Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପ୍ରଚଣ୍ଡ ଖରାରେ ଜଳୁଛି ଓଡ଼ିଶା

Odisha

ପ୍ରଚଣ୍ଡ ଖରାରେ ଜଳୁଛି ଓଡ଼ିଶା

Jitendra Dash
Browse all articles by Jitendra Dash
·2 years ago·1 min read
ପ୍ରଚଣ୍ଡ ଖରାରେ ଜଳୁଛି ଓଡ଼ିଶା

ଅର୍ଗସ ବ୍ୟୁରୋ : ପ୍ରଚଣ୍ଡ ଖରାରେ ଜଳୁଛି ଓଡ଼ିଶା । ୩୫ ଡିଗ୍ରୀ ପାର୍ ରାଜ୍ୟର ଅଧିକାଂଶ ସହରର ତାପମାତ୍ରା । ଚାନ୍ଦବାଲିରେ ସର୍ବାଧିକ ୩୮.୫ ଡିଗ୍ରୀ ତାପମାତ୍ରା ରେକର୍ଡ। ସେପଟେ ୪ ରୁ ୫ ଦିନ ମଧ୍ୟରେ ୬ ରୁ ୮ ଡିଗ୍ରୀ ପର୍ଯ୍ୟନ୍ତ ତାତି ବୃଦ୍ଧି ପାଇବ । ଖରାର ତାତିରେ ସିଝିବ ପୁରା ଓଡିଶା । ୧୬ ତାରିଖରୁ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ୧୩ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।  

ଏପ୍ରିଲ ୧୭ ରୁ ୨୦ ଯାଏଁ ହେବ ସାଙ୍ଘାତିକ ସ୍ଥିତି । ୪ ଦିନ ପର୍ଯ୍ୟନ୍ତ ପିକ୍ ସମୟ ଘୋଷଣା କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡିଶାରେ ୧୫ ଡିଗ୍ରୀ ଯାଏଁ ବଢିବ ପାରଦ । ଅଧିକାଂଶ ସହରର ତାପମାତ୍ରା ୪୩ ରୁ ୪୫ ଡିଗ୍ରୀ ଛୁଇଁବ । ଆସନ୍ତା ୨୪ ଘଂଟାରେ  ଉଷ୍ମ ଏବଂ ଆର୍ଦ୍ର ପାଣିପାଗ ପାଇଁ ଜଗତସିଂହପୁର ଓ ଗଞ୍ଜାମ  ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହି ତାତି ଶରୀର ପାଇଁ ଘାତକ ହୋଇପାରେ ବୋଲି କହିଛି ପାଣିପାଗ ବିଭାଗ । ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଖରା ସଂସ୍ପର୍ଶରେ ନ ଆସିବାକୁ ପରାମର୍ଶ ଦେଇଛନ୍ତି। ଗତ ୨୪ ଘଂଟାରେ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପାଗ ମେଘୁଆ ରହିବା ସହ ଗୋଟେ  ଦୁଇଟି ହାଲୁକା ବର୍ଷା ହୋଇଛି। ବୌଦ୍ଧର  ବୁଦ୍ଧଗଡ଼ରେ ୩.୦ ମିମି  ସର୍ବାଧିକ ବର୍ଷା ଓ  ପାରଳାଖେମୁଣ୍ଡି ୩୭.୮ ସର୍ବାଧିକ ତାପମାତ୍ରା  ରେକର୍ଡ ହୋଇଛି ।

Sponsored
weather update | Argus News