Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆହୁରି ଦୁଇ ଦିନ ଘନ କୁହୁଡ଼ି, ୮ ଜିଲ୍ଲାକୁ ୟେଲୋ ସତର୍କତା

Odisha

ଆହୁରି ଦୁଇ ଦିନ ଘନ କୁହୁଡ଼ି, ୮ ଜିଲ୍ଲାକୁ ୟେଲୋ ସତର୍କତା

Jitendra Dash
Browse all articles by Jitendra Dash
·2 years ago·1 min read
ଆହୁରି ଦୁଇ ଦିନ ଘନ କୁହୁଡ଼ି, ୮ ଜିଲ୍ଲାକୁ ୟେଲୋ ସତର୍କତା

ଅର୍ଗସ ବ୍ୟୁରୋ : ରାଜ୍ୟରେ ଦୁଇ ଦିନ ବର୍ଷା ସହ ଘନ କୁହୁଡ଼ି ନେଇ ସତର୍କତା ଜାରି । ୬ ଓ ୭ ତାରିଖରେ ଉତ୍ତର-ପଞ୍ଚିମ ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ଝାରସୁଗୁଡ଼ାର କିଛି ଅଞ୍ଚଳରେ ବର୍ଷା ନେଇ ପୂର୍ବାନୁମାନ କରାଯାଇଛି । ସେହିପରି କାଲି ସକାଳ ସାଢ଼େ ୮ଟା ଯାଏ ୮ ଜିଲ୍ଲାକୁ ଘନ କୁହୁଡ଼ି ନେଇ ୟଲୋ ୱାର୍ଣ୍ଣିଂ ଜାରି କରାଯାଇଛି । 

କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, ଗଜପତି, ଗଞ୍ଜାମ, ନୟାଗଡ଼ ଓ ଖୋର୍ଦ୍ଧା ଜିଲ୍ଲାକୁ ଆଲର୍ଟ ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ୬ରୁ ୭ ତାରିଖ ସକାଳ ସାଢ଼େ ୮ଟା ଯାଏ ୬ ଜିଲ୍ଲାକୁ କୁହୁଡ଼ଇ ନେଇ ସତର୍କ କରାଯାଇଛି । ଘନ କୁହୁଡ଼ି ପାଇଁ ଦୃଶ୍ୟମାନ ଦୂରତା ୫୦ ମିଟରରୁ କମ ରହୁଥିବାରୁ ଦୁର୍ଘଟଣା ଘଟିବାର ମଧ୍ୟ ଆଶଙ୍କା ରହୁଛି । ସକାଳୁ ସକାଳୁ ଘରୁ ବାହାରିବା ମଧ୍ୟ ମୁସ୍କିଲ ହେଉଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଶୀତ କମିଥିବା ବେଳେ ଆସନ୍ତା ୫ ଦିନ ଯାଏ ପାଗ ଶୁଖିଲା ରହିବା ସହ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଉପକୂଳବର୍ତ୍ତି ଅଞ୍ଚଳରେ ଶୀତ ସାମାନ୍ୟ କମିଥିବା ବେଳେ ପାହାଡ଼ିଆ ଅଞ୍ଚଳରେ ପ୍ରବଳ ଶୀତ ଅନୁଭୂତ ହେଉଛି ।

Education Next Season 5
Sponsored
weather update news | Argus News