେ ତାମମାତ୍ରା ୪୦ ଡିଗ୍ରୀ ରେକର୍ଡ ହୋଇଛି । ଏହିପରି ତାପମାତ୍ରା ଆସନ୍ତା ୩ ଦିନ ଯାଏଁ ଜାରି ରହିବ । 

ଆସନ୍ତା ୯ ଓ ୧୦ ତାରିଖରୁ ଗରମ କମିବା ସହ ପାଗ ବଦଳିବା ସମ୍ଭାବନା ଅଛି । ତେବେ ୧୦, ୧୧, ୧୨ ତାରିଖରେ ଉତ୍ତର, ଦକ୍ଷିଣ ଓ  ଆଭ୍ୟନ୍ତରୀଣ ଓଡିଶାର କିଛି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ୧୦ ତାରିଖରେ ସୁନ୍ଦରଗଡ଼, ଝାରସୁଗୁଡା, ମୟୂରଭଞ୍ଜରେ ହାଲୁକା ବର୍ଷା ସମ୍ଭାବନା ଥିବାବେଳେ ୧୧ରେ ବର୍ଷା ପରିମାଣ ବଢିପାରେ । ଖାସ କରି ଦେବଗଡ଼, ସୁନ୍ଦରଗଡ଼, ବୌଦ୍ଧ ବଲାଙ୍ଗୀର, ସୋନପୁରରେ ଅଧିକ ବର୍ଷା ହେବା ସମ୍ଭାବନା ରହିଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର
 
ପ୍ରଶାନ୍ତ ମହାସାଗରେ ଏଲନିନୋର ପ୍ରଭାବ ଯୋଗୁଁ ଶୁଷ୍ମ ବାୟୁ ପ୍ରବାହିତ ହେଉଛି, ତାପମାତ୍ରା ବଢୁଛି । ମାଘ ମାସରେ ବା ଫେବ୍ରୁଆରୀ ପ୍ରଥମ ସପ୍ତାହରେ ରାଜ୍ୟରେ ଏପରି ଖରା ଓ ଗରମ ଅନୁଭୂତ ହେବା ଅସ୍ୱାଭାବିକ କୁହାଯାଉଥିବାବେଳେ ସ୍ଥାନୀୟ ଜଳବାୟୁରେ ପରିବର୍ତ୍ତନ ଏହାର କାରଣ ବୋଲି ମତ ରଖିଛନ୍ତି ପାଣିପାଗ ବିଶେଷଜ୍ଞ । ମଙ୍ଗଳବାର ରାଜ୍ୟର ୧୩ଟି ସହରରେ ସର୍ବାଧିକ ତାପମାତ୍ରା ୩୩ ଡିଗ୍ରୀ ଉପରେ ରହିଥିବାବେଳେ ପାରଳାଖେମୁଣ୍ଡି, ଭବାନୀପାଟଣାରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରୀ ଛୁଇଁଛି । ସେହିପରି ଟିଟିଲାଗଡ଼, ମାଲକାନଗିରିରେ ତାପମାତ୍ରା ୩୪.୫ ଡିଗ୍ରୀ ଓ ଭୁବନେଶ୍ୱର ତାପମାତ୍ରା ୩୪ ଡିଗ୍ରୀ ରେକର୍ଡ ହୋଇଛି । ସେପଟେ ଆଗାମୀ ଦୁଇ ଦିନ ଯାଏ କୁହୁଡି ପାଇଁ କିଛି ଜିଲ୍ଲାକୁ ସତର୍କ କରାଇଛି ପାଣିପାଗ ବିଭାଗ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
weather update | Argus News