Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଖସିବ ପାରଦ, ଆଜିଠୁ ବଢିବ ଶୀତ

Jitendra Dash
Browse all articles by Jitendra Dash
·2 years ago·1 min read
ଖସିବ ପାରଦ, ଆଜିଠୁ ବଢିବ ଶୀତ

ଅର୍ଗସ ବ୍ୟୁରୋ : ଆଜିଠୁ ବଢିବ ଶୀତ । ରାତି ବେଳା ତାପମାତ୍ରା ୨ରୁ ୩ ଡିଗ୍ରୀ ହ୍ରାସ ପାଇବ । ୧୫ ତାରିଖ ପର୍ଯ୍ୟନ୍ତ ଘନ କୁହୁଡ଼ି ପରିଲକ୍ଷିତ ହେବ । ଆଭ୍ୟନ୍ତିଣ ଏବଂ ଦକ୍ଷିଣ ଓଡ଼ିଶାରେ ଘନ କୁହୁଡ଼ି ପରିଲକ୍ଷିତ ହେବ । ୧୭ ଓ ୧୮ ତାରିଖରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ।

ରାଜ୍ୟରେ ଶୀତ ବଢ଼ିବା ସତ୍ତ୍ବେ ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ ଘନ କୁହୁଡ଼ି ପରିଲକ୍ଷିତ ହେବ । ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କୋରାପୁଟ, କନ୍ଧମାଳ, କଟକ, କଳାହାଣ୍ଡି, ଅନୁଗୁଳ, ଢେଙ୍କାନାଳ, ନବରଙ୍ଗପୁର, ବଲାଙ୍ଗୀର, ସୁବର୍ଣ୍ଣପୁର, ବୌଦ୍ଧ, ଅନୁଗୁଳ, ସୁନ୍ଦରଗଡ଼, ଦେବଗଡ଼, କେଦନ୍ଦୁଝର, ଭଦ୍ରକ, ମୟୂରଭଞ୍ଜ, ବାଲେଶ୍ବର ଜିଲ୍ଲାର କେତେକ ସ୍ଥାନରେ ଘନ କୁହୁଡ଼ି ଲାଗି ରହିବ ।

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କୋରାପୁଟରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୮.୮ ଡିଗ୍ରି ରେକର୍ଡ ହୋଇଥିବା‌ ବେଳେ କିରେଇରେ ୯.୫, ସିମିଳିଗୁଡ଼ାରେ ୧୨.୧, ସୁନ୍ଦରଗଡ଼ରେ ୧୨.୬, ଦାରିଙ୍ଗବାଡ଼ିରେ ୧୩, ଫୁଲବାଣୀରେ ୧୩.୫ ଡିଗ୍ରି ରହିଥିଲା।
 

Sponsored
Weather Update | Argus News