Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ରାଜ୍ୟରେ ବଢୁଛି ଶୀତ, ୧୪ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

Odisha

ରାଜ୍ୟରେ ବଢୁଛି ଶୀତ, ୧୪ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

Jitendra Dash
Browse all articles by Jitendra Dash
·2 years ago·1 min read
ରାଜ୍ୟରେ ବଢୁଛି ଶୀତ, ୧୪ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଅର୍ଗସ ବ୍ୟୁରୋ : ରାଜ୍ୟରେ ଶୀତ ଲହରୀ ଜାରି । ଗତ ୨୪ ଘଂଟାରେ ୪ଟି ସ୍ଥାନରେ ଘନ କୁହୁଡି ଦୃଶ୍ୟମାନ ହୋଇଛି । ଦୃଶ୍ୟମାନ ଦୂରତା ୫୦ ରୁ ୨୦୦ ମିଟର ରହିଛି । ଏହାସହ ଗତ ୨୪ ଘଣ୍ଟାରେ ସ୍ୱାଭାବିକଠାରୁ ଦୁଇ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ  ପାଗ ମୁଖ୍ୟତ ଶୁଖିଲା ରହିଛି । ବର୍ତ୍ତମାନ ରାଜ୍ୟରେ ଘନ କୁହୁଡି ପାଇଁ ପାଗ ଅନୁକୂଳ ଥିବାରୁ ଆଗାମୀ ତିନି ଦିନ ଯାଏ କୁହୁଡି ଦୃଶ୍ୟମାନ ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏଥିପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ତିନି ଦିନ ଯାଏ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।  

ଆସନ୍ତା ୨୪ ଘଣ୍ଟାରେ ୧୪ଟି ଜିଲ୍ଲା କଟକ, ଢେଙ୍କାନାଳ, ଯାଜପୁର, କଳାହାଣ୍ଡି ,ଖୋର୍ଦ୍ଧା, ଜଗତସିଂହପୁର ,କେନ୍ଦ୍ରାପଡା ,କନ୍ଧମାଳ ଝାରସୁଗୁଡା, ସୁନ୍ଦରଗଡ ,କୋରାପୁଟ, ରାୟଗଡା , ଅନୁଗୁଳ ,ନବରଙ୍ଗପୁରରେ  ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସକାଳ ସମୟରେ କୁହୁଡିର ମାତ୍ରା ଅଧିକ ରହୁଥିବାରୁ ଏହି ସମୟରେ ସତର୍କତାର ସହ  ଯାତାୟାତ  କରିବା  ପାଇଁ ପରାମର୍ଶ  ଦେଇଛି  ପାଣିପାଗ ବିଭାଗ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆସନ୍ତାକାଲି ଘନ କୁହୁଡି କୁ ନେଇ ରାଜ୍ୟର ୧୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଗତ ୨୪ ଘଣ୍ଟାରେ ଜି ଉଦୟଗିରି, କୋରାପୁଟ, ଦାରିଙ୍ଗିବାଡ଼ି ଓ ଫୁଲବାଣୀ ୧୦ ଡିଗ୍ରୀ ତଳେ ତାପମାତ୍ରା ରେକର୍ଡ ହୋଇଛି । କଟକରେ ୨୭.୦ ଓ ଭୁବନେଶ୍ୱର ରେ ୨୮.୪ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଛି ।

Argus Whatsapp Channel Mobile Top
Sponsored
weather update | Argus News